ମହଙ୍ଗା ପଡିଲା ମହିଳା ଆଧ୍ୟାପିକାଙ୍କୁ ମାନସିକ ନିର୍ଯାତନା ; ନିଲମ୍ବିତ ହେଲେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର
1 min readସମ୍ଭଲପୁର : ମହଙ୍ଗା ପଡିଲା ମହିଳା ଆଧ୍ୟାପିକାଙ୍କୁ ମାନସିକ ନିର୍ଯାତନା ଦେବା । ସମ୍ବଲପୁର ବିଶ୍ବ ବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ରଜତ କୁଜୁର ସେହି ବିଭାଗର ଜଣେ ମହିଳା ଆଧ୍ୟାପିକାଙ୍କୁ ମାନସିକ ନିର୍ଯାତନା ଦେବାର ଗତକାଲି ଅଭିଯୋଗ ହୋଇଥିଲା । ଏହା ପରେ ଘଟଣାକୁ ଅତି ଗୁରୁତର ସହ ନେଇ ତାଙ୍କୁ ନିଲମ୍ବିତ କରିଛନ୍ତି ସମ୍ବଲପୁର ବିଶ୍ବ ବିଦ୍ୟାଳୟ କୁଳପତି ।
୭ ବର୍ଷ ହେଲା ଅଧ୍ୟାପିକାଙ୍କୁ ମାନସିକ ନିର୍ୟାତନା ଦେଇ ଆସୁଥିବାର ସାଂଘାତିକ ଅଭିଯୋଗ ହୋଇଥିଲା । ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ବିଶ୍ବ ବିଦ୍ୟାଳୟ କର୍ତ୍ତୃପକ୍ଷ ଇଣ୍ଟରନାଲ କଂପ୍ଲେନ କମିଟିକୁ ଏହି ମାମଲା ହସ୍ତାନ୍ତର କରାଯାଇଥିଲା ।
ଆସନ୍ତାକାଲି ଏହି କମିଟି ଘଟଣାର ତଦନ୍ତ କରିବା ସହ ରିପୋର୍ଟ ଦେବାର ଥିଲା କିନ୍ତୁ ଉକ୍ତ ଟିମ ରିପୋର୍ଟ ଦେବା ଆଗରୁ ବିଶ୍ବ ବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରଫେସର କୁଜୁର ଙ୍କୁ ଆଜି ନିଲମ୍ବିତ କରିଛନ୍ତି ବୋଲି ସୂଚନା ମିଳିଛି ।