Pratidin TV

Odisha's Digital News Platform

ଅସାଧ୍ୟ ରୋଗ ଶର୍ଯ୍ୟାରେ ବାପା’ ମା : ସହାୟତା ଅପେକ୍ଷାରେ ଦୁଇ ନିରୀହ ସନ୍ତାନ ….

1 min read

ସାଲେପୁର : ସହାୟତା ଅପେକ୍ଷାରେ ଚାତକ ଭଳି ଅନାଇ ରହିଛନ୍ତି ଦୁଇ ନାବାଳକ ଭାଇ ଭଉଣୀ  । ନିଜର ଭବିଷ୍ୟତ ପାଇଁ ନୁହେଁ, ବରଂ ବାପା ମା ଙ୍କ ଚିକିତ୍ସା ପାଇଁ  । ବାପାକୁ କ୍ୟାନସର, ମା ଥାଇରଡ଼ ରୋଗରେ ଆକ୍ରାନ୍ତ  । ଯାହାକିଛି ସମ୍ବଳ ଥିଲା ଏବଂ ପାଖ ପଡୋଶୀ ନିଜର ସାମର୍ଥ୍ୟ ସାହାଯ୍ୟ ପରେବି କୌଣସି ସୁଫଳ ମିଳି ପାରିଲା ନାହିଁ  । ଚିକିତ୍ସା କ୍ଷେତ୍ର ରେ ଅଧିକ ଅର୍ଥ ଆବଶ୍ୟକ ପଡିଲା  । ଚିକିତ୍ସା ଅଭାବରୁ ବାପାମା ଦୁହେଁ ଶଯ୍ୟାଶାୟୀ  । ଉଭୟଙ୍କ ସେବା କରିବାରେ ଦୁଇ ନାବାଳକ ଭାଇ ଭଉଣୀଙ୍କ ଦିନରାତି ସମୟ ବିତିବାରୁ ପାଠ ପଢାରେ ଡୋରି ବନ୍ଧା ହୋଇ ଯାଇଛି  । ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ବ୍ଳକ ଅନ୍ତର୍ଗତ ପୁରୁଣାହାଟ ପଞ୍ଚାୟତ ଅନ୍ତର୍ଗତ ଦନ୍ଦୋ ଗ୍ରାମରେ  ।

Advertisement

ଦିନ ମଜୁରିଆ ଗନ କାଣ୍ଡି (୪୭) ଓ ତାଙ୍କ ପତ୍ନୀ ମଞ୍ଜୁଲତା କାଣ୍ଡି (୪୦) ଗୋଟିଏ ଝିଅ ଓ ଗୋଟିଏ ପୁଅ, ଏପରି ଚାରିପ୍ରାଣି ଙ୍କୁ ନେଇ ହସଖୁସିର ଛୋଟ ସଂସାର  । ହଠାତ ତାଙ୍କ ପରିବାର ଉପରେ ଘନେଇ ଆସିଲା କଳାବାଦଲ  । ଗନ କ୍ରମାଗତ ଅସୁସ୍ଥ ହେବାରୁ ଡାକ୍ତରୀ ପରୀକ୍ଷାରୁ ଜଣାପଡିଲା, ସେ କ୍ୟାନସର ରୋଗରେ ପୀଡିତ  । ଚିକିତ୍ସା ଦ୍ୱାରା ସାମାନ୍ୟ ସୁସ୍ଥ ହେଲା ବେଳକୁ ପତ୍ନୀ ମଞ୍ଜୁଲତା ଅସୁସ୍ଥ ହୋଇପଡିଲେ  । ଡାକ୍ତରୀ ପରୀକ୍ଷାରୁ ଜଣା ପଡିଲା ସେ ଥାଇରଡ଼ ରୋଗରେ ଆକ୍ରାନ୍ତହୋଇଛନ୍ତି  । ଅର୍ଥ ଅଭାବରୁ ଉପଯୁକ୍ତ ଚିକିତ୍ସା ନହେବାରୁ ଦୁହିଁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଦିନକୁ ଦିନ ଖରାପ ହୋଇପଡ଼ିଲା  । ଯାହା ଫଳରେ ଉଭୟେ ପତି ପତ୍ନୀ ଶଯ୍ୟାଶାୟୀ ହୋଇ ପଡିରହିଛନ୍ତି ।

ବାପା ମା ଙ୍କ ଏଭଳି ଅବସ୍ଥା ଦେଖି ଦୁଇ ପୁଅ ଝିଅ  । ନବମ ଶ୍ରେଣୀରେ ପଢ଼ୁଥିବା ବଡଝିଅ ସନ୍ତୋଷିନୀ କାଣ୍ଡି ପାଠ ପଢା ଛାଡି ବାପା ଓ ମା ଙ୍କ ସେବା କରୁଛନ୍ତି  । ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ପୁଅ ସୁଦର୍ଶନ କାଣ୍ଡି ସ୍କୁଲ ନଯାଇ, ଭାଇ ଭଉଣୀଦୁହେଁ ବାପା ଓ ମା ଙ୍କ ସେବା କରୁଛନ୍ତି ଜ୍ଝଯାହା ଫଳରେ ଉଭୟଙ୍କ ପାଠ ପଢାରେ ଡୋରି ବାନ୍ଧି ହୋଇଯାଇଛି  । ଅନ୍ୟପଟେ ଗନ କାଣ୍ଡି ଓ ମଞ୍ଜୁଲତା ସୁସ୍ଥ ହୋଇପାରୁନାହାନ୍ତି  । ଫଳରେଗ୍ ଦୁଇ ନାବାଳକଙ୍କ ଭବିଷ୍ୟତ ଧୀରେ ଧୀରେ ଅନ୍ଧକାର ଆଡ଼କୁ ଚାଲିଯାଉଛି ଜ୍ଝସରକାର, ବଦାନ୍ୟ ବ୍ୟକ୍ତି ଓ ସ୍ବେଛାସେବୀ ସଂଗଠନ ସହାୟତା କଲେ ଦୁଇ ବାପା ମା ସୁସ୍ଥ ହେବା ସହ ଅସହାୟ ପିଲା ଦୁଇଟି ଙ୍କ ଦୁଃଖ ଦୂର ହେବ ।

Leave a Reply

Your email address will not be published. Required fields are marked *