Pratidin TV

Odisha's Digital News Platform

ରାଗିଗଲେ ସମନ୍ଥା କହିଲେ – ‘ମୁଁ ଏଯାଏଁ ମରିନାହିଁ , ବଞ୍ଚିଛି ’

1 min read

ନୂଆଦିଲ୍ଲୀ : ସାଉଥ୍ ସୁପରଷ୍ଟାର ସମନ୍ଥା । ନିକଟରେ ସେ ତାଙ୍କ ଅପ୍‌କମିଙ୍ଗ୍ ଫିଲ୍ମ ୟଶୋଦା କୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି । କିନ୍ତୁ ନିକଟରେ ଏକ ଘଟଣାକୁ ନେଇ ରାଗିଯାଇଥିଲେ ସମନ୍ଥା । ୟଶୋଦା ଫିଲ୍ମ ସୁଟିଂ ସମୟରେ ସେ ଏକ ଗୁରୁତର ରୋଗରେ ଆକ୍ରାନ୍ତ ଥିବା ଜଣାପଡିଥିଲେ । ଯାହାର ଟ୍ରିଟମେଣ୍ଟ ପାଇଁ ସେ ଆବ୍ରୋଡ୍ ମଧ୍ୟ ଯାଇଥିଲେ । ଏହି ଖବର ସାମ୍ନାକୁ ଆସିବା ପରେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଅଭିନେତା ଓ ଅଭିନେତ୍ରୀଙ୍କ ଠାରୁ ଆରମ୍ଭ କରି ଫ୍ୟାନ୍ମାନେ ମଧ୍ୟ ଚିନ୍ତିତ ହୋଇପଡିଛନ୍ତି।
ତାଙ୍କ ସ୍ୱାସ୍ଥ୍ୟକୁ ନେଇ ସମସ୍ତେ ଚିନ୍ତିତ ଥିବା ଲାଗି ସେ ଏବେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ମୁଁ ବଞ୍ଚିଛି ବୋଲି ସେ କହିଛନ୍ତି।

ଏକ ସାକ୍ଷାତକାରରେ ସମନ୍ଥା କହିଛନ୍ତି, ତାଙ୍କ ଜୀବନ ବିପଦପୂର୍ଣ୍ଣ ଅବସ୍ଥାରେ ନାହିଁ। କିଛି ଦିନ ଭଲ ତ ଆଉ କିଛି ଦିନ ଖରାପ ଥାଏ। ମୁଁ ଯେଉଁ ପର‌୍ୟ୍ୟାୟରେ ଅଛି, ଏହା ଜୀନବ ପ୍ରତି ବିପଦ ନୁହେଁ। ମୁଁ ଏପର‌୍ୟ୍ୟନ୍ତ ମରି ନାହିଁ ବଞ୍ଚିଛି ବୋଲି ସେ କହିଛନ୍ତି।ତାଙ୍କର ଏଭଳି ପ୍ରତିକ୍ରିୟାରୁ ଜଣାପଡୁଚି ଯେ ସମନ୍ଥା ନିଜ ସ୍ୱାସ୍ଥ ଅବସ୍ଥାର ପ୍ରଚାରକୁ ନେଇ ରାଗିଯାଇଛନ୍ତି ।

Advertisement

ପିଙ୍କ୍‌ଭିଲ୍ଲା ରିପୋର୍ଟ ଅନୁ୍‌ଯାୟୀ ସମନ୍ଥା ମାୟୋସାଇଟିମ୍ ନାମକ ଅଟୋ-ଇମ୍ୟୁନ୍ ରୋଗରେ ପୀଡିତ ଅଛନ୍ତି । ଡାକ୍ତରଙ୍କ ମୁତାବକ, ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତି ଦୁର୍ବଳ ଅନୁଭବ କରନ୍ତି। ତାଙ୍କ ମାଂସପେଶୀରେ ଲଗାତର ଯନ୍ତ୍ରଣା ସମସ୍ୟା ରୁହେ । ଏଥିସହ ଶରୀରର ମାଂସପେଶୀ ଫୁଲି ମଧ୍ୟ ଯାଏ। ଏସବୁ ଭିତରେ ସମନ୍ଥା କିନ୍ତୁ ନିଜ ମାନସିକ ସ୍ଥିତିକୁ ବଜାୟ ରଖି ୟଶୋଦାର ସୁଟିଂକୁ ସମାପ୍ତ କରିଛନ୍ତି । ଏନେଇ ତାଙ୍କ ପ୍ରଶଂସକ ଏବଂ ଅନ୍ୟ କଳାକାର ମନେ ସମନ୍ଥାଙ୍କୁ ପ୍ରଶଂସା କରିଛନ୍ତି ।

Leave a Reply

Your email address will not be published. Required fields are marked *