Pratidin TV

Odisha's Digital News Platform

ସମ୍ପର୍କରେ ଲାଗିଲା ରକ୍ତର ଛିଟା….ବାପାକୁ ମାରିଲା ସୈତାନ ପୁଅ

1 min read

ବାପାକୁ ମାରିଲା ନିର୍ଦ୍ଦୟ ପୁଅ | ଭୁଲିଗଲା ବାପା ପ୍ରେମ | କୌଣସି ଘରୋଇ ଗଣ୍ଡଗୋଳ ପାଇଁ ବାପାକୁ ଆକ୍ରମଣ କରିଥିଲା ପୁଅ | ହତ୍ୟା ପରେ ପୋଡ଼ିବାକୁ କରିଥିଲା ମଧ୍ୟ ଚେଷ୍ଟା | ବାପା ପୁଅର ସମ୍ପର୍କ ଭୁଲିଗଲା ପୁଅ | ବାପାର କରିଦେଲା ହତ୍ୟା | ଏପରି କିଛି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ସଦରଥାନା ଅନ୍ତର୍ଗତ ଘେନୁପାଲି ସହରାପଡାରେ l ମୃତ ହୋଇଥିବା ବ୍ୟକ୍ତି ଜଣକ ହେଲେ ଘେନୁପାଲି ସହରାପଡାର ଲିଙ୍ଗରାଜ କୁମୁରା,ଆଉ ହତ୍ୟାକାରୀ ପୁଅ ହେଲା ଆଦିତ୍ୟ କୁମୁରା l

ସୂଚନା ଅନୁସାରେ, ଗତ ବିଳମ୍ବିତ ରାତିରେ କୌଣଷି ଘରୋଇ ଗଣ୍ଡଗୋଳ କାରଣରୁ ଆଦିତ୍ୟ ନିଜ ବାପାକୁ ଆକ୍ରମଣ କରିବାରୁ ବାପା ଲିଙ୍ଗରାଜ କୁମୁରା ଗୁରୁତର ଆହତ ହୋଇଯାଇଥିଲେ l ଏପରିକି ଆକ୍ରମଣ ପରେ ନିଜ ବାପାକୁ ପୋଡିବାକୁ ଚେଷ୍ଟା କରିଥିଲା ହତ୍ୟାକାରୀ ପୁଅ lପରେ ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇଁ ସଦର ପୋଲିସ ବିଳମ୍ବିତ ରାତିରେ ଆମ୍ବୁଲାନ୍ସ ରେ ମେଡିକାଲକୁ ଲିଙ୍ଗରାଜ କୁମୁରା ଚିକିତ୍ସା ପାଇଁ ନେଇଥିବା ବେଳେ ଡ଼ାକ୍ତର ତାଙ୍କୁ ମେଡିକାଲରେ ମୃତ ଘୋଷଣା କରିଥିଲେ l ତେବେ ଏନେଇ ସଦର ପୋଲିସ ଏକ ମାମଲା ରୁଜୁ କରିଥିଲା | କିନ୍ତୁ ହତ୍ୟାକାରୀ ପୁଅ ବର୍ତ୍ତମାନ ପର୍ଯ୍ୟନ୍ତ ଗିରଫ ହୋଇନଥିବା ନେଇ ପୋଲିସ ସୂଚନା ଦେଇଛି l

Leave a Reply

Your email address will not be published. Required fields are marked *