Pratidin TV

Odisha's Digital News Platform

ସହିଦ୍ ଯବାନଙ୍କ ପରିବାର ଉପରେ ଦୁଃଖର ପାହାଡ ; ୩ବର୍ଷରେ ଘର ହୋଇଗଲା ପୁରୁଷ ଶୂନ୍ୟ …

1 min read

କେନ୍ଦୁଝର : ସହିଦ୍ ଯବାନ ସୁଶାନ୍ତଙ୍କ ପରିବାରକୁ ନେଇ ସାମ୍ନାକୁ ଆସିଛି ଏକ ଦୁଃଖଦ ଖବର । ଝାଡ଼ଖଣ୍ଡ ଚାଇବସା କୋଲହାନ୍ ଜଙ୍ଗଲରେ ମାଓ ହମଲାରେ ଓଡ଼ିଆ ଯବାନ ସୁଶାନ୍ତ ଖୁଣ୍ଟିଆ ସହିଦ ହେବା ପରେ ପରିବାର ଉପରେ ଛିଡିପଡିଛି ଦୁଃଖର ପାହାଡ । ସୁଶାନ୍ତଙ୍କ ଯିବା ପରେ ଘର ହୋଇଯାଇଛି ପୁରୁଷ ଶୂନ୍ୟ । ଏଡବଡ ଦୁନିଆରେ ଏକା ହୋଇଗଲେ ବୁଢୀ ମା ଆଉ ୨ ମାସର ନବବିବାହିତା ସ୍ତ୍ରୀ ।

ଗତ ୩ ବର୍ଷ ଭିତରେ ପ୍ରଥମେ ତାଙ୍କ ବାପା, ପରେ ବଡ଼ ଭାଇ ଓ ପରେ ପରେ ମଝିଆ ଭାଇଙ୍କ ମୃତ୍ୟୁ ପରେ ଆଜି ସହିଦ ହୋଇଛନ୍ତି ସିଆରପିଏଫ୍ ଯବାନ ସୁଶାନ୍ତ। ଏବେ ପରିବାର କହିଲେ କେବଳ, ରୋଗୀଣା ମାଆ ଓ ଗର୍ଭବତୀ ପତ୍ନୀ । ସବୁଠୁ ବିଡ଼ମ୍ବନାର କଥା ହେଉଛି ବର୍ଷକ ମଧ୍ୟରେ ତିନି ଭାଇଙ୍କର ଜୀବନ ଯାଇଛି । ୨୦୨୦ରେ କରୋନାରେ ବାପା ଆତୁଳ ଚରଣ ଖୁଣ୍ଟିଆଙ୍କ ମୃତ୍ୟୁ ହୋଇଥିଲା ।

Advertisement

ମଝିଆ ପ୍ରଶାନ୍ତ ଖୁଣ୍ଟିଆଙ୍କ ୨୦୨୨ ଏପ୍ରିଲ ୨୪ରେ ବିୟୋଗ ଘଟିଥିଲା । ଏହା ପରେ ବଡ଼ପୁଅ ସନ୍ତୋଷ ଖୁଣ୍ଟିଆଙ୍କ ୨୦୨୩ ଜାନୁଆରୀ ୨୮ରେ ମୃତ୍ୟୁ ହୋଇଥିଲା । ଆଉ ଗତକାଲି ସାନ ପୁଅ ସୁଶାନ୍ତଙ୍କ ମୃତ୍ୟୁ ହୋଇଛି ।

Leave a Reply

Your email address will not be published. Required fields are marked *