Pratidin TV

Odisha's Digital News Platform

ଛାଡ଼ପତ୍ର ର ୩ ବର୍ଷ ପରେ ମା ହେବାକୁ, ଚାହୁଁଛନ୍ତି ସାମନ୍ଥା ରୁଥ ପ୍ରଭୃ..

1 min read

ଛାଡପତ୍ର ପରେ ମାଆ ହେବାକୁ ଚାହୁଁଛନ୍ତି ସାଉଥ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୃ । ନାଗା ଚୈତନ୍ୟଙ୍କ ସହିତ ଛାଡପତ୍ରର ୩ ବର୍ଷ ପରେ ମାତୃତ୍ୱ ବିଷୟରେ ଖୋଲାଖୋଲି ଭାବେ କହିଛନ୍ତି ଅଭିନେତ୍ରୀ । ବରୁଣ ଧାୱନଙ୍କ ଏବଂ ସାମନ୍ଥା ରୁଥ ପ୍ରଭୃଙ୍କ ସ୍ପାଇ-ଥ୍ରୀଲର ‘ସିଟାଡେଲ: ହନି ବନି’ ସିରିଜ୍ OTT ରେ ମୁକ୍ତିଲାଭ କରିଛି। ଏହି ସିରିଜରେ ଅଭିନେତ୍ରୀଙ୍କ ଦମଦାର ପ୍ରଦର୍ଶନକୁ ବହୁତ ପ୍ରଶଂସା କରାଯାଉଛି । ତେବେ ଏହାରି ମଧ୍ୟରେ ଏକ ସାକ୍ଷାତକାରରେ ସାମନ୍ଥା କହିଛନ୍ତି ଯେ ସେ ଏବେ ମାଆ ହେବାକୁ ଚାହୁଁଛନ୍ତି । ତାଙ୍କୁ ବୟସକୁ ନେଇ ଚିନ୍ତା ନାହିଁ। ସାମନ୍ଥା କହିଛନ୍ତି, “ମୁଁ ଭାବୁନାହିଁ ଯେ ବିଳମ୍ବ ହୋଇ ଯାଇଛି.. କାହିଁକି ନା ଏବେ ବି ସମୟ ଅଛି।

ମୋର ମାଆ ହେବାର ସ୍ୱପ୍ନ ଅଛି ଏବଂ ମୁଁ ମାଆ ହେବାକୁ ଭଲ ପାଏ…ମାଅ ହେବାକୁ ଚାହେଁ। ଏହା ଏକ ସୁନ୍ଦର ଅନୁଭୂତି ଅଟେ। “ମୁଁ ଏସବୁକୁ ଅପେକ୍ଷା କରିଛି। ଲୋକମାନେ ପ୍ରାୟତଃ ବୟସକୁ ନେଇ ରହନ୍ତି, କିନ୍ତୁ ମୁଁ ଭାବୁଛି ଜୀବନରେ ଏପରି କିଛି ସମୟ ନାହିଁ ଯେତେବେଳେ ତୁମେ ମା ହୋଇପାରିବ ନାହିଁ । ସାମନ୍ଥାଙ୍କ ଏହି ବିବୃତ୍ତି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାପରେ ପ୍ରଶଂସକମାନେ ଅନୁମାନ କୁରୁଛନ୍ତି ଯେ ଅଭିନେତ୍ରୀ ମଧ୍ୟ ନାଗା ଚୈତନ୍ୟଙ୍କ ପରି ଦ୍ଵିତୀୟ ବିବାହ କରି ଆଗକୁ ବଢିବାକୁ ଚାଁହୁଛନ୍ତି । ସାମନ୍ଥାଙ୍କ ବିବାହ ନାଗା ଚୈତନ୍ୟଙ୍କ ସହିତ ହୋଇଥିଲା।ହେଲେ ଦୁହେଁ ୨୦୨୧ରେ ମସିହାରେ ଛାଡପତ୍ର ନେଇଥିଲେ। ନାଗା ଚୈତନ୍ୟ ଏବେ ଅଭିନେତ୍ରୀ ଶୋଭିତାଙ୍କୁ ଦ୍ଵିତୀୟ ବିବାହ କରିବେ ।

Advertisement

Leave a Reply

Your email address will not be published. Required fields are marked *