Pratidin TV

Odisha's Digital News Platform

ଦିଗହରା ହେଉଛନ୍ତି ଆଜିର ଛୁଆ ; ସଦଗୁର କହିଲେ ଏହି ୬ଟି ଟିପ୍ସ , କେମିତି କରିବେ ଛୁଆଙ୍କ ଳାଳନପାଳନ ..

1 min read

ଭୁବନେଶ୍ୱର ; ସାଧାରଣତ ଆଜିର ଯୁବ ପିଢୀ ବାପା ମାଙ୍କ ଠାରୁ ଦୂରେଇ ନିଜକୁ ଏକୁଟିଆ ରଖୁଛି । ନିଜ ମନର ଭାବନାକୁ କାହା ପାଖରେ ପ୍ରକାଶ ନରି ନିଜକୁ ସୋସିଆଲ ମିଡିଆରେ ଇଣ୍ଟ୍ରୋଭଟ୍ କହୁଛନ୍ତି । ଆଉ ବିପଦ ସମୟରେ କିମ୍ବା ପରିସ୍ଥିତି ବଦଳିଲେ ନେଇଯାଉଛି ଭୁଲ୍ ନିଷ୍ପତ୍ତି । ତେବେ ଏହିସବୁ କ୍ଷେତ୍ରରେ ଭୁଲ କେବଳ ଛୁଆ ମାନଙ୍କର ହୋଇନଥାଏ । ବରଂ ବାପା ମା ମଧ୍ୟ ଏଥିରେ ସମାନ ଭାଗିଦାରୀ । କାରଣ ଛୋଟବେଳୁ ହିଁ ଭାରତୀୟ ବାପା ମା ନିଜ ଛୁଆ ମାନଙ୍କ ଳାଲଣପାଳନ ସମୟରେ କରିବସନ୍ତି ଏସବୁ ଭୁଲ୍ । ଯାହା ପଛରେ ତାଙ୍କୁ ବଡ ସମସ୍ୟାରେ ପକାଇଥାଏ । ତେବେ ସଦଗୁରୁଙ୍କ ମତରେ କିଭଳି କରିବେ ନିଜ ଛୁଆ ମାନଙ୍କ ଳାଳନପାଳନ ଯାହା ଫଳରେ ସେମାନେ ଜଣେ ଜଣେ ଉତ୍ତମ ନାଗରିକ ହୋଇ ବାହାରିବେ।

ପ୍ୟାରେଟିଙ୍ଗ୍ – ସବୁ ବାପା ମା ଚାହାନ୍ତିଙ୍କି ତାଙ୍କ ଛୁଆ ସବୁବେଳେ ସଠିକ୍ ମାର୍ଗରେ ଚାଲୁ , ସେ ଠିକ୍ ରହୁ ଆଉ ଖରାପ୍ ଲୋକଙ୍କଠାରୁ ଦୂରେଇ ରହୁ । କିନ୍ତୁ କଣ ଏସବୁ ବାସ୍ତବରେ ସେତିକି ସହଜ –
ସଦଗୁରୁଙ୍କ ମତରେ କିଭଳି କରିବେ ଛୁଆଙ୍କ ଳାଳନ ପାଳନ ଯାହା ଭବିଷ୍ୟତରେ ସେମାନଙ୍କୁ ଖରାପ ରାସ୍ତାକୁ ଯିବାରୁ ଅଟକାଇବ ।ଚର୍ଚ୍ଚିତ ଆଧ୍ୟାତ୍ମିକ ଗୁରୁ ସଦଗୁରୁ ନିକଟରେ କିଛି ଏଭଳି ଟିପ୍ସ ସେୟାର କରିଛନ୍ତି । ଯାହା ପ୍ରତ୍ୟକ ବାପା –ମା ଜାଣିବା ଆବଶ୍ୟକ ।

Advertisement

ଆହୁରୀ ପଢନ୍ତୁ –ପିଲାମାନଙ୍କ ହାତକୁ ଫୋନ ଦେବା ପୂର୍ବରୁ , ନିଶ୍ଚିତ ବଦଳାନ୍ତୁ ଏହି ସେଟିଙ୍ଗ୍ …..

୧-ସଦଗୁରୁଙ୍କ କହିବା ଅନୁଯାୟୀ ପିଲାମାନଙ୍କୁ ଛୋଟବେଳୁ ହିଁ ଉଚିତ୍ ଶିକ୍ଷା ଦିଆଯାଇପାରିବ । ଯାହା ଦ୍ୱାରା ସେ ଭବିଷ୍ୟତରେ ଭୁଲ ଠିକ୍ ବାଛିପାରିବେ । ତେଣୁ ଛୁଆମାନଙ୍କୁ ହସଖୁସି, ଦୁଃଖ-ସୁଖ ସହ ଅନୁଶାସନ ଭରା ମାହୋଲରେ ବଢାଯିବା ଆବାଶ୍ୟକ।

୨-ଛୁଆ ମାନଙ୍କ ଆବଶ୍ୟକତାକୁ ଲକ୍ଷ ଦେବା । କାରଣ ପ୍ରତ୍ୟକ ଭାରତୀୟ ମାନେ ନିଜ ନିଜର ସ୍ୱପ୍ନ କୁ ଛୁଆ ମାନଙ୍କ ଉପରେ ଲଦି ଦିଅନ୍ତି । କିନ୍ତୁ ସେପରି କରିବା ପୁରା ଭୁଲ । ନିଜ ସ୍ୱାପ୍ନ ନିଜେ ପୂରଣ ନକରିବାରୁ ତାକୁ ଛୁଆଙ୍କ ଉପରେ ଲଦି ତାଙ୍କ ସହ ନିର୍ଦୟ ବ୍ୟବହାର କରିବା ଦ୍ୱାରା ଛୁଆ ମାନେ ଖରାପ ବାଟକୁ ଚାଲିଯାଆନ୍ତି ।

୩-ତେବେ ଆବଶ୍ୟକତାଠାରୁ ଅଧକ ଭଲପାଇବା ମଧ୍ୟ ଛୁଆଙ୍କ ପାଇଂ ଖରାପ୍ । ଆବଶ୍ୟକତାଠାରୁ ଅଧିକ ପ୍ରେମ କରିବା ଦ୍ୱାରା ଛୁଆମାନେ ଜିଦିଆ ହୋଇଯାଆନ୍ତି ।

୪-ଛୁଆଙ୍କ ମନର କଥାକୁ ପଢିବା ଆବଶ୍ୟକ । ବାପା ମା ମାନେ ନିଜ ଛୁଆର ସ୍ୱପ୍ନକୁ ଜାଣି ତାକୁ ସେଇ ଦିଗରେ ପ୍ରେରିତ କରିବା ଜରୁରୀ ।

୫-ଛୁଆମାନଙ୍କୁ ଖେଳିବା ବୁଲିବାକୁ ସମୟ ଦେବା । ପ୍ରକୃତି ସହ ମିଶିବାକୁ ଦେବା ଉଚିତ୍ । ଯାହା ଫଳରେ ଛୁଆମାନଙ୍କର ବୁଦ୍ଧିଶକ୍ତିର ବିକାଶ ହୋଇଥାଏ ।

୬-ନିଜକୁ ଶାନ୍ତ ରଖିବା ସହ ଘରର ପରିବେଶ୍ ମଧ୍ୟ ଶାନ୍ତ ରଖନ୍ତୁ । ଘରେ ରାଗ ଋୁଷା , ଝଗଡା ଭରି ପରିବେଶରେ ଛୁଆଙ୍କୁ ଆଦୈ ରଖନ୍ତୁ ନାହିଁ । ଯଥାଶୀଘ୍ର ସେହି ପରିବେଶକୁ ବଦଳାନ୍ତୁ । ନଚେତ୍ ଏହା ଛୁଆଙ୍କ ଉପରେ କୁ-ପ୍ରଭାବ ପକାଇଥାଏା

Leave a Reply

Your email address will not be published. Required fields are marked *