Pratidin TV

Odisha's Digital News Platform

ସୁରକ୍ଷା ବଳୟରେ ସଲମାନ ,ଜଗିଛନ୍ତି ୬୦ ପୁଲିସ ଘର ଆଗରେ ଲାଗିଛି ସ୍ବତନ୍ତ୍ର କ୍ୟାମେରା..

1 min read

କଡ଼ା ସୁରକ୍ଷାବଳୟ ମଧ୍ୟରେ ବାନ୍ଦ୍ରାରେ ଥିବା ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟ। ମହାରାଷ୍ଟ୍ରର ବରିଷ୍ଠ ରାଜନେତା ବାବା ସିଦ୍ଦିକିଙ୍କୁ ହତ୍ୟା କରାଯିବା ପରେ ସଲମାନଙ୍କ ଜୀବନ ପ୍ରତି ବିପଦ ବଢ଼ିଛି। ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ପକ୍ଷରୁ ସଲମାନଙ୍କ ପ୍ରତି ବିପଦ ରହିଛି। ଏଥିପାଇଁ ତାଙ୍କ ଆପାର୍ଟମେଣ୍ଟ ଚାରିପାଖର ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ବଲିଉଡର ସୁପରଷ୍ଟାର ସଲମାନ ଖାନଙ୍କୁ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଶ୍ନୋଇ ପକ୍ଷରୁ କ୍ରମାଗତ ଭାବେ ଧମକ ମିଳୁଛି। ନିକଟରେ ସଲମାନଙ୍କ ସାଙ୍ଗ ଓ ଏନସିପି ନେତା ବାପା ସିଦ୍ଦିକିଙ୍କୁ ମୁମ୍ବାଇରେ ଗୁଳି କରି ହତ୍ୟା କରାଯାଇଛି। ଏହି ଗୁଳିକାଣ୍ଡ ଓ ହତ୍ୟା ଘଟଣାରେ ଲରେନ୍ସ ବିଶ୍ନୋଇର ହାତ ଥିବା କୁହାଯାଉଛି। ଏହି କ୍ରମରେ ସଲମାନଙ୍କୁ ବି କ୍ରମାଗତ ଭାବେ ହତ୍ୟା ଧମକ ମିଳୁଥିବାରୁ ତାଙ୍କ ସୁରକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇ ପୂର୍ବ ଅପେକ୍ଷା ଆହୁରି କଡ଼ାକଡ଼ି କରାଯାଇଛି।

Advertisement

ସଲମାନଙ୍କ ଘର ତଥା ଆଖପାଖ ସ୍ଥାନରେ ୨୪ଘଣ୍ଟା ଟିକନିଖ ନଜର ରଖୁଛନ୍ତି।  ଏଥିସହିତ  ମୁମ୍ବାଇ ପୁଲିସ ଏଆଇର ହାଏ ପାୱର ସିସିଟିଭି କ୍ୟାମେରା ଖଞ୍ଜିଛି। ଏହି କ୍ୟାମେରାରେ ଚେହେରା ଚିହ୍ନବା ଭଳି ଫିଚର ରହିଛି। ଏହାର ଅର୍ଥ ରେକର୍ଡ ହେଉଥିବା ବ୍ୟକ୍ତିଙ୍କ ଚେହେରା କ୍ୟାମେରା ଚିହ୍ନି ପାରିବ। ଯଦି କେହି ସଲମାନଙ୍କ ଘର ସାମ୍ନାରେ ତିନିଥରରୁ ଅଧିକ ଦେଖାଗଲେ ତେବେ ଏହି କ୍ୟାମେରାରେ ଥିବା ଆଲର୍ଟ ଆଲାରାମ ବାଜି ଉଠିବ। 

ଏହାଦ୍ବାରା ଜଣାପଡ଼ି ପାରିବ କି କିଏ ସଲମାନଙ୍କ ଘର ଆଖପାଖରେ କଣ  କରୁଛି।  ଏଭଳି ପରିସ୍ଥିତିରେ ପୁଲିସ ଉକ୍ତ ବ୍ୟକ୍ତିଙ୍କ ପରିଚୟ ଜାଣି ଯାଞ୍ଚ କରିବ। ଯଦି ସନ୍ଦିଗ୍ଧ ଗିତିବିଧି ଦେଖାଗଲା ତେବେ ଗିରଫ ବି କରି ପାରେ।

ସଲମାନଙ୍କ ଘର ବାହାର ଲୋକେସନ ଏବେ ଏକ ପୁଲିସ ବ୍ୟାରେକ ଭଳି ଦିଶୁଛି। ସଲମାନଙ୍କୁ ସରକାରଙ୍କ ପକ୍ଷରୁ ୱାଇ ପ୍ଲସ କ୍ୟାଟେଗରିରେ ସିକ୍ୟୁରିଟି କଭର ଦିଆଯାଇଛି।  ଯେଉଁଥିରେ ୮ରୁ ୧୦ଜଣ ପୁଲିସ କର୍ମଚାରୀ ସାମିଲ ଅଛନ୍ତି। ଏଥିମଧ୍ୟରୁ ୪ରୁ୫ଜଣ ପୁଲିସକର୍ମଚାରୀ ଟ୍ରେଣ୍ଡ କମାଣ୍ଡୋ ଅଛନ୍ତି। ଏମାନଙ୍କ ସହିତ ଜଣେ ଅଫିସର ବି ସାମିଲ ଅଛନ୍ତି।

ବରିଷ୍ଠ ପୁଲିସ୍‌ ଅଧିକାରୀମାନେ ମଧ୍ୟ ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରୁଛନ୍ତି। ମୁତୟନ ହୋଇଥିବା ୬୦ ପୁଲିସ୍‌ କର୍ମଚାରୀଙ୍କ ମଧ୍ୟରେ କିଛି ମହିଳା ମଧ୍ୟ ରହିଛନ୍ତି। ବାନ୍ଦ୍ରା ପୁଲିସ୍‌ ଓ ସୁରକ୍ଷା ବ୍ରାଞ୍ଚର ଜିପ ମଧ୍ୟ ଘନଘନ ପଇଁତରା ମାରୁଛି।

ବିଲଡିଂ ଭିତରୁ ଯାଉଥିବା ଲୋକଙ୍କ ଭଲ ଭାବେ ଯାଞ୍ଚ କରାଯାଇଛି। ସେମାନଙ୍କୁ ପରିଚୟପତ୍ର ମଧ୍ୟ ଦେଖାଇବାକୁ ପଡ଼ୁଛି। କୌଣସି ଅନାଧିକାର ବ୍ୟକ୍ତିଙ୍କୁ ଆପାର୍ଟମେଣ୍ଟ ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳୁ ନାହିଁ। ସଲମାନଙ୍କୁ ପୂର୍ବଭଳି ୱାଇ ପ୍ଲସର ସୁରକ୍ଷା ଯୋଗାଇ ଦିଆଯାଉଛି।

Leave a Reply

Your email address will not be published. Required fields are marked *