Pratidin TV

Odisha's Digital News Platform

ଶେଷରେ ମୁହଁ ଖୋଲିଲେ ସଲମାନ , କହିଲେ ମୁଁ ଗୁଳିମାଡ ବେଳେ ଶୋଇପଡିଥିଲି ..

ଗତକିଛିଦିନ ତଳେ  ସଲମାନ ଖାନଙ୍କ ମୁମ୍ବାଇ ଘର ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ  କିଛି ଦୁର୍ବୃତ୍ତ ଗୁଳି ଚଳାଇଥିଲେ। ହେଲେ  ଅଭିଯୁକ୍ତ ସେମାନଙ୍କ ଉଦ୍ଦେଶ୍ୟରେ ସଫଳ ହୋଇପାରି ନ ଥିଲେ । ଗୁଳି ଚାଳନା କରି ସଙ୍ଗେ ସଙ୍ଗେ ସେଠାରୁ ଖସି ପଳାଇ ଯାଇଥଲେ । ତେବେ ସେହି ଗୁଳି ଚାଳନା ମାମଲାରେ ମାମଲାରେ ପୁଲିସ ଭାଇଜାନଙ୍କ ବୟାନ୍ ରେକର୍ଡ କରିଛି।  ସଲମାନ କହିଛନ୍ତି, ସେ ଏପ୍ରିଲ ୧୪ ସକାଳେ ମୁମ୍ବାଇସ୍ଥିତ ବାସଭବନ ବାହାରେ ଗୁଳି ଚଳାଇବାରୁ ସେ ଗୁଳି ଶବ୍ଦ ଶୁଣି ନିଦରୁ ଉଠି ପଡିଥିଲେ। ପୁଲିସ କହିଛି ଯେ, ଉଭୟ ଗୁଳି ଚାଳନାକାରୀଙ୍କୁ ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ ପଠାଇଥିଲେ ଓ ସେମାନେ ସଲମାନ ଖାନଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ।

ସଲମାନ ଖାନ କହିଛନ୍ତି ଯେ ସେ ଅନୁଭବ କରିଛନ୍ତି ଯେ ତାଙ୍କ ଜୀବନ ପ୍ରତି ବିପଦ ରହିଛି। ସେମାନଙ୍କୁ ପୁଲିସ ପକ୍ଷରୁ ମିଳିଥିବା ସହାୟତା ଏବଂ ଏହି ଘଟଣାର ତଦନ୍ତ ପାଇଁ ସେ ପୁଲିସକୁ ଧନ୍ୟବାଦ ଜଣାଇଛନ୍ତି।ସଲମାନ ଖାନ ପୁଲିସକୁ କହିଛନ୍ତି, ଏହି ଘଟଣା ଦିନ ସେ ଘରେ ଥିଲେ ଏବଂ ପୂର୍ବଦିନ ରାତିରେ ଘରେ ଉତ୍ସବ ଥିବାରୁ ସେ ବିଳମ୍ବରେ ଶୋଇଥିଲେ। ସେ ତାଙ୍କ ଫ୍ଲାଟର ବାଲକୋନୀରେ ବାଜିଥିବା ଗୁଳିର ଶବ୍ଦ ଶୁଣିବା ପରେ ନିଦରୁ ଉଠି ଯାଇ ଥିଲେ ବୋଲି ପୁଲିସକୁ କହିଛନ୍ତି। ସେ ବାଲକୋନୀକୁ ଦେଖିବା ପାଇଁ ଯାଇଥିଲେ କିନ୍ତୁ ସେଠାରେ କିଛି ଦେଖି ପାରିନଥିଲେ।ଗୁଳି ବିନିମୟ ସମୟରେ ତାଙ୍କ ଜୁହୁ ନିବାସରେ ଥିବା ସଲମାନଙ୍କ ଭାଇ ଅରବାଜଙ୍କ ବୟାନ ମଧ୍ୟ ପୋଲିସ ରେକର୍ଡ କରିଛି କିନ୍ତୁ ଗ୍ୟାଙ୍ଗ ଦ୍ୱାରା ସଲମାନଙ୍କୁ ଦିଆଯାଇଥିବା ପୂର୍ବ ଧମକ ବିଷୟରେ ସେ ଜାଣିଥିଲେ। ତାଙ୍କ ଭାଇଙ୍କୁ ଦୁଇ ଘଣ୍ଟା ପଚରାଉଚରା କରାଯାଉଥିବା ବେଳେ ସଲମାନଙ୍କ ବୟାନ ତିନି ଘଣ୍ଟା ଧରି ରେକର୍ଡ କରାଯାଇଥିଲା। ଦୁଇ ଭାଇଙ୍କୁ 150 ରୁ ଅଧିକ ପ୍ରଶ୍ନ ପଚରା ଯାଇଛି ।

Leave a Reply

Your email address will not be published. Required fields are marked *