ଭୁବନେଶ୍ୱରରେ ପହଞ୍ଚିଲା ସହିଦ୍ ଓଡିଆ ଯବାନଙ୍କ ପାର୍ଥିବ ଶରୀର, ଅପେକ୍ଷାରେ ଜନ୍ମମାଟି …
1 min readଭୁବନେଶ୍ୱର ; ପରିବାର ଆଖିରୁ ହଜିଯାଇଛି ନିଦ ସହିଦ୍ ସରୋଜଙ୍କୁ ଅପେକ୍ଷା କରିବସିଛି ଜନ୍ମମାଟି । ଆଜି ଭୁବନେଶ୍ୱର ବିମାନବନ୍ଦରରେ ସହିଦଙ୍କ ପ୍ରାର୍ଥିବ ଶରୀର ପହଞ୍ଚିବା ପରେ ଗାର୍ଡ ଅଫ୍ ଅନର୍ ଦିଆଯାଇଛି । ରାଜ୍ୟପାଳ ଗଣେଶିଲାଲଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକ, ଢେଙ୍କାନାଳ ସାଂସଦ ମହେଶ ସାହୁ, ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ପୁଲିସ୍ ଆଇଜି, ବିଏସଫ ଆଇଜି ପ୍ରମୁଖ ତାଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ଶେଷ ସମ୍ମାନ ଜଣାଇଛନ୍ତି ।
ତେବେ ଆଉ କିଛି ସମୟ ଭିତରେ ସେଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯିବା ପରେ ପ୍ରାର୍ଥିବ ଶରୀରକୁ ଏକ ଶୋଭାଯାତ୍ରାରେ କେନ୍ଦୁଢିପ ଗାଁକୁ ଯିବ । ଜନ୍ମମାଟିରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ସୂଚନା ରହିଛି ।
ଅକ୍ଟୋବର ୫ ତାରିଖରେ ସିକିମ୍ରେ ଆସିଥିବା ପ୍ରଳୟଙ୍କାରୀ ବନ୍ୟାରେ ୨୩ ଜଣ ଯବାନ ଗାଡି ସହ ଭାସିଯାଇଥିଲେ । ତେବେ ସେହି ଯବାନମାନଙ୍କ ମଧ୍ୟରେ ଥିଲେ ଓଡିଶା ଢେଙ୍କାନାଳ ଜିଲ୍ଲାର ସରୋଜ ଦାସ ।ଗୁରୁବାର ଦିନ ବଡ଼ଭାଇଙ୍କ ମୋବାଇଲକୁ ଉଦ୍ଧାର ୫ ଯବାନଙ୍କ ମୃତଦେହର ଫଟୋ ଆସିଥିଲା । ସେଥିରୁ ଭାଇ ମନୋଜ ସରୋଜଙ୍କୁ ଚିହ୍ନଟ କରିଥିଲେ । ଏହା ପରେ ଘରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ମାତ୍ର ୭ ମାସ ତଳେ ବିବାହ କରିଥିଲେ ସରୋଜ । ଘରେ ବୁଢା ବାପା ମା ସହ ସ୍ତ୍ରୀ ହରାଉଛି ଚେତା ।