Pratidin TV

Odisha's Digital News Platform

ସଲମାନଙ୍କ କେଇପଦ କଥା , ଫେରାଇ ଆଣିଲା କୁନି ପୁଅ ଜଗନବୀରର ଜୀବନ …

1 min read

ମୁମ୍ବାଇ ; କୁହନ୍ତି ଗଳାରେ ବସନ୍ତି ମା ସରସ୍ୱତୀ ବୋଧ ହୁଏ ଏହି ଉକ୍ତିଟି ଆଜି ସମସ୍ତଙ୍କ ସାମ୍ନାରେ ସତ ପ୍ରମାନୀତ ହୋଇଛି । ପ୍ରଶଂସକଙ୍କ ଭାଇଜାନ ସଲମାନ ଖାନଙ୍କ କେଇ ପଦ କଥା ଆଜି କାହା ଜୀବନରେ ଚତ୍ମକାର କରିଦେଇଛି ।

‘ ୨୦୧୮ ମସିହାରେ ଦେଇଥିବା ପ୍ରତିଶୃତିକୁ ଭୁଲିନାହାନ୍ତି ସଲମାନ । ନିକଟରେ ସଲମାନ ଜଣେ ନଅ ବର୍ଷ ବୟସ୍କା ପ୍ରଶଂସକ ଜଗନବୀରଙ୍କୁ ଭେଟିଥିଲେ ଯିଏ କର୍କଟ ରୋଗ ବିରୋଧରେ ଜୀବନ ସହ ସଂଘର୍ଷ କରୁଥିଲେ ଆଉ ସଲମାନଙ୍କ କେଇପଦ କଥା ତାଙ୍କୁ ମରଣ ମୁହଁରୁ ଫେରାଇ ଆଣିଥିବା କହିଛନ୍ତି ତାଙ୍କ ପରିବାର’ ।

Advertisement

ଭାଇରାଲ ହେଉଥିବା ଫଟୋରେ ଥିବା କୁନି ପୁଅଟି ହେଉଛି ମୁମ୍ବାଇ ଟାଟା ମେମୋରିଆଲ ସେଣ୍ଟରରେ ଚିକିତ୍ସିତ ହେଉଥିବା ୯ ବର୍ଷର ଜଗନବୀର । ୨୦୧୮ ମସିହାରୁ ମାତ୍ର ୪ ବର୍ଷ ବୟସରେ କର୍କଟ ରୋଗରେ ପୀଡ଼ିତ ଥିଲେ ଜଗନବୀର । ଏହାପରେ ତାଙ୍କ ବାପା ଚିକିତ୍ସା ପାଇଁ ତାଙ୍କୁ ମୁମ୍ବାଇ ନେଇଥିଲେ । ତେବେ ଜଗନବୀରଙ୍କ ଇଛା ଥିଲା ଯଦି ସେ ଭଲହୋଇଯାଆନ୍ତି ତେବେ ସେ ସଲମାନଙ୍କୁ ନିଶ୍ଚୟ ଦେଖା କରିବେ । ଆଉ ମେଡିକାଲରେ ଚିକିତ୍ସା ହେଉଥିବା ବେଳେ ସଲମାନଙ୍କୁ ଦେଖା କରିବାକୁ ତାଙ୍କ ମନ ଭିତରେ ଥିବା ଉତ୍କଣ୍ଠାର ଏକ ଭିଡିଓ ଭାଇରାଲ ହେବା ପରେ ତାହା ସଲମାନଙ୍କ ପାଖରେ ପହଞ୍ଚିଥିଲା । ତା’ପରେ ସଲମାନ ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ, ଯଦି ସେ ସାହସ ଓ ଦୃଢ଼ ମନୋବଳ ନେଇ କ୍ୟାନସର ସହ ଲଢ଼ିବେ ଏବଂ କ୍ୟାନସରକୁ ହରାଇ ଫେରିବେ ତାହା ହେଲେ ସଲମାନ ତାଙ୍କୁ ନିଶ୍ଚୟ ଭେଟିବେ ।

ତେବେ ସଲମାନଙ୍କ ଏଇ କେଇପଦ କଥା କୁନି ପୁଅ ମନରେ ବଞ୍ଚିବାର ଦୃଢ ଇଚାଶକ୍ତି ଯୋଗାଇଥିଲା । ଆଉ ତାର ଦୃଢ ମନୋବଳ ଆଜି ତାଙ୍କୁ କ୍ୟାନସରକୁ ମାତ ଦେବାରେ ସହାୟକ ହୋଇଛି । ୯ ଥର କେମୋଥେରାପି ନେଲା ପରେ ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଆଉ କ୍ୟାନ୍ସରକୁ ମାତ୍ ଦେଇଛନ୍ତି । ଏନେଇ ସଲମାନ ନିଜେ ଯାଇ ଜଗନବୀରଙ୍କୁ ଦେଖାକରିଛନ୍ତି । ଯାହାର ଭିଡିଓ ଏବଂ ଫଟୋ ଖୁବ୍ ଭାଇରାଲ ହେଉଛି ।

Leave a Reply

Your email address will not be published. Required fields are marked *