Pratidin TV

Odisha's Digital News Platform

ସଲମାନ ଖୋଲିଲେ ୧୯୯୮ ମସିହାର ସତ, କଳା ହରିଣ ସହ ହୋଇଥିଲା କଣ ?

1 min read

ଅଭିନେତା ଆଉ ଗ୍ୟାଙ୍ଗଷ୍ଟର ୱାରରେ ନୂଆ ମୋଡ । ସେଦିନ କଣ ଘଟିଥିଲା ଏମିତି ଯେଉଁଥିପାଇଁ ଆଜି ଗ୍ୟାଙ୍ଗଷ୍ଟର ଲରେନ୍ସ ପଡିଛି ସଲମାନଙ୍କ ପଛରେ । ବା ସଲମାନଙ୍କ ଅତି ନିକଟତର ଲୋକଙ୍କୁ କାହିଁକି ହତ୍ୟା କରୁଛି ଲରେନ୍ସ ବିଷ୍ଣୋଇ ।

ଏନେଇ ସଲମାନ ଏକ ସାକ୍ଷାତକାରକୁ ଆସି ବଡ ଖୁଲସା କରିଥିଲେ । ଏହି ମାମଲା ୧୯୯୮ ର ଅଟେ, ଯେତେବେଳେ ସଲମାନ ତାଙ୍କ ସହ-ତାରକା ହମ ସାଥ ସାଥ ହେନଙ୍କ ସହ ଶିକାର କରିବାକୁ ଯାଇଥିଲେ। ଏକ ପୁରାତନ ସାକ୍ଷାତକାରରେ ସଲମାନ କହିଥିଲେ ଯେ ଶିକାର କରିବାକୁ ତାଙ୍କ ମନ କିପରି ପ୍ରସ୍ତୁତ ହୋଇଛି ଏବଂ ଏହି ପୁରା ଘଟଣା କିପରି ଆରମ୍ଭ ହୋଇଛି। ଆଜି ବି ତାଙ୍କୁ ଏକ ହବି ଭାବରେ ଆରମ୍ଭ ହୋଇଥିବା ଏହି କାହାଣୀ ପାଇଁ ଭାରି ମୂଲ୍ୟ ଦେବାକୁ ପଡିବ ।

Advertisement

୨୦୦୯ ରେ ndtv ସହିତ କଥାବାର୍ତ୍ତା କରୁଥିବାବେଳେ ସଲମାନ ନିଜେ କହିଥିଲେ ଯେ ସେ କେବେ, କେଉଁଠାରେ ଏବଂ କିପରି ଶିକାର କରିବାକୁ ଯାଇଥିଲେ। ସେମାନେ କିପରି ଭୟଭୀତ ହରିଣ ପାଇଲେ ଏବଂ ଏହାକୁ ବିସ୍କୁଟ ଖାଇବାକୁ ଦେଉଥିଲେ । ସଲମାନ କହିଛନ୍ତି- ସବୁ ଘଟଣା ଏଇଠୁ ଆରମ୍ଭ ହୋଇଛି ।

ସୁଟିଂ ସରିବାର ଗୋଟିଏ ଦିନ ପରେ ଆମେ ସମସ୍ତେ ସୈଫ୍‌, ତବୁ ,ନୀଲମ୍‌,ଅମୃତା ,ସୋନାଲି ବୁଲିବାକୁ ବାହାରିଥିଲୁ । ଆଉ ଜଙ୍ଗଲ ବୁଲୁ ବୁଲୁ ଆମେ ଏକ ହରିଣ ଛୁଆକୁ କଣ୍ଟା ବୁଦାରେ ଫସିରହିଥିବାର ଦେଖିବାକୁ ପାଇଥିଲୁ । ତୁରନ୍ତ ତାକୁ ସେଠାରୁ ଉଦ୍ଧାର କରି ପିଠି ଆଉଁସିଦେବା ସହ ତାକୁ ବିସ୍କୁଟ ଖାଇବାକୁ ଦେଇଥିଲୁ । ଏବଂ ପାଣି ମଧ୍ୟ ପିଆଇଥିଲୁ । ତାପରେ ସେ ସୁସ୍ଥ ହୋଇ ନିଜ ଦଳ ସହ ସେଠାରୁ ଚାଲିଯାଇଥିଲା । ଆଉ ଆମେ ସେଠାରୁ ବୁଲିବାକୁ ଚାଲିଯାଇଥିଲୁ । ଆମେ ତାକୁ ହତ୍ୟା କରିନାହିଁ ବରଂ ତା ଜୀବନ ବଞ୍ଚାଇଥିଲୁ ।

Leave a Reply

Your email address will not be published. Required fields are marked *