Pratidin TV

Odisha's Digital News Platform

ସରକାରୀ କର୍ମଚାରୀଙ୍କୁ ବଡ ଝଟ୍‌କା : ସମ୍ପତ୍ତି ତାଲିକା ନଦେଲେ ଫେବୃଆରୀରୁ ମିଳିବନି ଦରମା ..

1 min read

ଭୁବନେଶ୍ୱର : ରାଜ୍ୟବସୀଙ୍କୁ ଏକ ଦୁର୍ନୀତିମୁକ୍ତ ଶାସନ ଯୋଗାଇ ଦେବା ନିମନ୍ତେ ବା ରାଜ୍ୟରୁ କଳା କାରବାର, ସରକାରୀ କର୍ମଚାରୀମାନଙ୍କ ଠକାମିକୁ ବନ୍ଧ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରୀ କର୍ମଚରୀ ମାନଙ୍କ ସମ୍ପତ୍ତିତାଲିକା ଘୋଷଣା କରିବା ପାଇଁ ୨୦୨୧ରେ ନିର୍ଦ୍ଦେଶ ଦେଇଥିଲେ । ଯାହାକୁ କୌଣସି ସରକାରୀ କର୍ମଚାରୀ ପାଳନ କରୁିନଥିଲେ । କିନ୍ତୁ ଚଳିତ ମାସ ଜାନୁଆରୀ ଶେଷ ସୁଦ୍ଧା ସମ୍ପତ୍ତି ତାଲିକା ଦିଅ , ନଚେତ୍ ଫେବୃଆରୀରୁ ବନ୍ଦ ହେବ ଦରମା ବୋଲି , ନିଜ କର୍ମଚାରୀମାନଙ୍କୁ ଏଭଳି ଏକ କଡା ଚେତାବନି ଶୁଣାଇଛି ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ।

ପ୍ରତିବର୍ଷ ନିଜ ବାର୍ଷିକ ସମ୍ପତ୍ତି ତାଲିକା ଘୋଷଣା କରିବାକୁ ରାଜ୍ୟ ସରକାର ନିୟମ ଲାଗୁକରିଥିଲେ ମଧ୍ୟ ଏହାକୁ ଖାତିର କରୁ ନାହାନ୍ତି ସରକାରୀ କର୍ମଚାରୀ । ହେଜ୍ଞାନ କରି ଦାଖଲ କରୁନାହନ୍ତି ନିଜ ସମ୍ପତ୍ତି ତାଲିକା । ତେଣୁ ନିଜ କର୍ମଚାରୀମାନଙ୍କୁ ସଫା ସଫା ନିର୍ଦ୍ଦେଶ ଦେଇଛି ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ।

Advertisement

ଏନେଇ ସୋମବାର କୃଷି ବିଭାଗର ପ୍ରମୁଖ ସଚିବ ଡକ୍ଟର ଅରବିନ୍ଦ ପାଢୀ ବିଭାଗର ସମସ୍ତ ମୁଖ୍ୟ ଅଧିକାରୀଙ୍କୁ ଏନେଇ ଚିଠି ଲେଖିଛନ୍ତି । ରାଜ୍ୟ ସରକାର ଡିସେମ୍ବର ୩୧ ସୁଦ୍ଧା ସମ୍ପତି ତାଲିକା ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଏବେ ବି ବହୁ ଅଧିକାରୀ ସେମାନଙ୍କ ସମ୍ପତି ତାଲିକା ଦେଇନାହାନ୍ତି । ଯଦି ସେମାନେ ଜାନୁଆରୀ ଶେଷ ସୁଦ୍ଧା ନିଜ ନିଜ ସମ୍ପତ୍ତିର ତାଲିକା ଦାଖଲ ନକରନ୍ତି । ସେମାନଙ୍କୁ ଫେବୃଆରୀ ମାସରୁ ଦରମା ଦିଆଯିବ ନାହିଁ । ଏହି ନିୟମ ସର୍ବଭାରତୀୟ ସେବା ଅଧିକାରୀଙ୍କ କ୍ଷେତ୍ରରେ ମଧ୍ୟ ଲାଗୁ ହେବ ବୋଲି କୁହାଯାଇଛି । ଏପରିକି ନିଜ କ୍ଷେତ୍ରରେ ମଧ୍ୟ ଲାଗୁ ହେବ ବୋଲି କହିଛନ୍ତି ଡକ୍ଟର ଅରବିନ୍ଦ ପାଢୀ ।

Leave a Reply

Your email address will not be published. Required fields are marked *