ସମ୍ବଲପୁରର ଘଣ୍ଟେଶ୍ୱର ମନ୍ଦିର ଆଗରେ ବୁଲୁଛି କଲରାପତରିଆ ବାଘ……
1 min readସମ୍ବଲପୁର ଚି଼ମ୍ପଲିମଠ ରେ ଥିବା ଅନ୍ୟତମ ପ୍ରମୁଖ ଶକ୍ତିପୀଠ ଭାବେ ବେଶ ପରିଚିତ ମାଆ ଘଣ୍ଟେଶ୍ୱରଙ୍କ ପୀଠ । ତେବେ ଏହି ପୀଠରେ ଏବେ ଦେଖିବାକୁ ମିଳିଛି କଲରାପତରିଆ ବାଘ। ଏହି କଲରାପତରିଆ ବାଘ ମାଆ ଙ୍କ ନିକଟରେ ଘୁରି ବୁଲୁଛି । ଏହି ଭିଡିଓଟି ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି । ମାଆଙ୍କ ମନ୍ଦିର ନିକଟରେ ଏକ ଘଞ୍ଚ ଜଙ୍ଗଲ ଥିବାରୁ ଏହି କଲରାପତରିଆ ବାଘଟି ଚାଲିଆସିଥିବା ସ୍ଥାନୀୟ ଲୋକେ ଅନୁମାନ କରିଛନ୍ତି। ତେବେ ଏହି ବାଘ ମନ୍ଦିର ନିକଟରେ ଦେଖା ଦେବା ଘଟଣା ଉପରେ ବନବିଭାଗ ପକ୍ଷରୁ ବର୍ତ୍ତମାନ କୌଣସି ପ୍ରକାର ସୂଚନା ମିଳିପାରି ନାହିଁ ।ଏହି ଭିଡିଓ ଭାଇରଲ ହେବାପରେ ଏବେ ଏହି ଘଟଣା ବହୁତ୍ ଚର୍ଚ୍ଚାରେ ରହିଥିଲା ।ବାଘ ଖବର ଶୁଣି ଆତଙ୍କିତ ହୋଇପଡିଛନ୍ତି ଘଣ୍ଟେଶ୍ୱରବାସି। ସମ୍ବଲପୁର ଘଟେଶ୍ୱର୍ ମନ୍ଦିରକୁ ପ୍ରତିଦିନ ହଜାର ହଜାର ଭକ୍ତ ଆସିଥାନ୍ତି । ମାଆଙ୍କ ଆଶୀର୍ବାଦ ଆସୁଥିବା ଭକ୍ତମାନେ ଆଜି କଲରାପତରିଆ ବାଘ ଦେଖି ଭକ୍ତଙ୍କ ମନରେ ଭୟ ସୃଷ୍ଟି ହୋଇଥିଲା ।