Pratidin TV

Odisha's Digital News Platform

ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ଆନ୍ତର୍ଜାତୀୟ ବ୍ୟାଡମିଣ୍ଟନ୍ ଖେଳାଳି ସାଇନା ନେହ୍ୱାଲ ..

ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ଆନ୍ତର୍ଜାତୀୟ ବ୍ୟାଡମିଣ୍ଟନ୍ ଖେଳାଳି ସାଇନା ନେହ୍ୱାଲ ।ମହାପ୍ରଭୁଙ୍କ ଉପରେ ସମସ୍ତଙ୍କ ଆସ୍ଥା ରହିଛି ଏବଂ ଜଗନ୍ନାଥ ଦର୍ଶନ ଆଳତି ଦର୍ଶନ କରିବାର ସୌଭାଗ୍ୟ ପାଇଛି ବୋଲି ଖୁବ୍ ଭାବବିହ୍ୱଳ ହୋଇ କହିଛନ୍ତି ସାଇନା । ଶ୍ରୀମନ୍ଦିରରେ ପ୍ରାୟ ଘଣ୍ଟାଏ ସମୟ ବିତେଇବା ସହ ପ୍ରସାଦ ସେବନ କରିଥିଲେ ସାଇନା ।

ମହାପ୍ରଭୁଙ୍କ ଡାକରା ମିଳିଛି ବୋଲି ଆଜି ମାଆଙ୍କ ସହ ଆସି ମହାପ୍ରଭୁଙ୍କ ଦର୍ଶନ ପାଇ ପାରିଛନ୍ତି ବୋଲି ସେ ଖୁବ୍ ଆନନ୍ଦିତ ହୋଇ କହିଛନ୍ତି । କଷ୍ଟ ଦେଇଛି କିନ୍ତୁ ନିଜକୁ ଫିଟ୍ ରଖିବା ସହ ଆଗକୁ ଆହୁରି ଖେଳିବା ପାଇଁ ଇଛା ରହିଛି ବୋଲି ସେ ପ୍ରତିକ୍ରିୟାରେ କହିଁଛନ୍ତି ।ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସାଇନାଙ୍କୁ ଜଗନ୍ନାଥ ସୁଭଦ୍ରା,ବଳଭଦ୍ର ମୂର୍ତ୍ତି ଉପହାର ଦିଆଯାଇଥିବା ବେଳେ ସାଇନା ଏହାକୁ ଗ୍ରହଣ କରି ଖୁବ୍ ଖୁସି ହୋଇଛନ୍ତି ।ଚଳିତ ମାସ ୧୭ ତାରିଖରେ ନିଜର ୩୪ ତମ ଜନ୍ମଦିନ ମନାଇଛନ୍ତି ସାଇନା ।

Leave a Reply

Your email address will not be published. Required fields are marked *