Pratidin TV

Odisha's Digital News Platform

ରିଲିଜ ହେଲା ଭାଇଜାନଙ୍କ ଟାଇଗର ୩, ଫାଷ୍ଟ ସୋ ରେ ଦର୍ଶକଙ୍କ ଖଚାଖଚ୍ ଭିଡ…

ସବୁ ଅପେକ୍ଷାର ଘଟିଲା ଅନ୍ତ । ଆଜି ଦୀପାବଳୀରେ ରଲିଜ ହେଲା ଭାଇଜାନଙ୍କ ଟାଇଗର ୩ । ଦୀପାବଳୀର ଖୁସିକୁ ଆହୁରୀ ଦ୍ୱିଗୁଣିତ କରିଛି ସଲମାନଙ୍କ ଟାଇଗର ୩ । ପ୍ରଥମ ଦିନରେ ପ୍ରଥମ ସୋ ଦେଖିବା ପାଇଁ ହଲରେ ଭିଡ ଲଗାଇଛନ୍ତି ବହୁ ସଂଖ୍ୟକ ଦର୍ଶକ । ଖାଲି ଗହଳି ନୁହେଁ ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ କ୍ରେଜ୍ ଦେଖିବାକୁ ମିଳିଛି । କାରଣ ପୁଣିଥରେ ସଲମାନଙ୍କ ସହ ପରଦାରେ ନଜର ଆସିଛନ୍ତି କ୍ୟାଟ୍ରିନା । ଟାଇଗର ୨ ଏବଂ ଟାଇଗର ୩ ରେ ଯେପରି ସଲାମାନଙ୍କ ଆକ୍ସନ ଷ୍ଟାଇଲ ଭରପୁର ରହିଥିଲା ସେହିଭଳି ଟାଇଗର ୩କୁ ମଧ୍ୟ ଦେଖିବାକୁ ଦର୍ଶକଙ୍କ ମନରେ ଉତ୍କଣ୍ଠା ଭରି ରହିଛି । ତେବେ ଆଜି ଟାଇଗର ୩, ଦେଶର ପ୍ରାୟ ୧୭ ହଜାରୁ ଅଧିକ ପରଦାରେ ମୁକ୍ତିଲାଭ କରିଛି । ସେହିପରି ଭୁବନେଶ୍ୱର ମାହାରାଜା ହଲରେ ଆଜି ଭାଇଜାନଙ୍କ ଫ୍ୟାନ ମାନେ ତାଙ୍କ ମୁଭି ରିଲିଜ ହେବା ଖୁସିକୁ ଧୁମ ଧାମରେ ସେଲିବ୍ରସେନ କରିଛନ୍ତି । ପ୍ରଥମ ଦିନରେ ପ୍ରଥମ ସୋ ଦେଖିବା ପାଇଁ ସକାଳ ୭ଟାରୁ ହଲରେ ବହୁ ସଂଖ୍ୟକ ଦର୍ଶକ ଭିଡ ଜମାଇଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *