Pratidin TV

Odisha's Digital News Platform

ଗିରଫ୍ ହେଲେ ସହିଦନଗର ଥାନା SI ପ୍ରିୟବ୍ରତ ପ୍ରଧାନ।

1 min read

ବନ୍ଧା ହେଲେ ସହିଦନଗର ଥାନା ସବ ଇନ୍ସପେକ୍ଟର ପ୍ରିୟବ୍ରତ ପ୍ରଧାନ। ୨ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଥିଲା ଭିଜିଲାନ୍ସ। ଜଣେ ବ୍ୟକ୍ତିଙ୍କଠାରୁ ଜବତ ହୋଇଥିବା ଡ୍ରାଇଭିଂ ଲାଇସେନ୍ସ (SI)କୁ ଫେରାଇ ଦେବା ପାଇଁ ସେ ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଥିଲେ ।

ଅଭିଯୋଗକାରୀଙ୍କୁ ଊଖ ଫେରାଇ ଦେବାକୁ ମୋଟ ୫ ହଜାର ଟଙ୍କା ମାଗିଥିଲେ ସବ୍-ଇନ୍ସପେକ୍ଟର ପ୍ରିୟବ୍ରତ ପ୍ରଧାନ। ଅଭିଯୋଗକାରୀ ଗତ ୨୧ ତାରିଖରେ ତାଙ୍କୁ ୩ ହଜାର ଟଙ୍କା ଦେଇଥିଲେ। କିନ୍ତୁ ଆଉ ୨ ହଜାର ଟଙ୍କା ନ ଦେଲେ ଊଖ ଦେବେ ନାହିଁ ବୋଲି ସବ୍-ଇନ୍ସପେକ୍ଟର ପ୍ରିୟବ୍ରତ ପ୍ରଧାନ ତାଙ୍କୁ କହିଥିଲେ। ଏହା ପରେ ଅଭିଯୋଗକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ।ଯୋଜନା ମୁତାବକ ସବ୍-ଇନ୍ସପେକ୍ଟର ପ୍ରିୟବ୍ରତ ପ୍ରଧାନ ବାକି ୨ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ।

Advertisement

ଅନ୍ୟପଟେ ତାଙ୍କ ଭିଏସଏସ ନଗର ଓ ବ୍ରହ୍ମଗିରି ରେବଣା ନୂଆଗାଁ ପୈତୃକ ଘରେ ଏକା କାଳୀନ ରେଡ଼ କରିଛି ଭିଜିଲାନ୍ସ।

Leave a Reply

Your email address will not be published. Required fields are marked *