Pratidin TV

Odisha's Digital News Platform

ବୁର୍ଖା ପିନ୍ଧା ସ୍କୁଟିରେ ଆସି , ସଲିମ ଖାନ୍‌ଙ୍କୁ ଧମକ ଦେଲେ ମହିଳା …

ପୁଣି ଥରେ ଭାଇଜାନ ଙ୍କ  ବାପାଙ୍କୁ ମିଳିଲା ହତ୍ୟା ଧମକ । ସେ ଆଜି ମର୍ଣ୍ଣିଙ୍ଗ ୱାକ ରେ ଯାଉଥିବା ବେଳେ  ତାଙ୍କୁ ଧମକ ମିଳିଥିବା ସୂଚନା ରହିଛି। ସୂଚନାନୁସାରେ, ଯେତେବେଳେ ସଲିମ ଖାନ ସଲମାନ ଖାନଙ୍କ ସହ ସକାଳୁ ବୁଲିବାକୁ ଯାଉଥିଲେ, ସ୍କୁଟରରେ ଜଣେ ବୁର୍ଖା ପିନ୍ଧିଥିବା ମହିଳା ତାଙ୍କ ନିକଟକୁ ଆସି ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇଙ୍କ ନାମ ଧରି ଧମକ ଦେଇଥିଲେ।

ସଲିମ୍‌ ଏକ ବେଞ୍ଚ୍‌ରେ ବସିଥିବା ବେଳେ ମହିଳା ଜଣକ ତାଙ୍କ ନିକଟକୁ ଆସି କହିଥିଲେ କି ‘‘ମୁଁ ଲରେନ୍ସକୁ ପଠାଇବି କି?’’ ଧମକ ପରେ ସଲିମ୍‌ ମୁମ୍ବାଇ ପୁଲିସ୍‌କୁ ଏନେଇ ସୂଚନା ଦେଇଛନ୍ତି। ଏହାକୁ ନେଇ ଏବେ ତଦନ୍ତ ଆରମ୍ଭ ହୋଇଛି। ଉଲ୍ଲେଖଯୋଗ୍ୟ, ଗତ ବର୍ଷ ବି ସଲିମ୍‌ ଖାନ୍‌ ସକାଳୁ ଏକ ପାର୍କରେ ବସିଥିବା ବେଳେ ତାଙ୍କୁ ଧମକ ମଳିଥିଲା। ତାହାପରେ ସେ ପୁଲିସ୍‌ର ସହାୟତା ନେଇଛନ୍ତି

Leave a Reply

Your email address will not be published. Required fields are marked *