Pratidin TV

Odisha's Digital News Platform

+୨ ପ୍ରାକ୍ଟିକାଲ ପରୀକ୍ଷା ଘୋଟାଲା ଘଟଣା , ମୁହଁ ଖୋଲିଲେ CHSC ଡେପୁଟି ……..

1 min read

ସମ୍ବଲପୁର ; ସମ୍ବଲପୁର ଜିଲ୍ଲା ହୀରାକୁଦ ସହର ସ୍ଥିତ ହୀରାକୁଦ ଡିଗ୍ରୀ କଲେଜ ର ବାଣିଜ୍ୟ ବିଭାଗର ଯୁକ୍ତ ୨ ପ୍ରାକ୍ଟିକାଲ ପରୀକ୍ଷା ରେ ହୋଇଥିବା ଅନିୟମିତତା ଘଟଣା । ଏହି ଘଟଣା ନେଇ ଆଜି ସମ୍ବଲପୁର ସିଏଚଏସସି ର ଡେପୁଟି ସେକ୍ରେଟାରୀ ଡକ୍ଟର ମହେନ୍ଦ୍ର ପ୍ରସାଦ ବେହେରା ମୁହଁ ଖୋଲିଛନ୍ତି ଓ ସେ କହିଛନ୍ତି ଯେ ଘଟଣାର ତଦନ୍ତ ହେବ । ତଦନ୍ତ ପରେ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇ ଉପରିସ୍ତ ଅଧିକାରୀଙ୍କୁ ପ୍ରଦାନ କରାଯିବ ।

ଯଦି କୌଣସି ବ୍ୟକ୍ତି ଏହି ଘଟଣାରେ ସମ୍ପୃକ୍ତ ଥିବା ସ୍ପଷ୍ଟ ହେଲେ ତାଙ୍କ ଉପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ କରାଯିବ । ସମ୍ବଲପୁର ଯୋନର ଡେପୁଟି ସେକ୍ରେଟାରୀ ଆହୁରି ମଧ୍ୟ କହିଛନ୍ତି ଯେ ବାଣିଜ୍ୟ ବିଭାଗର ପ୍ରାକ୍ଟିକାଲ ପରୀକ୍ଷା ଜାନୁଆରୀ ୨ ରୁ ୧୨ ତାରିଖ ମଧ୍ୟରେ ହେବାର ନିର୍ଦ୍ଧାରିତ ହୋଇଥିଲା । ଏହି ସମୟ ମଧ୍ୟରେ ପରୀକ୍ଷାର୍ଥୀ ମାନେ ଯେ କୌଣସି ଦିନ ପରୀକ୍ଷା ଦେଇ ପାରିଥାନ୍ତେ । ତେବେ ଯଦି କୌଣସି ଛାତ୍ରଛାତ୍ରୀ ଙ୍କ ଖାତା ପରୀକ୍ଷା କେନ୍ଦ୍ରକୁ ବାହାରକୁ ଯାଇଛି ତାହେଲେ ଏହା ବେଆଇନ ଅଟେ । ତେଣୁ ଏହି ଅନିୟମିତତା ରେ ଲିପ୍ତ ଥିବା ବ୍ୟକ୍ତି ଙ୍କ ବିରୋଧରେ ନିୟମ ମୁତାବକ କାର୍ଯ୍ୟାନୁଷ୍ଠାନ ନିଆଯିବ।

Advertisement

ଯେଉଁ ପରୀକ୍ଷାର୍ଥୀ ମାନଙ୍କ ଖାତା ପରୀକ୍ଷା କେନ୍ଦ୍ର ବାହାରକୁ ଯାଇଥିବାର ପ୍ରମାଣିତ ହୁଏ ତେବେ ସେହି ପରୀକ୍ଷାର୍ଥୀ ମାନଙ୍କୁ ପରୀକ୍ଷାରେ ଅନୁପସ୍ଥିତ ଥିଲେ ବୋଲି ଗଣନା କରାଯିବ । ଏହି ତଦନ୍ତ ରେ କିଏ ଇଣ୍ଟରନାଲ, କିଏ ଏକ୍ସଟ୍ରନାଲ ତଥା କିଏ ପରୀକ୍ଷା ପରିଚାଳକ ସମୃକ୍ତ ଥିଲେ ତାହା ସ୍ପଷ୍ଟ ହେଲା ପରେ ରିପୋର୍ଟ ଉପରିସ୍ତ ଅଧିକାରୀ ଙ୍କୁ ପଠାଯିବ ।

Leave a Reply

Your email address will not be published. Required fields are marked *