Pratidin TV

Odisha's Digital News Platform

୫୦ ବର୍ଷରେ ପ୍ରଥମ ଥର , ସାହାରା ମରୁଭୂମିରେ ବନ୍ୟା ..

1 min read

୫୦ ବର୍ଷରେ ପ୍ରଥମ  ସାହାରା ମରୁଭୂମିରେ ବନ୍ୟା । ହଜାର ହଜାର ହେକ୍ଟର ବାଲିଚର ଜମିରେ ଏବେ ଲହଡି ଖେଳୁଛି ପାଣି । ଗତ ୫୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ସାହାରା ମରୁଭୂମିରେ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି । ଗତ ଦୁଇ ଦିନ ଧରି ମରୋକ୍କୋର ଦକ୍ଷିଣ ଭାଗରେ ପ୍ରବଳ ବର୍ଷା ହେଉଛି । ବର୍ଷକ ମଧ୍ୟରେ ସେହି ଅଂଚଳରେ ଯେତିକି ବର୍ଷା ହୁଏ ତାଠାରୁ ଅଧିକ ପରିମାଣର ବର୍ଷା ଦୁଇ ଦିନରେ ହୋଇଛି  ।

ସାହାରା ମରୁଭୂମି ଭିତରେ ଥିବା ଇରିକୁଇ ହ୍ରଦ ବର୍ଷ ସାରା ଶୁଖିଲା ପଡିଥିବା ବେଳେ ଏବେ ପାଣି ଭର୍ତ୍ତି ହୋଇଯାଇଛି । ଅନେକ ସ୍ଥାନରେ ତାଳଗଛ ଗୁଡିକ ପାଣିରେ ବୁଡିଯାଇଛି । ଜଳବାୟୁ ପରିବର୍ତ୍ତନ ଓ ପରିବେଶରେ ଅସନ୍ତୁଳନ ଯୋଗୁଁ ଏଭଳି ସ୍ଥିତି ଉପୁଜିଥିବା ପାଣିପାଗ ବିଶେଷଜ୍ଞ ମାନେ ମତ ଦେଇଛନ୍ତି ।ନାସା ପକ୍ଷରୁ ଏହାର ଫଟୋ ଜାରି କରାଯାଇଛି। ଏକ ବିରଳ ଦୃଶ୍ୟ ସମସ୍ତଙ୍କୁ ଚକିତ କରିଦେଇଛି। ଦକ୍ଷିଣ ପୂର୍ବ ମୋରୋକୋର ଏହି ମରୁଭୂମି ଦୁନିଆର ସବୁଠାରୁ ଶୁଷ୍କ ସ୍ଥାନ ଏବଂ ଗ୍ରୀଷ୍ମ ଋତୁରେ କ୍ୱଚିତ୍ ବର୍ଷା ହୁଏ।

Advertisement

Leave a Reply

Your email address will not be published. Required fields are marked *