ବ୍ରେନ ସର୍ଜରୀ ପରେ ନିଜର ଭିଡ଼ିଓ କରି ପୋଷ୍ଟ କଲେ ସଦ୍ଗୁରୁ ଜଗି ବାସୁଦେବ……
1 min read୯ ଦିନ ପୂର୍ବେ ଲୋକପ୍ରିୟ ଧର୍ମଗୁରୁ ସଦ୍ଗୁରୁ ଜଗି ବାସୁଦେବଙ୍କର ମସ୍ତିସ୍କ ସର୍ଜରୀ ହୋଇଥିବା ବେଳେ ଏବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ଆସିଛି ଅପଡେଟ | ନିଜ ସ୍ୱାସ୍ଥ୍ୟ ଅବସ୍ଥାର ଏକ ଭିଡ଼ିଓ କରି ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ X ରେ ପୋଷ୍ଟ କରିଛନ୍ତି |
ତେବେ ଏବେ ସଦ୍ଗୁରୁଙ୍କ ଧୀରେ ଧୀରେ ସୁସ୍ଥ ହେଉଛନ୍ତି | ଏବଂ ପୂର୍ବାପେକ୍ଷା ଖୁବ ଆରମ ଅନୁଭବ କରୁଥିବା କଥା ସେ ନିଜେ କହିଛନ୍ତି | ସଦ୍ଗୁରୁ ନିଜ ସୋଶାଲ ମିଡିଆ ଆକାଉଣ୍ଟ Xରେ ସଦଗୁରୁ ଏକ ଭିଡିଓ ପୋଷ୍ଟ କରିଥିଲେ | ଭିଡିଓରେ ସେ ହାଲକା ମ୍ୟୁଜିକ ଶୁଣିବା ସହ ଖବରକାଗଜ ପଢ଼ୁଥିବା ଦେଖିବାକୁ ମିଳିଥିଲା | ୧୯ ସେକେଣ୍ଡର ଏହି ଭିଡିଓ ପୋଷ୍ଟ ହେବା ପରେ ସମଗ୍ର ଦେଶବାସୀ ସଦଗୁରୁଙ୍କ ଦ୍ରୁତ ଆରୋଗ୍ୟ କାମନା କରିଥିଲେ | ସଦ୍ଗୁରୁଙ୍କ ସ୍ୱାସ୍ଥ୍ୟ ବିଷୟରେ ଜାଣିବା ପରେ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ଫୋନ କରି ତାଙ୍କର ଖୁବ ଶୀଘ୍ର ଆରୋଗ୍ୟ କାମନା ହୁଅନ୍ତୁ ବୋଲି କହିଥିଲେ | ଏନେଇ ମୋଦି ନିଜେ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଥିଲେ |
ଏହାର ଉତ୍ତରରରେ ସଦଗୁରୁ ଏକ ପୋଷ୍ଟ କରି, ପ୍ରିୟ ପ୍ରଧାନମନ୍ତ୍ରୀଜୀ ଆପଣଙ୍କ ନିକଟରେ ସମଗ୍ର ଦେଶ ନିମନ୍ତେ କାର୍ଯ୍ୟ କରିବାକୁ ବହୁତ କିଛି ବାକି ଅଛି। ତେଣୁ ଆପଣ ମୋ ଚିନ୍ତା କରନ୍ତୁ ନାହିଁ। ମୋ’ ପାଇଁ ଭାବି ଥିବାରୁ ଆପଣଙ୍କ ନିକଟରେ ଚୀର କୃତଜ୍ଞ ।
ଏହାପୂର୍ବରୁ ସଦ୍ଗୁରୁଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ତାଙ୍କ ଝିଅ ରାଧେ ଜଗି ଏକ ପୋଷ୍ଟ କରି ସେ ଖୁବ୍ ଶୀଘ୍ର ଆରୋଗ୍ୟ ଲାଭ କରୁଥିବା ନେଇ ସୂଚନା ଦେଇଥିଲେ।
ତେବେ ଗତ କିଛି ଦିନ ହେବ ସଦ୍ଗୁରୁଙ୍କ ମୁଣ୍ଡରେ ଗଭୀର ଯନ୍ତ୍ରଣା ହୋଇଥିବା ଜ୍ଯୋଗୁ ଦିଲ୍ଲୀସ୍ଥିତ ଆପୋଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କୁ ଯେତେବେଳେ ଡାକ୍ତର MRI ଟେଷ୍ଟ କରିଥିଲା | ସେତେବେଳେ ଜଣାପଡିଥିଲା ତାଙ୍କ ମୁଣ୍ଡରେ ପ୍ରବଳ ରକ୍ତସ୍ରାବ ହୋଇଥିଲା | ପରେ ତାଙ୍କର ଅତ୍ୟଧିକ ମୁଣ୍ଡ ଯନ୍ତ୍ରଣା ଏବଂ ବାନ୍ତି ହେବା ଯୋଗୁ ତାଙ୍କୁ ତୁରନ୍ତ ମସ୍ତିସ୍କ ସର୍ଜରୀ କରାଯାଇଥିଲା | ତେବେ ଗତ ୧୭ ତରିକା ଦିନ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ଏବଂ ଜରୁରୀକାଳୀନରେ ମସ୍ତିଷ୍କ ସର୍ଜରୀ କରାଯାଇଥିଲା | ଏବଂ ତାଙ୍କ ସର୍ଜରୀ ସଫଳତାର ସହ ସମ୍ପନ୍ନ ହୋଇଥିଲା |