ଗମ୍ଭୀର ରୋଗରେ ପୀଡ଼ିତ ସାଇନା ନେହଓ୍ୱାଲ୍ ! ନେଇପାରନ୍ତି ଅବସର ..
1 min readଅଲିମ୍ପିକ ରେ ପଦକ ଜିତି ଇତିହାସ ରଚିଥିଲେ ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହଓ୍ୱାଲ୍ । ପ୍ରଥମ ମହିଳା ଖେଳାଳି ସାଇନା ନେହଓ୍ୱାଲ୍ ଲଣ୍ଡନ ଅଲିମ୍ପିକ୍ସ ୨୦୧୨ରେ ଏକକ ବର୍ଗରେ ଜିତିଥିଲେ ବ୍ରୋଞ୍ଜ ପଦକ । । ତେବେ କହିବାକୁ ଗଲେ ତାଙ୍କ କ୍ୟାରିୟରରେ ଅନେକ ସଫଳତା ହାସଲ କରିଥିଲେ ସାଇନା । ହେଲେ ଏବେ ବ୍ୟାଡମିଣ୍ଟନ ତାରକାଙ୍କ କ୍ୟାରିୟର ସାଇନା ନେହୱାଲ ଏବେ ସଂକଟରେ । କହିବାକୁ ଗଲେ ସେ ଏବେ ଗମ୍ଭୀର ରୋଗ (ଆର୍ଥ୍ରାଇଟିସ୍)ରେ ପୀଡ଼ିତ । ଯେଉଁଥିପାଇଁ ସେ ତାଙ୍କ ବ୍ୟାଡମିଣ୍ଟନ କ୍ୟାରିୟର ରୁ ନେଇପାରନ୍ତି ଅବସର । ନିକଟରେ ସେ ଏହାର ଖୁଲାସା କରିଛନ୍ତି ।ସେ କହିଛନ୍ତି ଯେ ଏହି ସମସ୍ୟା ହେତୁ ସେ ଅବସର ନେବାକୁ ମଧ୍ୟ ଚିନ୍ତା କରିପାରନ୍ତି ।
ନିକଟରେ ଏକ ପୋଡକାଷ୍ଟ ସମୟରେ ବ୍ୟାଡମିଣ୍ଟନ ତାରକା ସାଇନା ନେହୱାଲ ପ୍ରକାଶ କରିଥିଲେ ଯେ ସେ ଆର୍ଥ୍ରାଇଟିସରେ ପୀଡିତ । ଏହି କାରଣରୁ, ତାଙ୍କ କ୍ୟାରିୟର ମଧ୍ୟ ବିପଦରେ ପଡିପାରେ । ସେ କହିଛନ୍ତି ଯେ ତାଙ୍କ ଆଣ୍ଠୁଗଣ୍ଠି ସମସ୍ୟା ବର୍ତ୍ତମାନ ତାଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି । ବ୍ୟାଡମିଣ୍ଟନ ପ୍ରାକ୍ଟିସ୍ କରିବାରେ ସେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।