Pratidin TV

Odisha's Digital News Platform

ହରିୟାଣାରେ ଚାଲିଲା ସୈନିରାଜ୍, ସରିଲା ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ

1 min read

ଆଜିଠାରୁ ହରିୟାଣାରେ ଆରମ୍ଭ ସୈନୀରାଜ | ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ନାୟବ ସିଂହ ସୈନୀ | ୨ୟ ଥର ପାଇଁ ହରିୟାଣାର ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟ ସିଂହାସନରେ ବସିଛନ୍ତି ନାୟବ ସିଂହ ସୈନୀ | ସୈନୀ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ | ତେବେ ଶପଥପାଠ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପିର ଶୀର୍ଷ ନେତୃବୃନ୍ଦଙ୍କ ପଞ୍ଚକୁଲାରେ ଆୟୋଜିତ ସମାରୋହରେ ବିଜେପିର ସମସ୍ତ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ।

ତେବେ ଶପଥ ଗ୍ରହଣ ହରିୟାଣା ପାଇଁ ଏକ ଐତିହାସିକ ଘଟଣା ଅଟେ | କାରଣ ଲଗାତାର ତୃତୀୟ ଥର ପାଇଁ ହରିୟାଣାରେ ବିଜେପି ସରକାର ଗଠନ କରୁଛି | ତେବେ ଆଜି ଅନେକ ବିଧାୟକ ମଧ୍ୟ ଶପଥ ଗ୍ରହଣ କରୁଛନ୍ତି | ତେବେ ଖବର ଅନୁଯାୟୀ, ଅକ୍ଟୋବର ୫ରେ ହରିୟାଣା ନିର୍ବାଚନ ପରେ ୮ ତାରିଖରେ ଭୋଟ ଗଣତି ହୋଇଥିଲା | ସମସ୍ତ ଏକଜିଟ ପୋଲର ଆକଳନକୁ ଭୁଲ ପ୍ରମାଣିତ କରି ବିଜେପି ଲଗାତାର ତୃତୀୟ ଥର ପାଇଁ ଐତିହାସିକ ବିଜୟ ହାସଲ କରିଛି | ରାଜ୍ୟର ମୋଟ ୯0 ଆସନରୁ ବିଜେପିକୁ ୪୮ ଆସନ ମିଳିଥିବା ବେଳେ କଂଗ୍ରେସ ମାତ୍ର ୧୧ ଆସନରେ ସୀମିତ ରହିଥିଲା | ଫଳରେ ବହୁମତ ସହ ଦଳ ଲଗାତାର ତୃତୀୟ ଥର ପାଇଁ ରାଜ୍ୟରେ ସରକାର ଗଠନ କରିଛନ୍ତି |

Advertisement

Leave a Reply

Your email address will not be published. Required fields are marked *