Pratidin TV

Odisha's Digital News Platform

ବିପ୍ଲବର ଅନ୍ୟ ନାମ ଭଗତ ସିଂ , ହସି ହସି ଦେଶ ପାଇଁ ଦେଇଥିଲେ ବଳିଦାନ …

1 min read

ସେ ଏମିତି ବୀର । ଯଦି କେବେ କେହି ତାଙ୍କୁ ସ୍ମରଣ କରେ ସାମ୍ନାରେ ନାଚି ଉଠେ ତାଙ୍କ ବୀରତ୍ୱର ଚେହେରା। ଜାଗି ଉଠେ ମନ। ଜାଗି ଉଠେ ପ୍ରାଣ। ଶରୀରରେ ଖେଳିଯାଏ ଅପୂର୍ବ ସିହରଣ। ଜାଗ୍ରତ ହୁଏ ଦେଶ ପ୍ରେମର ଜୁଆର। ବନ୍ଦେ ମାତାରାମ, ବନ୍ଦେ ମାତାରାମ, ବନ୍ଦେ ମାତାରାମ… ଏହି ନାରା ଦେଇ ସେ ଇଂରେଜଙ୍କ ଆଗରେ ଛାତି ଉଚ୍ଚା କରି ଛିଡା ହେଉଥିଲେ । ଆଉ ଇଂରେଜଙ୍କ ବିରୋଧରେ ଲଢେଇ କରିଥିଲେ ।ସେ ହେଉଛନ୍ତି ଭାରତର ମୁକ୍ତି ସଂଗ୍ରାମର ଅନନ୍ୟ ନାୟକ ଭଗତ ସିଂହ। ଯିଏ ଦେଶ ପାଇଁ ହସି ହସି ବ୍ରିଟିସରଙ୍କ ଆଗରେ ନିଜ ଜୀବନ ଦେଇଥିଲେ । ଆଜି ହେଉଛି ସହିଦ ଭଗତ ସିଂଙ୍କ ଜନ୍ମ ବାର୍ଷିକୀ । ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ ଭାରତର ଏହି ବୀର ସନ୍ତାନ । ଦେଶ ମାତୃକା ପାଇଁ ତାଙ୍କ ବଳିଦାନକୁ ଆଜି ବି ଭୁଲି ନାହିଁ ଦେଶ । ଭଗତ ସିଂଙ୍କ ବୀର ଗାଥାକୁ ମନେ ପକାଇଲେ ଆଜି ବି ପ୍ରତିଟି ଭାରତୀୟଙ୍କ ଲୋମ ଟାଙ୍କୁରି ଉଠେ । ତେବେ ଆସନ୍ତୁ ଆଜିର ଦିନରେ ଜାଣିବା ଭଗତ ସିଂଙ୍କ ବୀର ଗାଥା ବିଷୟରେ।

ଭଗତ ସିଂ ସେପ୍ଟେମ୍ଵର ୧୯୦୭, ସେପ୍ଟେମ୍ବର ୨୮ରେ ପଞ୍ଜାବର ଲୟାଲପୁର ଜିଲ୍ଲାର ବାଙ୍ଗା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ଯାହାକି ବର୍ତ୍ତମାନ ପାକିସ୍ତାନ ଅଧିନରେ ରହିଛି। ତାଙ୍କ ପିତା ହେଉଛନ୍ତି ସର୍ଦ୍ଦାର କିଶନ ସିଂ ଓ ମାତା ବିଦ୍ୟାବତୀ କୌର। ଏପ୍ରିଲ ୧୩ରେ ଜାଲିଆନାଓ୍ଵାଲା ବାଗ  ହତ୍ୟାକାଣ୍ଡରୁ ତାଙ୍କ ତାଙ୍କ ମନରେ ପ୍ରତିଶୋଧର ଏକ ଘର ବସା ବାନ୍ଧିଥିଲା। ଜେନେରାଲ ଡାୟର ଜାଲିଆନାଓ୍ଵାଲା ବାଗରେ ସାଧାରଣ ଜନତାଙ୍କ ଉପରକୁ ଅତର୍କିତ ଗୁଳିମାଡ଼ କରିଥିଲେ। ଏଥିରେ ପ୍ରାୟ ୩୭୯ରୁ ୧୬୦୦ ଲୋକ ସହିଦ ହୋଇଥିଲେ। ଏହାକୁ ଦେଖିବା ପାଇଁ ଭଗତ ସିଂ ୪୦ କିଲୋମିଟର ଚାଲିକି ପଳାଇଥିଲେ।

Advertisement

ସେହି ମାଟିରେ ସହିଦ ହୋଇଥିବା ଲୋକଙ୍କ ରକ୍ତ ମିଶା ମାଟି ଆଣି ପାଖରେ ରଖିଥିଲେ। ସେବେଠୁ ଦେଶ ସ୍ଵାଧିନତାର ପାଗଳମୀ ଓ ଜାଲିଆନାଓ୍ଵାଲା ବାଗ ହତ୍ୟାକାଣ୍ଡର ପ୍ରତିଶୋଧ ତାଙ୍କ ମନରେ ଘର କରିନେଇଥିଲେ। ସେହି ଦିନରୁ ଭଗତ ସିଂ ଆରମ୍ଭ କରିଥିଲେ ଇଂରେଜ ମାନଙ୍କଠୁ ପ୍ରତିଶୋଧ ନେବାର ବାଟ।

୧୯୨୦ ମସିହାରେ ଗାନ୍ଧିଜୀ ଆରମ୍ଭ କରିଥିବା ଅସହଯୋଗ ଆନ୍ଦୋଳନ ସେତେବେଳେ ବହୁତ ପ୍ରଭାବଶାଳୀ ଥିଲା। ଭଗତ ସିଂ ୧୪ ବର୍ଷ ବୟସରେ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିଲେ। ଅସହଯୋଗ ଆନ୍ଦୋଳନ ସମୟରେ ଆନ୍ଦୋଳନକାରୀ ଚୌରିଚୌରାଠାରେ ପୋଲିସ ଥାନା ପୋଡ଼ି ଦେଇଥିଲେ। ଏଥିରେ ଗାନ୍ଧିଜୀ ରାଗିଯାଇ ଅସହଯୋଗ ଆନ୍ଦୋଳନ ବନ୍ଦ କରିଦେଇଥିଲେ।

ଏହା ବନ୍ଦ ହେବା ଫଳରେ ଦୁଇଟି ଗୋଷ୍ଠୀ ହୋଇଯାଇଥିଲା ଗୋଟେ ନରମ ଓ ଅନ୍ୟଟି ଗରମ ଗୋଷ୍ଠୀ। ଗରମ ଗୋଷ୍ଠୀର ଲୋକମାନେ ହିଂସା ଉପାୟରେ ସ୍ଵାଧିନତା ଆଣିବାକୁ ଚାହୁଁଥିଲେ ଯୋଉଥିରେ ଭଗତ ସିଂ ଯୋଗ ଦେଇଥିଲେ। ଦେଶକୁ ସ୍ଵାଧିନତା ଦେଖୁବାକୁ ସ୍ଵପ୍ନ ଦେଖୁଥିବା ଭଗତ ସିଂଙ୍କ ବିବାହ ପାଇଁ ତାଙ୍କ ମା କହିବାରୁ ଭଗତ ସିଂ କହିଥିଲେ, ”ଏବେ ସ୍ଵାଧିନତା ହିଁ ମୋର ସ୍ତ୍ରୀ ହେବ।” ଏହା କହି ସେ ଘର ଛାଡ଼ି ଚାଲିଯାଇଥିଲେ।

ପରେ ସେ ଚନ୍ଦ୍ର ଶେଖର ଆଜାଦଙ୍କ ଦଳରେ ସାମିଲ ହୋଇଥିଲେ। ପ୍ରଥମେ ସେ ଟଙ୍କା ପାଇଁ ଇଂରେଜଙ୍କ ଖଜାନା ଲୁଟ କରିଥିଲେ ଓ ଧରା ପଡ଼ିଥିଲେ। ଏଥିରେ ତାଙ୍କର ଦୁଇ ସାଥୀ ଅସଓ୍ଵାକ ଉଲା ଖାନ ଓ ରାମ ପ୍ରସାଦ ବିସମିଲଙ୍କୁ ଫାଶୀ ଦଣ୍ଡ ଶୁଣାଯାଇଥିଲା। ସେହି ସମୟରେ କୋର୍ଟ ଭିତରେ ନାରା ଦେଇଥିଲେ “ସରଫରୋଶୀ କି ତମନ୍ନା ଅବ ହମାରେ ଦିଲ ମେ ହୈ, ଦେଖନା ହେ ଅବ ଜୋର କିତନା ବାଜୁଏ କାତିଲ ହୈ।“

ପୁଣି ଲାଲା ଲାଜପତ ରାୟଙ୍କ ସହ ମିଶି ୧୯୨୮ରେ ସାଇମନ କମିଶନଙ୍କ ବିରୋଧରେ ଆନ୍ଦୋଳନ ଆରମ୍ଭ କରିଥିଲେ। ଲାଲା ଲଜପତ ରାୟ ଓ ଭଗତ ସିଂଙ୍କ ଚିନ୍ତାଧାରା ସମ୍ପୂର୍ଣ୍ଣ ଭିନ୍ନ ଥିଲା ଲାଲା  ଲଜପତ ରାୟ ଲରମ ଦଳର ଥିଲେ ଓ ଭଗତ ସିଂ ଗରମ ଦଳର। ଆନ୍ଦୋଳନ ସମୟରେ ପୋଲିସ ଲାଠିରେ ଲାଲା ଲଜପତ ରାୟ ପ୍ରାଣ ହରାଇଥିଲେ। ଇଂରେଜଙ୍କଠୁ ଗୁରୁଙ୍କ ମୃତ୍ୟୁର ପ୍ରତିଶୋଧ ନେବାକୁ ଆଗେଇ ଆସିଥିଲେ ଜୟିରାଜଗୁରୁ, ଶୁକଦେବ ଓ ଭଗତସିଂ।

ଲାଲା ଲଜପତ ରାୟଙ୍କୁ ମାରିଥିବା ପୋଲିସ ଅଫିସର ସ୍କଟଙ୍କ ବଦଳରେ ଅନ୍ୟ ଜଣେ ପୋଲିସ ଅଫିସର ସ୍ୟାଣ୍ଡର୍ସଙ୍କୁ ଗୁଳି କରି ଫେରାର ହୋଇଯାଇଥିଲେ। ପରେ ଲାହୋର ଛାଡ଼ି ଦିଲ୍ଲି ପଳାଇ ଆସିଥିଲେ। ସେଠାରେ ମଧ୍ୟ ଆଜାଦି ପାଇଁ ଲାଗି ପଡ଼ିଥିଲେ ଦିଲ୍ଲୀ କେନ୍ଦିୟ ସଂସଂଦରେ ବୈଠକ ବେଳେ ବୋମା ବିସ୍ଫରଣ କରିଥିଲେ। ଚାହିଁଥିଲେ ଫେରାର ହୋଇ ପାରିଥାନ୍ତ ହେଲେ ସେ ଗଲେ ନାହିଁ। ସେଠାରେ ଗିରଫ ହେଲେ ଆଉ ନାରା ଦେଲେ ‘ଇନ କିଲାବ ଜିନ୍ଦାବାଦ’।

ପରେ ଜୟୀରାଜଗୁରୁ, ଶୁକଦେବ ଓ ଭଗତ ସିଂ ଗିରଫ ହୋଇଥିଲେ। ଜେଲରେ ମଧ୍ୟ ସେ ଇଂରେଜମାନଙ୍କ ନିଦ ହଜାଇ ଦେଇଥିଲେ। ଏହାକୁ ଦେଖି ତାଙ୍କ ଅନ୍ୟ କଏଦୀଙ୍କଠାରୁ ଅଲଗା କରି ଦିଆଯାଇଥିଲା। ଏହାପରେ ସେଠାରେ ଆମରଣ ଅନଶନ କରିଥିଲେ। ୬୪ ଦିନର ଅନଶନରେ ଜଣେ ସହିଦ ମଧ୍ୟ ହୋଇଥିଲେ।

୨୩ ତାରିଖରେ ହଠାତ ଇଂରେଜ ସରକାର ତାଙ୍କୁ ଫାଶୀ ଦଣ୍ଡ ଶୁଣାଇଥିଲେ। ଏହା ଶୁଣି ସେମାନେ ସ୍ମିତ ହାସ୍ୟ ଦେଇଥିଲେ। ସେମାନେ ଇଂରେଜ ସରକାରଙ୍କୁ କହିଥିଲେ ଯେ ଫାଶୀ ଦେଲା ବେଳେ ତାଙ୍କ ହାତ ଓ ମୁଁହ ଖୋଲା ରଖିବାକୁ। ଏହାକୁ ମାନି ଇଂରେଜ ସରକାର ତାଙ୍କ ହାତ ଖୋଲା ରଖିଥିଲା ୨୪ ମାର୍ଚ୍ଚ ୧୯୩୧ ତାରିଖ ସକାଳେ ତାଙ୍କୁ ଫାଶୀ ଦିଆଯାଇଥିଲା। ଫାଶି ସମୟରେ ସେ ଫାଶି ଦଉଡ଼ିକୁ ଚୁମ୍ଵନ ଦେଇ ଇନ କିଲାବ ଜିନ୍ଦାବାଦ ନାରା ଦେଇ ହସିହସି ଦେଶ ପାଇଁ ଜୀବନ ଦେଇଥିଲେ।

Leave a Reply

Your email address will not be published. Required fields are marked *