Pratidin TV

Odisha's Digital News Platform

ଘର ଭିତରୁ ମାଁ ପୁଅଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର…

ସମ୍ବଲପୁର : ଅଇଁଠାପାଲି ଥାନା ଅନ୍ତର୍ଗତ ଟାଙ୍ଗରପାଲି ଅଂଚଳରେ ଏକ ଘର ଭିତରୁ ମାଁ ଓ ପୁଅଙ୍କ ମୃତଦେହ ଆଜି ଉଦ୍ଧାର କରାଯାଇଛି। ଯାହା ସମୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି । ତେବେ ଘର ଭିତରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ସେମାନେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତକ ମାନେ ହେଲେ ଜ୍ୟୋତ୍ସ୍ନାରାଣୀ ଦାସ ଓ ତାଙ୍କ ପୁଅ ସୁଧୀର ପଣ୍ଡା ।

ତେବେ ଘର ଭିତରୁ ଦୁର୍ଗନ୍ଧ ବାହାରୁଥିବା ରୁ ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେବାପରେ ଘରେ ମା ଓ ପୁଅ ଙ୍କ ଝୁଲନ୍ତା ମୃତଦେହ ଥିବା ଜଣାପଡିଛି । ତେବେ ମୃତ ମାଁ ଙ୍କର ନା ଜୋଷ୍ଣାରାଣୀ ଦାସ ଜଣେ ଶିକ୍ଷୟିତ୍ରୀ ବୋଲି ଜଣାପଡିଥିବା ବେଳେ ଆତ୍ମହତ୍ୟା କରିଥିବା ପୁଅ ସୁଧୀର ପଣ୍ଡା ର ବୟସ ମାତ୍ର ୨୭ ବର୍ଷ ବୋଲି ଜଣାପଡିଛି ।  ଅନ୍ୟପଟେ ମୃତକ ସୁଧୀରଙ୍କ ସ୍ତ୍ରୀ ସୁନ୍ଦରଗଡ଼ ସ୍ଥିତ ତାଙ୍କ ବାପାଙ୍କ ଘରକୁ ଯାଇଥିବା ବେଳେ ଖବର ପାଇ ଫେରୁଛନ୍ତି ।

ତେବେ ମା ପୁଅ ଦୁହେଁ କାହିକି ଓ କଣ ପାଇଁ ଆତ୍ମହତ୍ୟା କଲେ ତାହା ଜଣାପଡିନାହି଼ଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *