Pratidin TV

Odisha's Digital News Platform

ଧୋନିଙ୍କ ଜନ୍ମଦିନରେ ପହଞ୍ଚିଲେ ସଲମାନ ଖାନ; ସ୍ତ୍ରୀ ସାକ୍ଷୀ ସ୍ୱାମୀଙ୍କ ପାଦ ଛୁଇଁ ଦୀର୍ଘାୟୁ କାମନା କଲେ

1 min read

ଧୋନିଙ୍କ ଜନ୍ମଦିନରେ ପାଦ ଛୁଇଁ ଦୀର୍ଘ ଜୀବନ ପାଇଁ ପ୍ରାର୍ଥନା କଲେ ପତ୍ନୀ ସାକ୍ଷୀ | ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି | ତେବେ ରବିବାର ଜୁଲାଇ ୭ ଟିମ ଇଣ୍ଡିଆର ପୂର୍ବତନ କ୍ୟାପଟେନ କୁଲ୍ ମହେନ୍ଦ୍ର ସିଂ ଧୋନିଙ୍କ ୪୩ ତମ ଜନ୍ମଦିନ। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ଏହି ଭିଡିଓରେ ଜଣେ ବ୍ୟକ୍ତିତ୍ୱ ଦେଖାଯାଉଛି ଯିଏ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଭାରତୀୟ ଦଳର ପୂର୍ବତନ ମହାନ ଅଧିନାୟକ ଏମଏସ ଧୋନି ସୋସିଆଲ ମିଡିଆରେ ବେଶୀ ସକ୍ରିୟ ନୁହଁନ୍ତି, କିନ୍ତୁ ତାଙ୍କ ପତ୍ନୀ ସାକ୍ଷୀ ଧୋନିଙ୍କ ଅପେକ୍ଷା ଅଧିକ ସକ୍ରିୟ। ଧୋନିଙ୍କ ଜନ୍ମଦିନର ସର୍ବଶେଷ ଭିଡିଓ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ପ୍ରଶଂସକଙ୍କ ସହ ସେୟାର କରିଛନ୍ତି। ତେବେ ଏହି ଭିଡ଼ିଓରେ ଜଣେ ବଲିଉଡ ସୁପରଷ୍ଟାରଙ୍କୁ ଦେଖିବାକୁ ମିଳିଥିଲା | ସେ ହେଉଛନ୍ତି ସଲମାନ ଖାନ | ଯାହା ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିଛି |

ଧୋନିଙ୍କ ଜନ୍ମଦିନରେ ସଲମାନ ଖାନ ପହଁଞ୍ଚିଛନ୍ତି | ଏହାସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି | ତେବେ ଭିଡ଼ିଓରେ ଦେଖିବାକୁ ଗଲେ, ପ୍ରଥମେ ଧୋନି କେକ କାଟିଥିଲେ | ଏହାପରେ ସେ ନିଜ ପତ୍ନୀଙ୍କୁ କେକ ଖୁଆଇବାର ଦେଖିବାକୁ ମିଳିଥିଲା | ତାପରେ ଧୋନିଙ୍କ ପାଦ ଛୁଇଁଥିଲେ ସାକ୍ଷୀ | ଯାହା ସମସ୍ତଙ୍କ ଦୃଷ୍ଠିବ ଆକର୍ଷଣ କରିଛି | ଏହାପରେ ସୁପରଷ୍ଟାର ସଲମାନ ଖାନଙ୍କୁ କେକ ଖୁଆଉଥିବାର ଦେଖିବାକୁ ମିଳିଥିଲା | ତେବେ ଧୋନିଙ୍କ ଜନ୍ମଦିନରେ ଏହି ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି |

ଧୋନିଙ୍କ ପାଇଁ ଷ୍ଟାର ସ୍ପୋର୍ଟସ ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର, ବ୍ରାଭୋ, ଇରଫାନ ପଠାନ ଏବଂ ବ୍ରେଟ ଲିଙ୍କ ଏକ ବିଶେଷ ଭିଡିଓ ସେୟାର କରିଛନ୍ତି।

ପୂର୍ବତନ ଟିମ୍ ଇଣ୍ଡିଆ କ୍ରିକେଟର ତଥା ଧୋନିଙ୍କ ସ୍ୱତନ୍ତ୍ର ବନ୍ଧୁ ସୁରେଶ ରୈନା ଏକ ପୋଷ୍ଟ ସେୟାର କରିଛନ୍ତି ଏବଂ ଏମଏସ ଧୋନିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *