Pratidin TV

Odisha's Digital News Platform

କାହିଁକି ଜୀବନ ହାରିଲେ ସଚିନଙ୍କୁ ସୁରକ୍ଷା ଦେଉଥିବା ଯବାନ ..

1 min read

ଜୀବନ ହାରିଲେ ସଚିନ ତେନ୍ଦୁଲକରଙ୍କ ସୁରକ୍ଷାରେ  ନିୟୋଜିତ ଥିବା ଏସଆରଫିଏଫ୍ ଯବାନ ପ୍ରକାଶ କାପଡେ   ସେ ନିଜ ବେକରେ ନିଜେ  ଗୁଳି କରି ଜୀବନ ହାରିଥିବା ଜଣାପଡିଛି  । ପ୍ରକାଶ କାପଡେ  ହେଉଛନ୍ତି ମହାରାଷ୍ଟ୍ରର ଜଲଗାଁଓ ଜାମନେର ସହରର ବାସିନ୍ଦା । ପ୍ରାଥମିକ ତଦନ୍ତ ଅନୁସାରେତାଙ୍କର କିଛି ବ୍ୟକ୍ତିଗତ କାରଣ ପାଇଁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି କୁହାଯାଉଛି । ବରିଷ୍ଠ ଇନ୍ସପେକ୍ଟର କିରଣ ସିନ୍ଦେଙ୍କ ସୂଚନା ଅନୁସାରେ, ତାଙ୍କ ବେକରେ ଗୁଳି ବାଜିବା କାରଣରୁ ତାଙ୍କର ମୃତ୍ୟୁ ହୋଇଛି ।

ଜାମନରେ ହିଁ ତାଙ୍କର ମୃତ୍ୟୁ ହୋଇଛି । ରାତି ପ୍ରାୟ ୧.୩୦ ବେଳକୁ ଏହି ଘଟଣା ଘଟିଥିଲା । ଏହି ସମୟରେ ଘରେ ବାପା, ମା, ସ୍ତ୍ରୀ, ଦୁଇ ଛୁଆଁ ଏବଂ ଭାଇ ଥିଲେ । ତେବେ ଜୀବନ ହରିବାର ପ୍ରକୃତ କାରଣ ଜଣାପଡିନାହିଁ  । ବର୍ତ୍ତମାନ ତଦନ୍ତ ଜାରି ରହିଛି । ପୋଲିସ ମୃତ ଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ବର୍ତ୍ତମାନ ଘଟଣାର ତଦନ୍ତ ଜାରି ରହିଛି ଏବଂ ଘର ଲୋକଙ୍କୁ ପଚରାଉଚରା କରାଯାଉଛି । ତସହିତ ଏସଆରପିଏଫ୍ ମଧ୍ୟ ଘଟଣାର ତଦନ୍ତ କରିବା ବୋଲି ସୂଚନା ରହିଛି ।

Advertisement

Leave a Reply

Your email address will not be published. Required fields are marked *