Pratidin TV

Odisha's Digital News Platform

ଫିଲ୍ମ ଦୁନିଆରୁ ବେକ୍ର ନେଲେ ସମ୍ମ୍‌ଥା , ଚାଲିଗଲେ ଆବ୍ରୋଡ୍

1 min read

ନୂଆଦିଲ୍ଲୀ : ୨୦୨୧ ମସିହା ଅକ୍ଟୋବର ୨ ତାରିଖରେ ପରସ୍ପରଠାରୁ ଅଲଗା ହୋଇଯାଥିଲେ ସାଉଥ୍‌ର ଟପ୍ ଲିଷ୍ଟରେ ଥିବା ଚର୍ଚ୍ଚିତ ଯୋଡି ସମ୍ନଥା ପ୍ରଭୁ ଏବଂ ନାଗା ଚୈତନ୍ୟ । ତେବେ ଉଭୟ ପତୀପତ୍ନୀ ଅଲଗା ହେବାପରେ ସୋସିଆଲ ମିଡିଆରେ ପ୍ରଶଂସକମାନଙ୍କ ଅସନ୍ତୁଷ୍ଟି ଦେଖାଦେଇଥିଲା । ତେବେ ଏହା ପରେ ପରେ ସମ୍ନଥାଙ୍କ ବ୍ୟାକ୍ ଟୁ ବ୍ୟକ୍ ପାଓା୍ୱର ପ୍ୟାକ୍ ପର୍‌ଫୋମାନ୍ସ ଗୁଡିକ ପ୍ରଶଂସକ ମାନଙ୍କ ହୋସ ଉଡେଇଦେଇଥିଲା ।

ତେବେ ପୁଣି ସମ୍ନଥାଙ୍କୁ ନେଇ ସୋସିଆଲ ମିଡିଆରେ ଗୁଜବ୍ ଜୋର୍ ଧରିଛି । ଏହି ହିଟ୍ ଗ୍ଲାମର ହିରୋଇନ୍ ଜଣଙ୍କ ତେଲଗୁ ଚଳଚ୍ଚିତ୍ର ଜଗତରୁ କିଛି ଦିନ ପାଇଁ ବ୍ରେକ୍ ନେଉଥିବାର ଶୁଣିବାକୁ ମିଳୁଛି । ଯାହାକି ବର୍ତ୍ତମାନ ସତ ବୋଲି ପ୍ରାମଣିତ ହୋଇଛି । ନିକଟରେ ବିଜୟ ଦେଓରକୁଣ୍ଡାଙ୍କ ସହ ଏକ ଫିଲ୍ମର ସୁଟିଂକୁ ମଝିରୁ ବନ୍ଧ ରଖି ସେ ଆବ୍ରୋଡ ଯାଇଥିବା ଶୁଣାଯାଉଛି ।

Advertisement

ସମଗ୍ର ତେଲଗୁ ଚଳଚିତ୍ର ଇଣ୍ଡଷ୍ଟ୍ରି ସମ୍ନଥାଙ୍କ ସ୍ୱାସ୍ଥ ଅବସ୍ଥାକୁ ନେଇ ଅଡୁଆରେ ରହିଛି । କିଛି ଦିନ ପୂର୍ବରୁ ସମ୍ନଥା ହଠାତ୍ ଏକ ଜନଗହଳି ସ୍ଥାନରେ କ୍ୟାମେରା ସାମ୍ନାରେ କିଛି ନଜଣେଇ ଉଠି ଚାଲିଯାଇଥିବା ଖବରଟି ମଧ୍ୟ ବେସ୍ ଲୋକଙ୍କ ମନରେ ପ୍ରଶ୍ନ ଉଠାଇଛି । ଏହା ସହ ସେ ବର୍ତ୍ତମାନ ଗହଳିକୁ ପସନ୍ଦ ନକରି ଏକୁଟିଆ ରହୁଥିବା ସୂଚନା ମିଳିଥିଲା । ତେବେ ହିରୋଇଜଣଙ୍କ ପ୍ରଥମେ ଏଭଳି କରୁଥିବାରୁ ସେ ଛାଡପତ୍ର ପରେ , ନିଜ ଭବିଷ୍ୟତ ଏବଂ କ୍ୟାରିୟର ପାଇବାକୁ ଏଭଳି ସର୍ତମୂଲକ ପଦକ୍ଷେପ ନେଇଥିବେ ବୋଲି ଅନୁମାନ କରାଯାଇଥିଲା ।

କିନ୍ତୁ ବର୍ତ୍ତମାନ ଏକ ସୂତ୍ରରୁ ଏହା ଜଣାପଡିଛି ଯେ ସାମ୍ନଥାଙ୍କ ସ୍ୱାସ୍ଥ ଅବସ୍ଥା ଆଦୈ ଠିକ୍ ନାହିଁ । ଡାକ୍ତର ତାଙ୍କୁ ଜନସାଧାରଣ /ଜନଗହଳି ପୂର୍ଣ୍ଣ ଜାଗାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି । ତେବେ ସମ୍ନଥା ନିଜ ରିଲେସନ୍ସିପ୍‌ର ବିଚ୍ଛେଦ ପାଇଁ ଡିପ୍ରସେନ୍‌ରେ ରହୁଥିବାର ଶୁଣିବାକୁ ମିଳୁଛି । ତେବେ ଏନେଇ ସମ୍ନଥା ତାଙ୍କର ଆଗାମୀ ଫିଲ୍ମ କୁଶି ର ସୁଟିଂଙ୍କୁ ବନ୍ଧ ରଖି ଆବ୍ରୋଡ ଅଭିମୂଖେ ଯାତ୍ରା କରିଛନ୍ତି । ଏହି କୁଶି ଫିଲ୍ମରେ ସେ ବିଜୟ ଦେଓରକୁଣ୍ଡାଙ୍କ ସହ ନଜର ଆସିଥାନ୍ତେ । ଯାହାକୁ ନେଇ ତାଙ୍କ ପ୍ରଶଂସକ ମାନେ ବେଶ୍ ଉତ୍ସାହର ସହ ଚାହିଁ ରହିଥିଲେ । କିନ୍ତୁ ବର୍ତ୍ତମାନ ସମ୍ନଥାଙ୍କ ମାନସିକ ଅବସ୍ଥାକୁ ନେଇ ଚିନ୍ତାରେ ପଡିଯାଇଛନ୍ତି ତାଙ୍କ ପରିବାରଲୋକ ,ତଥା ପ୍ରଶଂସକ ଏବଂ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରି ।

Leave a Reply

Your email address will not be published. Required fields are marked *