Pratidin TV

Odisha's Digital News Platform

ସମ୍ବିତ କହିଲେ BJP ସରକାର ଆସିଲେ ବୁଲ ଡୋଜର ବୁଲିବ

1 min read

୨୪ ମହାସଂଗ୍ରାମରେ ଯୋଗୀ ହୁଙ୍କାର । ମାହାଙ୍ଗାର କୁଳିଆ, ଚିଲିକାର ବାଣପୁର । ସବୁଠି- ସଭାମଞ୍ଚ ଭିତରେ, ବାହାରେ ଲୋକଙ୍କ ଭିଡ଼ ଯେମିତି ଉତ୍ସାହ ସେମିତି । ବୁଲଡୋଜର ବାବାଙ୍କ ସ୍ୱାଗତ ପାଇଁ ବୁଲଡୋଜର ଠିଆ ହୋଇଥିଲା । ରାମନଗରୀରୁ ଆସିଥିବା ନେତାଙ୍କ ପାଇଁ ଜୟ ଶ୍ରୀରାମ ଧ୍ୱନିରେ ସଭାସ୍ଥଳ କମ୍ପୁଥିଲା । ଆଉ ତାରି ଭିତରେ ବିଜେପି ପାଇଁ ଭୋଟ୍ ମାଗି ରାଜ୍ୟ ସରକାର ବିରୋଧରେ ଏକୁ ଆରେକ ବଳି ହମଲା କରି ଚାଲିଥିଲେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ତାଙ୍କ ସହ ଉପସ୍ଥିତ ଥିଲେ ପୁରୀ ପାର୍ଥୀ ସମ୍ବିତ ପାତ୍ର |

ସମ୍ବିତ ପାତ୍ର ଉତ୍ତରପ୍ରଦେଶ ମାନନୀୟ ମୁଖ୍ୟମନ୍ତ୍ରୀ ମହାରାଜ ଆଦରଣୀୟ ଯୋଗୀ ଆଦିତ୍ୟନାଥଙ୍କୁ ଓଡିଶାର ପବିତ୍ର ମାଟିରେ ସ୍ୱାଗତ ଜଣାଇଥିଲେ | ସବୁ ଯାନବାସୀଙ୍କୁ ନମସ୍କାର ଏବଂ ସ୍ୱାଗତ ଜଣାଇ ସେ ତାଙ୍କର ଭାଷଣ ଆରମ୍ଭ କରିଥିଲେ | ସମ୍ବିତ ପାତ୍ର କହିଥିଲେ ଏହା ହେଉଛି ସୁବର୍ଣ୍ଣ ସୁଯୋଗ | ଏବଂ ଏହି ସୁଯୋଗ ହେଉଛି ଆମେ ଓଡ଼ିଶାକୁ ଉତ୍ତରପ୍ରଦେଶ ଭଳି ବଳିଷ୍ଠ ଏବଂ ଉନ୍ନତ ପ୍ରଦେଶରେ ପରିବର୍ତ୍ତିତ କରିବାକୁ ହେବ |

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଶଂସାରେ ପୋତିଦେଇଥିଲେ ସମ୍ବିତ ପାତ୍ର | ସେ କହିଥିଲେ, ଯେବେ ଠାରୁ ଯୋଗୀ ଅଦିତ୍ୟନାଥ ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି, ସେବେଠାରୁ ଉତ୍ତରପ୍ରଦେଶର କାୟା କଳ୍ପ ପରିବର୍ତ୍ତିତ ହୋଇଯାଇଛି | ଉତ୍ତରପ୍ରଦେଶରେ ଯେଉଁମାନେ ଭତ୍ସତାଚାର କରୁଛନ୍ତି ଏବଂ ଯେଉଁମାନେ ଆତଙ୍କ ଖେଳାଉଛନ୍ତି ସସେମାନଙ୍କ ଉପରେ ବୁଲଡୋଜର ଚାଲୁଚି ବୋଲି କହିଥିଲେ ସମ୍ବିତ ପାତ୍ର |

ଜନବାସୀଙ୍କୁ ଭୋଟ ଭିକ୍ଷା କରି କହିଥିଲେ, ଆପଣମାନେ ଭାରତୀୟ ଜନତା ପାର୍ଟିର ସରକାର ଆଣନ୍ତୁ ଏବଂ ବିଜେପିର ଡବଲ ଇଞ୍ଜିନ ଆଣନ୍ତୁ ଦୁର୍ନୀତି ଉପରେ, ଭୟ ଉପରେ, ଭ୍ରଷ୍ଟଚାର ଉପରେ, ଓଡ଼ିଶାରେ ମଧ୍ୟ ବୁଲଡୋଜର ଚାଲିବ ବୋଲି କହିଥିଲେ ସମ୍ବିତ ପାତ୍ର |

ସମ୍ବିତ ପାତ୍ର ଆହ୍ୱାନ ଦେଇ କହିଥିଲେ, ଏଥର ବିଜେପି ଏବଂ ମତେ ସାଂସଦ କଲେ ଉତ୍ତରପ୍ରଦେଶର ରାମରାଜ୍ୟ ପରି ଓଡ଼ିଶାରେ ମଧ୍ୟ ରାମରାଜ୍ୟ ହେବ | ଓଡ଼ିଆ ମଧ୍ୟ ଉନ୍ନତ୍ତପ୍ରଦେଶ ହେବ |

Leave a Reply

Your email address will not be published. Required fields are marked *