Pratidin TV

Odisha's Digital News Platform

ଜଳଭାଗରେ ଶତ୍ରୁକୁ ସହାଁର କରିବ ‘ସାଗର କବଚ’ ; ଆତଙ୍କବାଦୀ ଧରିବାକୁ ନୌସେନା ପ୍ରସ୍ତୁତ

1 min read

ଅସ୍ତରଙ୍ଗ ; ଶତ୍ରୁ କୁ ସହାଁର କରିବା ସହ ଆତଙ୍କବାଦୀ ଙ୍କୁ ପ୍ରବେଶ ନ କରାଇବା ପାଇଁ ନୌସେନା ଅଭିନଵ ଉପାୟ । ଅସ୍ତରଙ୍ଗ ଉପକୂଳରେ ଦୁଇଦିନିଆ ମିଳିତ ସମରାଭ୍ୟାସ “ସି ଭିଜିଲି” ଆରମ୍ଭ ହୋଇଛି । ଉପକୂଳ ସୁରକ୍ଷା ବ୍ୟବସ୍ଥା କୁ ତଦାରଖ କରିବାକୁ ଆଜିଠାରୁ ଆରମ୍ଭ ହୋଇଥିବା ଦୁଇ ଦିନିଆଁ ସମରା ଭ୍ୟାସ ସାଗର କବଚ”ସି ଭିଜିଲି ’ । ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ସମଗ୍ର ଭାରତ ଦୋହଲିଯିବା ପରେ ଉପକୂଳ ସୁରକ୍ଷା ବ୍ୟବସ୍ଥା କୁ ତଦାରଖ କରିବାକୁ ଉଭୟ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ତରଫରୁ ପ୍ରତ୍ୟକ ବର୍ଷ ଆୟୋଜିତ ହେଉଛି ମିଳିତ ସମରା ଭ୍ୟାସ ।

ଉପକୂଳ ପୁରୀ ଜିଲ୍ଲାର ଅସ୍ତରଙ୍ଗ ଅଂଚଳର ନୂଆଗଡ, କାଳିଆକଣ, ସହନ, ସମେତ ନୌସେନା ଓ ପୋଲିସ ର ରଣକୌଶଳ ପଦର୍ଶନ । ସାମୁଦ୍ରିକ ସୀମାରେ ଅନୁପ୍ରବେଶ ରୋକିବାକୁ ଲକ୍ଷରେ ଆଜି ଠାରୁ ଠାରୁ ଆରମ୍ଭ ହୋଇଛି ଦୁଇଦିନିଆ ସମରାଭ୍ୟାସ ସାଗର କବଚ “ସି ଭିଜିଲି ” । ଭାରତୀୟ ତଟରଖି ବାହିନୀ, ମେରାଇନି ପୋଲିସ, ଅସ୍ତରଙ୍ଗ ପୋଲିସ ଏଥିରେ ସାମିଲ ହୋଇଛନ୍ତି ।

Advertisement

ବ୍ଲୁ ଓ ରେଡ ଦୁଇଟି ଟିମି ହୋଇ ଏହି ସମରାଭ୍ୟାସ ଚାଲିଛି । ଉପକୂଳ କୁ ବ୍ଲୁ ବାହିନୀ ଜଗିରହିଥିବା ବେଳେ ରେଡ ବାହିନୀ ଶତ୍ରୁ ପକ୍ଷହୋଇ ଦୂର ସମୁଦ୍ର କୁ ଯାତ୍ରା କରି ପୁଣି ଉପକୂଳ ମୁହାଁହୋଇ ଆକ୍ରମଣ କରିବା ପାଇଁ ପ୍ରସ୍ତୁତୁ । ବ୍ଲୁ ବାହିନୀ ଉପକୂଳ କୁ ରକ୍ଷା କରିବା ପାଇଁ ଶତ୍ରୁ ପକ୍ଷକୁ କଡା ଜବାବ ଦେବା ପାଇଁ ପ୍ରସ୍ତୁତ ଅଛନ୍ତି । ବାହ୍ୟ ଶତ୍ରୁ ଠାରୁ ଉପକୂଳ କୁ ରକ୍ଷା କରିବା ପାଇଁ ଏହି ସମରାଭ୍ୟାସ ପ୍ରତିବର୍ଷ କରାଯାଇଥାଏ । କିଭଳି ଭାବେ ଜଳପଥ ଦେଇ ଉପକୂଳ କୁ ଶତ୍ରୁ ପଶି ନ ଯିବେ ସେନେଇ ସମସ୍ତ ବିଭାଗ କୁ ସଚେତନ କରିବା ଏହି ସମରାଭ୍ୟାସର ମୂଳଲକ୍ଷ ।

Leave a Reply

Your email address will not be published. Required fields are marked *