Pratidin TV

Odisha's Digital News Platform

ଜଗା ଦର୍ଶନ ପାଇଁ ଆସୁଥିଲେ ; ବ୍ରିଜ୍ରୁ ୩୦ ଫୁଟ୍ ତଳକୁ ଖସିପଡିଲା ବୋଲେରୋ , ୨ ମୃତ ୧୦ ଗୁରୁତର ।

ସମ୍ବଲପୁର ; ସ୍ୱପ୍ନ ହୋଇଗଲା ଜଗା ଦର୍ଶନ । ବଡ ଠାକୁରକୁ ଦର୍ଶନ କରିବା ପାଇଁ ଛତିଶଗଡ ରୁ ଧାଇଁ ଆସିଥିଲେ ଭକ୍ତ । ହେଲେ ବିଧିର ବିଧାନ ହିଁ କିଛି ଅଲଗା ଥିଲା । ଛତିଶଗଡରୁ ପୁରୀରେ ପହଞ୍ଚିବା ନିମନ୍ତେ ଏକ ବୋଲେରୋ ଯୋଗେ ଆସୁଥିଲେ ଭକ୍ତ କିନ୍ତୁ ଅଧାର ରାସ୍ତାରେ ବ୍ରିଜ୍ ଉପରୁ ଭାରସାମ୍ୟ ହରାଇ ୩୦ ଫୁଟ୍ ତଳକୁ ଖସିପଡିଲା । ଫଳରେ ଘଟଣା ସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି ।

ଖବର ଅନୁଯାୟୀ ଗତକାଲି ବିଳମ୍ବିତ ରାତ୍ରୀ ରେ ସମ୍ବଲପୁର ଝାଙ୍କରପାଲି ନିକଟ ୫୫ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଥିଲା । ଜାତୀୟ ରାଜପଥରେ ଅଧ୍ୟନିର୍ମିତ ଫ୍ଲାଏଓଭର ଉପରୁ ଖସିପଡିଲା ପୁରୀ ଯାଉଥିବା ତୀର୍ଥ ଯାତ୍ରୀ ବୋଲେରୋ ଗାଡି । ଏହି ଦୁର୍ଘଟଣା ଘଟଣା ସ୍ଥଳରେ ୨ ଜଣଙ୍କ ମୃତ ହୋଇଥିବା ବେଲେ ୧୦ ଜଣ ଅତି ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତ ମାନଙ୍କୁ ଚିକିତ୍ସା ପାଇ ବୁର୍ଲା ଭିମସାର ମେଡିକାଲ ରେ ଭର୍ତ୍ତି କରାଯାଇଛି ।

ତେବେ ପାଖାପାଖି ୩୦ ରୁ ୪୦ ଫୁଟ ଉପରୁ ତଳକୁ ଗାଡିଟି ଖସି ପଡିଥିବାରୁ ଚୁରମାର ହୋଇଯାଇଛି । ଦୁର୍ଘଟଣା ପରେ ଘଟଣା ସ୍ଥଳକୁ ଜୁଜୁମୁରା ପୋଲିସ ପହଞ୍ଚି ତଦନ୍ତ କରିବା ସହ ସ୍ଥାନୀୟ ଲୋକଙ୍କ ସହାୟତା ରେ ସମସ୍ତ ଆହତ ଙ୍କୁ ଉଦ୍ଧାର କରି ଡାକ୍ତରଖାନା କୁ ପଠାଇଥିବା ନେଇ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *