Pratidin TV

Odisha's Digital News Platform

ଅଚଳ ହେଲା EVM , ଦେଢ଼ ଘଣ୍ଟା ଧାଡ଼ିରେ ଛିଡ଼ା ହୋଇ ଭୋଟ ଦେଲେ ସମ୍ବିତ ପାତ୍ର ..

1 min read

ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି । ରାଜ୍ୟର ୬ ଲୋକ ସଭା ସମେତ ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନ ଲାଗି ଭୋଟ ଗ୍ରହଣ କରାଯାଉଛି। ତେବେ ଏହାରି ମଧ୍ୟରେ ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇଛନ୍ତି ଡା.ସମ୍ବିତ ପାତ୍ର । ପୁରୀର ୭୭ନଂ ବୁଥ୍‌ରେ ନିଜର ମତ ସାବ୍ୟସ୍ତ କରିଛନ୍ତି । ଇଭିଏମ୍‌ ମେଶିନ ଖରାପ ହେବା ଯୋଗୁ ବୁଥ ବାହାରେ ଧାଡ଼ିରେ ପାଖାପାଖି ଦେଢ ଘଣ୍ଟା ଛିଡ଼ା ହେବା ପରେ ସେ ନିଜର ମତଦାନ କରିଛନ୍ତି । ସେ ଭୋଟ ଦେବାପରେ ଅନ୍ୟମାନଙ୍କୁ ମତଦାନ କରିବାକୁ ମଧ୍ୟ ଅପିଲ କରିଛନ୍ତି।

ସମ୍ବିତ କହିଛନ୍ତି, ଦେଶକୁ ବିକଶିତ ଓ ସୁଦୃଢ଼ କରିବାକୁ ଭୋଟ ଦିଅନ୍ତୁ। ଗଣତନ୍ତ୍ର ଏହି ମହାପର୍ବରେ ସମସ୍ତେ ସାମିଲ ହୋଇ ନିଜ ଅଧିକାର ସାବ୍ୟସ୍ତ କରନ୍ତୁ। ତେବେ ଇଭିଏମ୍‌ ତ୍ରୁଟି ଯୋଗୁ ଉକ୍ତ ବୁଥରେ ଭୋଟରଙ୍କୁ ଭୋଟ ଦେବାକୁ ଅଧିକ ଦେଢ଼ ଘଣ୍ଟା ଦିଆଯିବ ବୋଲି ମଧ୍ୟ ସେ ସୁନିଶ୍ଚିତ କରିଛନ୍ତି। ଏହାସହିତ ସେ ତାଙ୍କ ଏକ୍ସ ରେ ଏକ ପୋଷ୍ଟ ସେୟାର କରିଛନ୍ତି । ସେଥିରେ ସେ ଲେଖିଛନ୍ତି ସଶକ୍ତ, ସୁରକ୍ଷିତ, ସମୃଦ୍ଧ ଏବଂ ବିକଶିତ ଓଡ଼ିଶା ତଥା ଶକ୍ତିଶାଳୀ ଭାରତ ନିର୍ମାଣ ନିମନ୍ତେ ନିଜର ଗଣତାନ୍ତ୍ରିକ ଅଧିକାର ଏବଂ କର୍ତ୍ତବ୍ୟକୁ ନିର୍ବାହ କରନ୍ତୁ । ପ୍ରଥମେ ମତଦାନ, ତା’ ପରେ ଜଳପାନ ।

Leave a Reply

Your email address will not be published. Required fields are marked *