Pratidin TV

Odisha's Digital News Platform

ଗଞ୍ଜେଇ ରେଡ୍ ବେଳେ, ବାହାରିଲା  କୁଇଣ୍ଟାଲ କୁଇଣ୍ଟାଲ ରୁପା ଅଳଙ୍କାର ! ତିନି ଜଣଙ୍କୁ ଅଟକ ରଖିଛି ପୋଲିସ..

1 min read

ଗଞ୍ଜେଇ ଧରିବା ପାଇଁ ଗାଡ଼ି  ଖାନତଲାସୀ ବେଳେ ଜବତ ହେଲା କୁଇଣ୍ଟାଲ କୁଇଣ୍ଟାଲ ରୁପା ଅଳଙ୍କାର ।ଏପରି ଏକ ଘଟଣା  ଦେଖିବାକୁ ମିଳିଛି ସମ୍ବଲପୁର। ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଅବକାରୀ ବିଭାଗ ଗଞ୍ଜେଇ ଚେକିଙ୍ଗ ବେଳେ କୁଇଣ୍ଟାଲ କୁଇଣ୍ଟାଲ ରୁପା ଅଳଙ୍କାର ସାମଗ୍ରୀ ଜବତ କରିଛି ।

ଜବତ କରିବା ସହିତ  ୩ ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଛି ରେଙ୍ଗାଲି ଅବକାରୀ ବିଭାଗ ସମେତ ସିଟି ଜିଏସଟି ବିଭାଗ ର ଅଧିକାରୀ ମାନେ l ଏହି ସାମଗ୍ରୀ ମହାରାଷ୍ଟ୍ର ରୁ ରାଞ୍ଚି କୁ ଯାଉଥିଲା ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି l ରେଙ୍ଗାଲି ଠାରେ ଅବକାରୀ ବିଭାଗ ର ସ୍ୱତନ୍ତ୍ର ଟିମ ଗଞ୍ଜେଇ ଚେକିଙ୍ଗ କରୁଥିଲା ବେଳେ ଏକ ଡଷ୍ଟର ଗାଡି ରୁ ବାହାରିଲା ରୁପା ସାମଗ୍ରୀ l   ରୁପା ସାମଗ୍ରୀ କୁ ରେଙ୍ଗାଲି ଅବକାରୀ ଜବତ କରି ଅଧିକ ପଚରା ଉଚୁରା କରୁଛି  ଏବଂ ତଦନ୍ତ ଜାରି ରଖିଛି l

Advertisement

Leave a Reply

Your email address will not be published. Required fields are marked *