Pratidin TV

Odisha's Digital News Platform

ଟାର୍ଗେଟ୍‌ରେ ଭାଇଜାନ୍ : ଇ-ମେଲ ରେ ଆସିଲା ହତ୍ୟା ଧମକ ..

1 min read

ମୁମ୍ବାଇ : ବିପଦରେ ଭାଇଜାନଙ୍କ ଜୀବନ । ଟାର୍ଗେଟରେ ବଲିଉଡ୍ ଅଭିନେତା ସଲମାନ ଖାନ୍ । ମିଳିଲା ଖୁଲାମ ଖୁଲା ହତ୍ୟା ଧମକ୍ । ବଢିଲା ସୁରକ୍ଷା , ଚିନ୍ତାରେ ପୁରା ପରିବାର ।

ସୂଚନାଯୋଗ୍ୟ ଯେ ନିକଟରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ତରଫରୁ ସଲମାନ ଖାନଙ୍କୁ ଇ-ମେଲ ଯୋଗେ ତାଙ୍କୁ ହତ୍ୟା ଧମକ ଦିଆଯାଇଛି । ଏନେଇ ଅଭିଯୋଗ ପରେ ପୁଲିସ ୧୨୦-ବି( ଅପରାଧିକ ଷଡଯନ୍ତ୍ର), ୫୦୬-ଆଇଆଇ( ଅପରାଧିକ ଉଦେଶ୍ୟ ରଖି ଭୟଭୀତ କରିବା) ଏବଂ ୩୪ ଆଇପିସିରେ ମାମଲା ରୁଜୁ ହୋଇଛି । ପୂର୍ବରୁ ଗଣମାଧ୍ୟମକୁ ଏକ ସାକ୍ଷାତକାରରେ ଲରେନ୍ସ ବିଷ୍ଣୋଇ ସଲମାନଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲା । ଏବେ ସଲମନଙ୍କୁ ମାରିବା ପାଇଁ ଠିକ୍ ସମୟ ନୁହେଁ । ଯେଉଁଦିନ ତାଙ୍କର ସୁରକ୍ଷା ହଟିବ ସେଦିନ ତାଙ୍କର ଶେଷ ଦିନ ହେବ । ସିଦ୍ଧୁ ମୁସେୱାଲାଙ୍କ ଭଳି ସଲମନ ଅହଙ୍କାରୀ ଥିଲା ବୋଲି କହିଥିଲା ଲରେନ୍ସ ବିଷ୍ଣୋଇ ।

Advertisement

ଏନେଇ ସଲମନଙ୍କ ଟିମ ପକ୍ଷରୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ବିରୋଧରେ ମୁମ୍ବାଇର ବାନ୍ଦ୍ରା ଥାନାରେ ଅଭିଯୋଗ କରାଯାଇଈଛି । ପଞ୍ଜାବର ପରିଚିତ କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲା ହତ୍ୟା ମାମଲାରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଏବେ ଜେଲରେ ଅଛି । ସୂଚନା ମୁତବାକ, ଶନିବାର ଅପରାହ୍ଣରେ ରୋହିତ ଗାର୍ଗ ନାମକ ଜଣେ ବ୍ୟକ୍ତି ସଲମାନଙ୍କୁ ଇ-ମେଲ କରିଥିଲେ । ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ର ସହଯୋଗୀ କାନାଡାର ଗୋଲ୍ଡି ବରାର ତାଙ୍କ ସହ କଥା ହେବାକୁ ଚାହୁଁଥିବା ନେଇ ଇମେଲ ଆସିଥିଲା ।ସମୟ ପୂର୍ବରୁ ଜଣାଇଦେଲି, ଆରଥରକୁ ସିଧା ଝଟକା ମିଳବ ବୋଲି ହୀନ୍ଦିରେ ଲେଖା ଥିବା ମେଲ ଆସିଥିଲା । ।

Leave a Reply

Your email address will not be published. Required fields are marked *