Pratidin TV

Odisha's Digital News Platform

ନିଜ ବିବାହ ଡ୍ରେସକୁ କାଟି ନୂଆ ଲୁକ୍ ଦେଲେ ସାମନ୍ଥା , ହେଉଛି ଫଟୋ ଭାଇରଲ..

1 min read

ପ୍ରତ୍ୟକ ମଣିଷ ପାଇଁ ବିବାହ ଆଉ ବିବାହ ପୋଷାକ ଗୋଟେ ଅଲଗା ପ୍ରକାର ଅତ୍ମୀୟତା ଥାଏ । ଲାଗେ ଯେମିତି ତାହା ହୃଦୟ ସହ ଯୋଡି ହୋଇ ରହିଛି । ହେଲେ ଯଦି ବିବାହ ଅଧିକ ଦିନ ତିଷ୍ଠି ପାରିନଥାଏ କିମ୍ବା ଛାଡ଼ପତ୍ର ହୋଇଯାଏ ତାହେଲେ ସେହି ବିବାହ ପୋଷାକ ର କିଛି ଆଉ ମହତ୍ୱ ନଥାଏ । ହେଲେ ଏମୀତି ସ୍ଥିତିରେ ସାଉଥ୍ ଅଭିନେତ୍ରୀ ସାମନ୍ଥା ଋଥୁ ପ୍ରଭୁ ବିବାହ ପୋଷାକକୁ ଏକ ନୂଆ ରୂପ ଦେଇଛନ୍ତି ।ସେହି ବିବାହ ଡ୍ରେସକୁ ନୂଆ ସ୍ମୃତିରେ ପରିଣତ କରି ତାହାର ଏକ ନୂତନ ଉଦାହରଣ ଦେଇଛନ୍ତି ।

ସାଉଥ୍ ଅଭିନେତ୍ରୀ ସାମନ୍ଥାଙ୍କ ବିବାହ ଦୁଇଟି ଧର୍ମର ରୀତିନୀତିକୁ ନେଇ ହୋଇଥିଲା । ଗୋଟିଏ ଖ୍ରୀଷ୍ଟିଆନ ରୀତିନୀତି ସହ ଅନ୍ୟଟି ତେଲୁଗୁ ରୀତିନୀତିରେ ବିବାହ କରିଥିଲେ । ହେଲେ କିଛି ବର୍ଷ ପରେ ଯେମିତି ଏହି ଦମ୍ପତିଙ୍କ ବିବାହକୁ କାହାର ନଜର ଲାଗିଯାଇଥିଲା । ୨୦୧୭ ରେ ଗୋଆରେ ବିବାହ କରିଥିବା ସାମନ୍ଥା ଓ ନାଗା ଚୈତନ୍ୟ ଅଫିସିଆଲି ୨୦୨୧ ରେ ପରସ୍ପର ପରସ୍ପରଠୁ ଅଲଗା ହୋଇଯାଇଥିଲେ । ତେବେ ଖ୍ରୀଷ୍ଟିଆନ ରୀତିନୀତି ବିବାହ ସମୟରେ ଯେଉଁ ପୋଷାକ ପିନ୍ଧିଥିଲେ ସାମନ୍ଥା ସେହି ପୋଷାକକୁ ଏକ ନୂଆ ଲୁକ୍ ଦେଇଛନ୍ତି ସାମନ୍ଥା । ଯାହାକୁ ନେଇ ବେଶ ଚର୍ଚ୍ଚା ଚାଲିଛି ।

ସାମନ୍ଥା ଋଥୁ ପ୍ରଭୁ ନିଜ ବିବାହ ର ସ୍ମୃତି କୁ ପୁରୁଣା ପେଟିରୁ ଖୋଲି ଏହାକୁ ଏକ ନୂଆ ଲୁକ୍ ଦେଇଛନ୍ତି । ଯାହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ସାମନ୍ଥା ଋଥୁ ପ୍ରଭୁଙ୍କ ବିବାହପୋଷାକକୁ ଫ୍ୟାଶନ ଡିଜାଇନର୍ କ୍ରେଶା ବଜାଜ ଏକ ନୂଆ ଲୁକ୍ ଦେଇଛନ୍ତି । ଏକ ଆୱାର୍ଡ ଫଙ୍କସନ ପାଇଁ, ଡିଜାଇନର୍ ସାମନ୍ଥାଙ୍କ ବିବାହ ପୋଷାକରୁ ଏକ ଉତ୍କୃଷ୍ଟ ଏବଂ ଚମତ୍କାର ପୋଷାକ ତିଆରି କରିଛନ୍ତି । କ୍ରେଶା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ନିଜ ଧଳା ବିବାହ ପୋଷାକରୁ ଏକ ସୁନ୍ଦର କଳା ରଙ୍ଗର ପୋଷାକ ତିଆରି କରିଛନ୍ତି । ଏହା ବ୍ୟତୀତ ସାମନ୍ଥା ଏହି ପୋଷାକରେ ସୋସିଆଲ ମିଡିଆରେ ଫଟୋ ମଧ୍ୟ ସେୟାର କରିଛନ୍ତି ।

Leave a Reply

Your email address will not be published. Required fields are marked *