Pratidin TV

Odisha's Digital News Platform

ସଲମାନଙ୍କ ଘରେ ଗୁଳିମାଡ ଘଟଣା , ନଦୀ ଭିତରୁ ମିଳିଲା ଦୁଇ ବନ୍ଧୁକ ..

ଅଭିନେତା ସଲମାନ ଖାନଙ୍କ ଘର ବାହାରେ ହୋଇଥିବା ଫାୟାରିଂ ମାମଲାରେ ଏବେ ଆସିଛି ବଡ଼ ଖବର । ଗୁଳିମାଡରେ ବ୍ୟବହୃତ ବନ୍ଧୁକ ଏବେ ନଦୀ ଭିତରୁ ଜବତ କରିଛି କ୍ରାଇମବ୍ରାଞ୍ଚ । ମୁମ୍ବାଇ କ୍ରାଇମବ୍ରାଞ୍ଚ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସୁରଟର ତାପି ନଦୀରୁ ଫାୟାରିଂରେ ବ୍ୟବହୃତ ବନ୍ଧୁକ ଓ କେତେକ ଜୀବନ୍ତ ଗୁଳି ଉଦ୍ଧାର କରାଯାଇଛି। ଏନକାଉଣ୍ଟର ସ୍ପେସାଲିଷ୍ଟ ଭାବେ ପରିଚିତ ବରିଷ୍ଠ ପୁଲିସ ଅଧିକାରୀ ଦୟା ନାୟକଙ୍କ ନେତୃତ୍ୱରେ ଅନ୍ୟ ଅଧିକାରୀମାନଙ୍କ ଏକ ଟିମ ତାପି ନଦୀରେ ବନ୍ଧୁକ ଖୋଜିବା କାର୍ଯ୍ୟରେ ନିୟୋଜିତ ଥିଲେ। ଅଭିନେତା ସଲମାନଙ୍କ ଘର ବାହାରେ ଫାୟାରିଂ କରିବା ପରେ ବିସ୍ରୋଇ ଦୁଇ ଭାଇ ତାପି ନଦୀରେ ବନ୍ଧୁକ ଫୋପାଡ଼ି ଥିବା ସ୍ୱୀକାର କରିବା ପରେ କ୍ରାଇମବ୍ରାଞ୍ଚ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା।

ଏହି ଘଟଣାରେ ଅଭିଯୁକ୍ତ ଉଭୟ ଭାଇଙ୍କୁ କ୍ରାଇମବ୍ରାଞ୍ଚ ଗୁଜୁରାଟର ଭୁଜ ଅଞ୍ଚଳରୁ ଗିରଫ କରିଥିଲା। ଉଭୟଙ୍କ ପରିଚୟ ବିକ୍କୀ ଗୁପ୍ତା ଓ ସାଗର ପାଲ ଭାବରେ ହୋଇଥିଲା। ଉଭୟଙ୍କୁ ପଚରାଉଚୁରା ସମୟରେ, ସେମାନେ ତାପି ନଦୀରେ ବନ୍ଧୁକ ଫୋପାଡ଼ି ଦେଇଥିବା ପ୍ରକାଶ କରିଥିଲେ। କେବଳ ସେତିକି ନୁହେଁ, ଅଭିନେତା ସଲମାନଙ୍କ ଘର ବାହାରେ ଫାୟାରିଂ ପୂର୍ବରୁ ଉଭୟ ଅଭିଯୁକ୍ତ ବନ୍ଧୁକ ଚଳାଇବା ଶିଖିଥିଲେ।ଉଭୟ ଗ୍ୟାଲେକ୍ସି ଆପାର୍ଟମେଣ୍ଟକୁ ଟାର୍ଗେଟ କରି ଗୁଳିମାଡ କରିବାର ଥିଲା। କିନ୍ତୁ ଜଣେ ହିଁ ଗୁଳିମାଡ କରିଥିଲେ ବୋଲି ପୁଲିସ କହିଛି।

Leave a Reply

Your email address will not be published. Required fields are marked *