Pratidin TV

Odisha's Digital News Platform

(ଭିଡିଓ)ଅଭିନେତାଙ୍କ ମନୋଜଙ୍କ ସପକ୍ଷରେ ବାହାରିଲେ ସମ୍ବଲପୁରୀ ସିଙ୍ଗର ମଣ୍ଟୁ ଛୁରିଆ, କହିଲେ କିଛି ଭୁଲ କହି ନାହାନ୍ତି ଅଭିନେତା..

ଓଲିଉଡ କଳି ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି । ଅଭିନେତା ମନୋଜ ମିଶ୍ରଙ୍କ ବ୍ୟାନ ନେଇ ଆରମ୍ଭ ହୋଇଥିବା ବିବାଦ ଏକ ଉଗ୍ର ରୂପ ନେଲାଣି । ଏବଂ ମନୋଜ ମିଶ୍ରଙ୍କ ସପକ୍ଷରେ ପୂରା ପଶ୍ଚିମ ଓଡିଶା ରହିଥିବା ବେଳେ ଏବେ ସମ୍ବଲପୁରୀ ଇଣ୍ଡଷ୍ଟ୍ରି କଳାକାରମାନେ ଏବେ ତାଙ୍କ ସପକ୍ଷରେ ବାହାରିଲେଣି । ଜିତୁ ରାଉତଙ୍କ ଏକ ପୋଷ୍ଟ ରେ ଅସନ୍ତୁଷ୍ଟ ହୋଇ ମୁହଁ ଖୋଲିଥିଲେ ଅଭିନେତା ଜୋ ଜୋ । ଏମିତି କି ଓଡିଆ ଇଣ୍ଡଷ୍ଟ୍ରିରେ ସେ ଆଉ କାମ କରିବେ ନାହିଁ ବୋଲି ସିଧାସଳଖ ମୁହଁରେ ମନା କରି ଦେଇଛନ୍ତି । ତାଙ୍କ ଦେଖା ଦେଖା ଏବେ ଆଉ ଜଣେ ସମ୍ବଲପୁର ସିଙ୍ଗର ମଣ୍ଟୁ ଛୁରୀଆ ମୁହଁ ଖୋଲିଛନ୍ତି । ମନୋଜ ମିଶ୍ର ଓଡିଆ ଚଳଚ୍ଚିତ୍ରକୁ ଜାତୀୟ ସ୍ତରକୁ ପହଞ୍ଚାଇବା ପାଇଁ ଚେଷ୍ଟା କରୁଛନ୍ତି ।

ଯାହା ସମ୍ପୁର୍ଣ୍ଣ ରୂପେ ଠିକ ଅଟେ ବୋଲି କହିଛନ୍ତି ମଣ୍ଟୁ ଛୁରିଆ । ଏପରିକି ଅଭିନେତା ପ୍ରୟୋଜକମାନେ ପୂର୍ବ ଓଡିଶା ଏବଂ ପଶ୍ଚିମ ଓଡିଶା ଉପରେ ଅଧିକ ଧ୍ୟାନ ନଦେଇ ଅଭିନେତା ମନୋଜଙ୍କୁ କଣ ପାଇଁ ବ୍ୟାନ କରାଗଲା ସେ ନେଇ ଆଗ ଆଲୋଚନା କରିବାକୁ ପରାମର୍ଶ ଦେଇଛନ୍ତି । ତେବେ ପୂର୍ବରୁ ମଣ୍ଟୁ ମୁହଁ ଖୋଲି ନଥିଲେ । ଯେତେବେଳେ ଜିତୁ ରାଉତ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ ଯେଉଁଥିରେ ସେ ଲେଖିଥିଲେ କି , “ ଖରାପ ଭାବିବେନି, ଯଦି କେହି ଖରାପ ଭାବିବେ ମୋର କିଚି ଅସୁବିଧା ନାହିଁ । କୌଣସି ପଶ୍ଚିମ ଓଡିଶା ଲୋକ ଆମ ଓଡିଆ ଇଣ୍ଡଷ୍ଟ୍ରିରେ କାମ କରିବେନି, ଯେଉଁ ପର୍ଯ୍ୟନ୍ତ କିଛି ଫାଇନାଲ ହୋଇ ନି, ଜୟ ଜଗନ୍ନାଥ” । ଏହି ପୋଷ୍ଟକୁ ଦେଖି ମୁହଁ ଖୋଲିଛନ୍ତି ସମ୍ବଲପୁରି ସିଙ୍ଗର ମଣ୍ଟୁ ଛୁରୀଆ । ସେ କହିଛନ୍ତି ଏବେ ବି ମତେ ଓଡିଆ ଇଣ୍ଡଷ୍ଟ୍ରିରୁ ଅଫର ଆସୁଛି । ତେଣୁ ଓଡିଶା ଗୋଟିଏ ନା ଅଛି ପୂର୍ବ ଓଡିଶା ନା ଅଛି ପଶ୍ଚିମ ଓଡିଶା ,ସମସ୍ତ ମିଳିମିଶି କାର୍ଯ୍ୟ କରିବାକୁ କହିଛନ୍ତି ଏହି ସିଙ୍ଗର ।

Leave a Reply

Your email address will not be published. Required fields are marked *