Pratidin TV

Odisha's Digital News Platform

ସୁଟିଂ ସେଟରେ ଆହତ ହେଲେ ସାମନ୍ଥା , ଫଟୋ ସେୟାର କରି ଜଣାଇଲେ କଷ୍ଟ ..

ଏପଟେ ବିବାହ କରୁଛନ୍ତି ପୂର୍ବତନ ସ୍ୱାମୀ ନାଗା ଚୈତନ୍ୟ । ଏପଟେ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ସାଉଥ ସୁନ୍ଦରୀ ସାମନ୍ଥା ରୁଥ ପ୍ରଭୃ।  ଲାଗୁଛି ଯେମିତି ସାମନ୍ଥା ଏବେ ଅସୁବିଧାରେ ଅଛନ୍ତି। ନିକଟରେ ଅଭିନେତ୍ରୀ ସୁଟିଂ ସମୟରେ ଏକ ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଯାହାପରେ  ସେ ଯନ୍ତ୍ରଣା ଅନୁଭବ କରୁଛନ୍ତି। ଅଭିନେତ୍ରୀ ନିଜେ ବର୍ତ୍ତମାନ ପ୍ରଶଂସକଙ୍କ ସହ ନିଜର ସମସ୍ୟା ବିଷୟରେ ସେୟାର କରିଛନ୍ତି। ତାଙ୍କ ଅବସ୍ଥା କ’ଣ ତାହା ଦର୍ଶାଇଛନ୍ତି। ସାମନ୍ଥା ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରୁ ଏକ ପୋଷ୍ଟ ସେୟାର କରିଛନ୍ତି। ଯାହା ଦେଖିବା ପରେ ତାଙ୍କ ପ୍ରଶଂସକମାନେ ମଧ୍ୟ ଡରି ଯାଇଛନ୍ତି।

  ଫଟୋରେ ସାମନ୍ଥାଙ୍କ ଯନ୍ତ୍ରଣା ସ୍ପଷ୍ଟ ଦେଖାଯାଉଛି। ଫଟୋରେ  ତାଙ୍କ ଆଣ୍ଠୁରେ ଦୁଇଟି ଛୁଞ୍ଚି ଅଛି । ଅଭିନେତ୍ରୀ ବର୍ତ୍ତମାନ ଛୁଞ୍ଚିର ଚିକିତ୍ସା କରୁଛନ୍ତି। ତାଙ୍କ ସ୍ୱାସ୍ଥ୍ୟ ଅପଡେଟ୍ ଦେବାବେଳେ ସେ ଲେଖିଛନ୍ତି, ‘ମୁଁ କୌଣସି ଆଘାତ ବିନା ଆକ୍ସନ୍ ଷ୍ଟାର୍ ହୋଇପାରିବି?’ ଅଭିନେତ୍ରୀ ଏବେ ବେଶ  ଚର୍ଚ୍ଚାରେ ଅଛନ୍ତି। କାରଣ ତାଙ୍କ ପୂର୍ବ ସ୍ୱାମୀ ନାଗା ଅଭିନେତ୍ରୀ ସୋଭିତାଙ୍କୁ ବିବାହ କରିବାକୁ ଯାଉଛନ୍ତି। ଦୁହେଁ ନିର୍ବନ୍ଧ ଶେଷ ହୋଇ ସାରିଛି । ଏଭଳି ସ୍ଥିତିରେ ସାମନ୍ଥା ଙ୍କ ପାଇଁ ପ୍ରଶଂସକମାନେ ଅତ୍ୟନ୍ତ ଦୁଃଖିତ ଅଛନ୍ତି  । ଅନ୍ୟପକ୍ଷରେ, ତାଙ୍କର ଏହି ପୋଷ୍ଟ ଦେଖିବା ପରେ ପ୍ରଶଂସକମାନେ ଅଭିନେତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କରୁଛନ୍ତି ।

Leave a Reply

Your email address will not be published. Required fields are marked *