Pratidin TV

Odisha's Digital News Platform

ସ୍କୁଲ ଅଛି ହେଲେ ନାହିଁ ଛାତ ; ଏମିତି ସ୍କୁଲରେ କେମିତି ଚାଲିଛି ପାଠ ପଢା……

ସମ୍ବଲପୁର ; ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ କବରାପାଲି ପଞ୍ଚାୟତ ଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଓଡିଶା ଉନ୍ନତି ଦିଗରେ ଗତି କରୁଥିବା ନେଇ ଚାରିଆଡେ ଚର୍ଚ୍ଚା ଜୋର ଧରିଥିବା ବେଳେ , କବାରାପାଲି ଗ୍ରାମରେ ପିଲାଙ୍କ ପାଠ ପଢିବା ପାଇଁ ସ୍କୁଲ ଅଛି କିନ୍ତୁ ୩ ବର୍ଷ ହେବ ସ୍କୁଲରେ ନାହିଁ ଛାତ । ଯାହା ଫଳରେ ସ୍କୁଲ ଛାତ୍ରଛାତ୍ରୀ ମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ସୂଚନା ଅନୁସାରେ କବରାପାଲି ଗ୍ରାମର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଥମ ଶ୍ରେଣୀ ରୁ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କ ପାଠ ପଢିବା ପାଇଁ କୋଠରୀ ଗୁଡିକର ମରାମତି ପାଇଁ ଜିଲ୍ଲା ଓ ବ୍ଲକ ପ୍ରଶାସନ ପକ୍ଷରୁ ୨୦୧୯ କୋଭିଡ ହେବା ପୂର୍ବରୁ ଛାତ କୁ ଖୋଲା ଯାଇଥିଲା କିନ୍ତୁ ଏପର୍ଯ୍ୟନ୍ତ ସେହି ଶ୍ରେଣୀ ମାନଙ୍କ କୋଠରୀ ଗୁଡିକର ଛାତ ମରାମତି ହୋଇନଥିବା ବେଳେ ସେହି ଶ୍ରେଣୀର ଛାତ୍ରଛାତ୍ରୀ ମାନେ ବହୁ ଅସୁବିଧା ସମ୍ମୁଖୀନ ହୋଇ ସ୍କୁଲରେ ଗୋଟିଏ କୋଠରୀ ରେ ଦୁଇ ଦୁଇ ଟି ଶ୍ରେଣୀର ଛାତ୍ରଛାତ୍ରୀ ମାନେ ଏକା ସାଙ୍ଗରେ ବସିବା ସହ ପାଠ ପଢୁଛନ୍ତି । ଏଭଳି ପରିସ୍ଥିତି ରେ ସ୍ଥାନୀୟ ସ୍କୁଲ କମିଟିର ସଭାପତି କହିଛନ୍ତି ଯେ ଏହି ସମସ୍ୟା ନେଇ ବାରମ୍ବାର ଜିଲ୍ଲା ପ୍ରଶାସନ ର ଦ୍ୱାରସ୍ତ ହେଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ ।

ଫଳରେ ଛାତ୍ରଛାତ୍ରୀ ମାନେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେବାସହ ସେମାନଙ୍କର ପାଠ ପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି । ରାଜ୍ୟ ସରକାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ର ଉନ୍ନତି କରଣ ପାଇଁ ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ କବରାପାଳି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଏହିଭଳି ଅବସ୍ଥା କୁ ଦେଖିଲେ ରାଜ୍ୟ ସରକାରଙ୍କ ଯୋଜନା ସଠିକ ଭାବରେ କ୍ରିୟାନମୟ ହେଉନଥିବା ସ୍ପଷ୍ଟ ଭାବରେ ବାରି ହେଇଯାଉଛି ।

Leave a Reply

Your email address will not be published. Required fields are marked *