Pratidin TV

Odisha's Digital News Platform

ସଲମାନଙ୍କ ପ୍ରେମରେ ପଡିଛନ୍ତି ୟୁଲିଆ ! ସମସ୍ତଙ୍କ ସାମ୍ନାରେ କହିଲେ ନିଜ ହୃଦୟର କଥା …

1 min read

ବଲିଉଡ୍‌ର ଭାଇଜାନର ଅର୍ଥାତ୍ ସଲମାନ ଖାନଙ୍କ ନାମକୁ ଅନେକ ସମୟରେ ଅନେକଙ୍କ ସହ ଯୋଡି ଚର୍ଚ୍ଚା କରାଯାଏ। ଐଶ୍ୱର୍ଯ୍ୟା ରାୟଙ୍କ ଠାରୁ ଆରମ୍ଭ କରି କାଟ୍ରୀନା କୈଫ୍ ପର୍ଯ୍ୟନ୍ତ ଏହି ତାଲିକାରେ ଆସନ୍ତି। ପୂର୍ବରୁ ଐଶ୍ୱର୍ଯ୍ୟା ବାହା ହୋଇସାରିଥିବା ବେଳେ ନିକଟରେ ସମ୍ପ୍ରତି କ୍ୟାଟ୍ରିନା କୈଫ୍‌ ବିବାହ କରିଛନ୍ତି। ତେବେ ସଲମାନ କେବେ ବିବାହ କରିବେ ସେହି ଅପେକ୍ଷାରେ ଅଛନ୍ତି ପ୍ରଶଂସକ।  ଐଶ୍ୱର୍ଯ୍ୟା ଓ କ୍ୟାଟ୍ରିନାଙ୍କ ପରେ ଏବେ ଆଉ ଜଣେ ଲଳନା  ସଲମାନଙ୍କ ପ୍ରେମରେ ପଡିଛନ୍ତି ।

ସଲମାନ ଖାନଙ୍କ ପ୍ରେମ ଜୀବନ ପ୍ରାୟତଃ ଚର୍ଚ୍ଚାରେ ଥାଏ। ଜଣେ ଦୁଇ ଜଣ ନୁହେଁ, ଅନେକ ଅଭିନେତ୍ରୀଙ୍କ ସହ ସଲମାନ ଖାନ୍‌ଙ୍କ ଲିଙ୍କ ଅପ୍ ବିଷୟରେ ଖବର ଆସିଛି, କିନ୍ତୁ ସଲମାନ ନିଜକୁ ସବୁବେଳେ ସିଙ୍ଗଲ ବୋଲି କହିଛନ୍ତି।  ହେଲେ ଏବେ ସେହି ଚର୍ଚ୍ଚାରେ ପଡ଼ିବାକୁ ଯାଉଛି ପୂର୍ଣ୍ଣଚ୍ଛେଦ । କାରଣ ସମସ୍ତଙ୍କ ସାମ୍ନାରେ ସଲମାନ ଙ୍କ ସହ ତାଙ୍କ ପ୍ରେମ ସମ୍ପର୍କକୁ କୁ ସ୍ୱୀକାର କଲେ ୟୁଲିଆ ।  ଗତ କିଛି ବର୍ଷ ହେବ ଅନୁମାନ କରାଯାଉଛି ଯେ, ବଲିଉଡର ଦବଙ୍ଗ ସଲମାନ ଖାନ, ଗାୟିକା ୟୁଲିଆ ବନ୍ତୁରଙ୍କୁ ଡେଟ୍ କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି । ସଲମାନ ଏବଂ ତାଙ୍କ ପରିବାର ସହିତ ପ୍ରାୟତଃ ନଜର ଆସିଥାନ୍ତି ୟୁଲିଆ। ଅନେକ ବର୍ଷ ହେଲାଣି ଏହି ଚର୍ଚ୍ଚା ଲାଗି ରହିଥିଲେ ବି ଦୁହେଁ ଏହା ଉପରେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ସଲମାନଙ୍କୁ ବିବାହ ବିଷୟରେ ପ୍ରଶ୍ନ କରାଗଲେ ସେ କେବେ ବି ବିବାହ କରିବେ ନାହିଁ ବୋଲି କହୁଛନ୍ତି। ଏମଧ୍ୟରେ ୟୁଲିଆ ନିଜର ମନ କଥା କହିଛନ୍ତି।

Advertisement

ୟୁଲିଆ ନିକଟରେ ଦୁବାଇର ୟାସ ଦ୍ୱୀପରେ ଆୟୋଜିତ ହୋଇଥିବା ଆଇଫା-୨୦୨୪ରେ ଯୋଗ ଦେଇଥିଲେ। ହେଲେ ଏହି ଆୱାର୍ଡ ସୋ’କୁ ଯାଇପାରିନଥିଲେ ସଲମାନ। ଇଭେଣ୍ଟରେ ସେ ସୁପରଷ୍ଟାରଙ୍କୁ ମନେ ପକାଉଛନ୍ତି କି ବୋଲି ପଚରାଯିବାରୁ ସେ ତୁରନ୍ତ ଉତ୍ତର ଦେଇ କହିଥିଲେ, ସେ ମୋ ହୃଦୟରେ ଅଛନ୍ତି । ମୁଁ ତାଙ୍କୁ କିପରି ମନେ ପକାଇବି? ତାଙ୍କର ଏଭଳି ଉତ୍ତର ଏବେ ସଲମାନଙ୍କ ସହ ତାଙ୍କର ଥିବା ସମ୍ପର୍କର ଚର୍ଚ୍ଚାକୁ ଆହୁରି ବଢ଼ାଇଛି।

Leave a Reply

Your email address will not be published. Required fields are marked *