Pratidin TV

Odisha's Digital News Platform

ଆଗକୁ ଆସୁଛି ସାମନ୍ଥାଙ୍କ ଏହି ନୂଆଫିଲ୍ମ ,ସମନ୍ଥାଙ୍କ ସହ ନଜର ଆସିବେ ଅଲୁ ଅର୍ଜୁନଙ୍କ ଝିଅ ‘ଅଲୁ ଆରହା’

1 min read

ନୂଆଦିଲ୍ଲୀ : ନିକଟରେ ନିଜର ସ୍ୱାସ୍ଥ ଅବସ୍ଥାକୁ ନେଇ ଖୁବ୍ ଚର୍ଚ୍ଚାରେ ଥିଲେ ସାଉଥ୍ କୁଇନ୍ ସାମନ୍ଥାଙ୍କ । ୧୫ ଦିନ ପୂର୍ବରୁ ନିଜର ଏକ ଫିଲ୍ମ କୁଶି ର ସୁଟିଂ ରୁ ବ୍ରେକ୍ ନେଇ ଆବ୍ରୋଡ୍ ଯାଇଥିବା କଥା ପ୍ରାୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । କିନ୍ତୁ ଏକ ବିଶେଷ ସୂତ୍ରରୁ ଜଣାପଡିଛି ଯେ ସମ୍ନଥା କିଛି ଦିନ ହେବ ନିଜର ଚିକିତ୍ସା କରାଉଥିଲେ । ଡାକ୍ତରମଧ୍ୟ ତାଙ୍କୁ ଜନଗହଳି ପୂର୍ଣ୍ଣ ସ୍ଥାନ ମାନଙ୍କରୁ ବା କୋଳାହଳରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ ।

ଏନେଇ ସମ୍ନଥା ହଠାତ୍ କାହାକୁ କିଛି ନଜଣାଇ ଆବ୍ରୋଡ ଚାଲିଯାଇଥିଲାବେଳେ, ନିଜର ନିୟୁ ଲୁକ୍‌କୁ ନେଇ ପୁଣି ଚର୍ଚ୍ଚାକୁ ଆସିଯାଇଛନ୍ତି । ସେ ତାଙ୍କ ଆଗାମୀ ଚ୍ଚଳଚିତ୍ର ଶକୁନ୍ତଳାମ୍‌ର ଏକ ନୂଆ ମୋସନ ପୋଷ୍ଟର ସେୟାର କରିଛନ୍ତି ନିଜ ସୋସିଆଲ ମିଡିଆରେ । ଏହି ପୋଷ୍ଟରେ ସାମନ୍ଥାଙ୍କ ସହ ଦେବ ମୋହନ ମଧ୍ୟ ନଜର ଆସୁଛନ୍ତି । ଏହାସହ ସାମନ୍ଥା ଫିଲ୍ମର ରିଲିଜ୍ ଡେଟ୍ ପାଇଁ ମଧ୍ୟ ସୂଚନା ଦେଇଛନ୍ତି । ତେବେ ଫିଲ୍ମଟିର ନିର୍ଦ୍ଦେଶନା ଦେଇଛନ୍ତି ଗୁନାଶେଖର । ଏହାର ଏକ ପୋଷ୍ଟରକୁ ସେୟାର କରି ସମନ୍ଥା ଲେଖିଛନ୍ତି ଯେ ଶଙ୍କୁନ୍ତଳାମ୍ ବିଶ୍ୱବ୍ୟାପୀ ଚଳିତ ମାସ ନଭେମ୍ବର ୪ରେ ରିଲିଜ୍ ହେବ ।

ଏଥିରେ ସମନ୍ଥା ଏକ ପୌରାଣିକ ଅବତାରରେ ନଜର ଆସୁଥିବାବେଳେ , ଫିଲ୍ମଟି ମହାଭାରତ ଯୁଗର ଶଙ୍କୁନ୍ତଳାଙ୍କ ଉପରେ ହୋଇଛି । ପ୍ରଶଂସକମାଙ୍କ ଉତ୍ସାହକୁ ବଢାଇବା ପାଇଁ ଆମେ ଏଠାରେ କହିଦେବାକୁ ଯାଉଛୁ ଯେ ଫିଲ୍ମଟି ମହାଭାରତର ଶଙ୍କୁନ୍ତାଳ ଏବଂ ରାଜା ଦୁଶ୍ମନ୍ତଙ୍କ ପ୍ରେମକାହାଣୀ ଉପରେ ଆଧାରିତ । ତେବେ ଶୁଣିବାକୁ ମିଳୁଛି ଯେ ଫିଲ୍ମଟିର ସୁଟିଂ ଗତବର୍ଷ ଅଗଷ୍ଟରୁ କରାଯାଇଥିଲା । ସାମନ୍ଥା ଏବଂ ଦେବ୍‌ଙ୍କ ବ୍ୟତୀତ ଏହି ଫିଲ୍ମରେ ଅଲ୍ଲୁଅର୍ଜୁନଙ୍କ ଝିଅ ଅଲୁ ଆରହା ଶିଶୁକଳାକାର ଭାବେ ନଜର ଆସିବାବେଳେ,ପ୍ରମୁଖ ଭୂମିକାରେ ମୋହନବାବୁ,ଗୌତମ,ଆଦିତ୍ୟ ବାଲାନ ନଜର ଆସିବେ ।

allu arjun daughter allu aroha

Leave a Reply

Your email address will not be published. Required fields are marked *