ସଲମାନଙ୍କ ଗୁମର ଖୋଲିଲେ ପୂର୍ବ ପ୍ରେମିକା; ନିର୍ଯାତନା ସହ ଐଶ୍ୱର୍ଯ୍ୟାଙ୍କୁ ଏପରି କରିଥିଲେ ବ୍ୟବହାର
1 min readହତ୍ୟା ଧମକକୁ ନେଇ ଚିନ୍ତାରେ ଥିବା ସମୟରେ ପୂର୍ଵ ପ୍ରେମିକା ଆଣିଲେ ନୂଆ ଅଭିଯୋଗ | ଏଣିକି ସୋମିଙ୍କ ଏହି କଥା ସମାଲୋଚନା ସୃଷ୍ଟି କରିଛି | ବଲିଉଡ ଦବଙ୍ଗ ଖାନ୍ ସଲମାନଙ୍କ ସହ ନୀଳନୟନା ଐଶ୍ୱର୍ଯ୍ୟା ରାୟଙ୍କ ପ୍ରେମକାହାଣୀ ଆଜି ବି ଚର୍ଚ୍ଚାରେ ରହି ଆସୁଛି । ଗୋଟେ ସମୟ ଥିଲା ଯେଉଁ ସମୟରେ ଦୁହେଁ ଦୁହିଁଙ୍କ ପ୍ରେମରେ ଉବୁଟୁବୁ ହେଉଥିଲେ। ହେଲେ ସମ୍ପର୍କରେ ଘୋଟି ଆସିଥିଲା କଳା ବାଦଲ। ହଠାତ ସଲମାନ ଏବଂ ଐଶ୍ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା ଏବଂ ନାନାଦି ଅଭିଯୋଗ ଆଣି ବାଟ ବଦଳାଇଥିଲେ ଐଶ୍। ଏହାକୁ ଅନେକ ସମୟ ବିତିଥିବା ବେଳେ ପୁଣିଥରେ ଦୁହିଁଙ୍କ ସମ୍ପର୍କ ଆଲୋଚନାକୁ ଆସିଛି। ଏହା ପଛର କାରଣ ହେଉଛନ୍ତି ସଲମାନଙ୍କ ପୂର୍ବତନ ପ୍ରେମିକା ସୋମି ଅଲି।
ସୋମି ଐଶ୍ୱର୍ଯ୍ୟାଙ୍କ ବିଷୟରେ କହିଛନ୍ତି, ସେ ବହୁତ ସୁନ୍ଦର, ସେ ଜାଣିଥିଲେ ଯେ ମୁଁ ସଲମାନଙ୍କ ସହ ସମ୍ପର୍କରେ ଅଛି। ହେଲେ ବି ସେ ପୁଣି ତାଙ୍କୁ ଭଲପାଇ ବସିଥିଲେ। କ’ଣ ହେଲା। ସଲମାନ ରାଗି ଯାଇ ଐଶ୍ଙ୍କ ହାତ ଭାଙ୍ଗିଦେଇଥିଲେ। ଏହାକୁ ନେଇ ଏତଲା ଦାୟର କରାଯାଇଥିଲା।
କେବଳ ଏତିକି ନୁହେଁ ନିଜ ସମ୍ପର୍କକୁ ନେଇ ସୋମି କହିଛନ୍ତି, ସଲମାନଙ୍କ ସହ ‘ଓ୍ବାନ୍ ନାଇଟ୍ ଷ୍ଟାଣ୍ଡ’କୁ ନେଇ ଚିଡ଼ି ଯାଇଥିଲି। ଅଭିନେତା ତାଙ୍କୁ ମାନସିକ ଏବଂ ଶାରୀରିକ ଆଘାତ ଦେଉଥିଲେ। ଏହାକୁ ନେଇ ସେ ବ୍ରେକ୍ଅପ୍ କରିଦେଇଥିଲେ।
ସେ କାହିଁକି ଫିଲ୍ମ ଇଣ୍ଡଷ୍ଟ୍ରି ଛାଡ଼ିଲେ ବୋଲି ତାଙ୍କୁ ଜଣେ ରେଡିଟ ୟୁଜର ପ୍ରଶ୍ନ କରିବାରୁ ଏହାର ଉତ୍ତର ଦେଇ ସେ କହିଛନ୍ତି, ୧୯୯୦ ଦଶକରେ ସଲମାନ୍ ଖାନ୍ ବାରମ୍ବାର ମୋତେ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେବାରୁ ମୁଁ ଫିଲ୍ମ ଇଣ୍ଡଷ୍ଟ୍ରି ଛାଡ଼ିବାପାଇଁ ବାଧ୍ୟ ହେଲେ। ସୋମୀ ଅଲି କହିଛନ୍ତି, ପ୍ରତିଦିନ ମତେ ଶାରୀରିକ ଏବଂ ମାନସିକ ନିର୍ଯାତନା ଦିଆଗଲା। ମୋ ବୟଫ୍ରେଣ୍ଡ୍ ଅନ୍ୟ କାହାକୁ ଗୋଟିଏ ରାତି ପାଇଁ ଆଣି ତାଙ୍କ ସହ ସମ୍ପର୍କ ସ୍ଥାପନ କରିବା ଏବଂ ମୋତେ ମଧ୍ୟ ସେଭଳି ବ୍ୟବହାର କରିବା ମୁଁ ଗ୍ରହଣ କରିପାରିଲିନି। କେବଳ ଏତିକି ନୁହେଁ ଶୁଶାନ୍ତ ରାଜପୁତ ଆତ୍ମହତ୍ୟା କରିନାହାନ୍ତି ବରଂ ତାଙ୍କର ହତ୍ୟା ହୋଥିବା କଥା ମଧ୍ୟ ସେ ପ୍ରକାଶ କରିଥିଲେ |