Pratidin TV

Odisha's Digital News Platform

ବିବାହ ବିଚ୍ଛେଦର ବର୍ଷେ ପରେ ପୁଣି ଏକାଠି ହେବେ ନାଗା-ସମନ୍ଥା

1 min read

ନୂଆଦିଲ୍ଲୀ : ବିବାହ ବିଚ୍ଛେଦର ଠିକ୍ ୧ ବର୍ଷ ପରେ ପୁଣି ଏକାଠି ହେବେ ସାଉଥ୍‌ର ନଂ ୱାନ୍ ଜୋଡି ନାଗା-ସମନ୍ଥା । ୨୦୨୧ ଅକ୍ଟୋବର ମାସରେ ଦୁହିଁଙ୍କର ଛାଡପତ୍ର ହୋଇଥିଲା । କିନ୍ତୁ ବର୍ତ୍ତମାନ ଦୁହେଁ ଏକ ଫିଲ୍ମ ପ୍ରୋଜେକ୍ଟରେ ଏକାଠି କାମ କରିବାକୁ ରାଜି ହୋଇଛନ୍ତି । ଏହି ଖବରଟି ପ୍ରସାରିତ ହେବାପରେ ହୁହିଁଙ୍କ ବିବାହ ବିଚ୍ଚେଦରେ ଭାଙ୍ଗିଥିବା ଲକ୍ଷେ ଲକ୍ଷେ ପ୍ରଶଂସକମାନଙ୍କ ମନରେ ଦୁହିଁଙ୍କ ଏକାଠି ହେବାକୁ ନେଇ ଏକ ଆଶା ଦେଖାଦେଇଛି ।

ନିକଟରେ ସମନ୍ଥା ‘ମାୟୋସିଟିସ୍ ’ ନାମକ ଏକ ଭୟଙ୍କର ରୋଗର ଶିକାର ହୋଇଥିଲେ । ଏହାପରେ ସେ ଆବ୍ରୋଡ ମଧ୍ୟ ଯାଇଥିଲେ ଏହାର ଟ୍ରିଟମେଣ୍ଟ ନିମନ୍ତେ । କିନ୍ତୁ ସମନ୍ଥାଙ୍କୁ ହୋଇଥିବା ରୋଗର ସେପରି କିଛି ବିଶେଷ ଟ୍ରିଟମେଣ୍ଟ ନାହଁ । ମାୟୋସିଟିସ୍ ଆକ୍ରାନ୍ତ ରୋଗୀ ଠାରେ ମୁଣ୍ଡ ବୁଲାଇବା , ଦୁର୍ବଳ ଲାଗିବା, ମାଂସ ପେଶୀରେ ଯନ୍ତ୍ରନା ହେବା ଇତ୍ୟାଦି ଲକ୍ଷନ ଦେକାଦିଏ । ଏସବୁ ପରେ ମଧ୍ୟ ସମନ୍ଥା ଭାଙ୍ଗିନଯାଇ ନିଜ ଅପକମିଙ୍ଗ ଫିଲ୍ମ ୟଶୋଦାର ପ୍ରମୋସନ ପାଇଁ ବ୍ୟସ୍ତ ଥିବା ଜଣାପଡିଛ ିା

ଏହାଭିତରେ ନାଗା ଏବଂ ତାଙ୍କ ପରିବାର ସମନ୍ଥାଙ୍କ ପାଇଁ ବେଶ୍ ଚିନ୍ତିତ ଥିବା ଜଣାପଡିଛି । ଶ୍ୱଶୁର ନାଗାର୍ଜୁନ ଏବଂ ସ୍ୱାମୀ ନାଗା ଚୈତନ ଉଭୟ ସମନ୍ଥାଙ୍କୁ ଫୋନ କରି ମନବଳ ବଜାୟ ରଖିବାକୁ କହିଥିଲେ । ତାସହ ସେମାନେ ସବୁବେଳେ ସମନ୍ଥାଙ୍କ ସହ ଅଛନ୍ତି ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ ।

ତେବେ ଶୁଣିବାକୁ ମିଳୁଛି ଯେ ବର୍ତ୍ତମାନ ନାଗା-ସମନ୍ଥା ଦୁହେଁ ଏକ ଫିଲ୍ମ ପ୍ରଜେକ୍ଟରେ ଏକତ୍ର କାମ କରିବେ ବୋଲି ସାଇନ୍ କରିଛନ୍ତି । ତେବେ ଦେଖାଯାଉ ଫିଲ୍ମ ସୁଟିଂ ସମୟରେ ଦୁହେଁ ପୁଣି ନିଜ ସମ୍ପର୍କକୁ ଜୋଡି ନିକଟତର ହୋଇପାରୁଛନ୍ତି କି ନାହିଂ।

Leave a Reply

Your email address will not be published. Required fields are marked *