Pratidin TV

Odisha's Digital News Platform

ପ୍ରଭୁ ଜଗନ୍ନାଥଙ୍କୁ ନେଇ ସଂସଦରେ ଏମିତି କଥା କହିଦେଲେ ସମ୍ବିତ ପାତ୍ର , ସମସ୍ତେ କଲେ ବାଃ ବାଃ

ଗୋଟିଏପଟେ ସଂସଦରେ ରାହୁଲଙ୍କ ହିନ୍ଦୁ ମନ୍ତବ୍ୟର ଝଡ଼ ଆଉ ଅନ୍ୟପଟେ ବିଜେପି ସାଂସଦ ସମ୍ବିତ ପାତ୍ରଙ୍କ ଜଗନ୍ନାଥ ମହିମାଙ୍କ କଥା | ଏବେ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ନେଇ ଉଠିଛି ଝଡ଼ | ଦେବତା, ଧର୍ମଗୁରୁଙ୍କ ଫଟୋ ଧରି ହିନ୍ଦୁତ୍ୱ ପ୍ରସଙ୍ଗରେ ରାହୁଲ ଗାନ୍ଧୀ ଏବେ ସଂସଦରେ ଲଗାଇଦେଇଛନ୍ତି ନିଆଁ | ଯେଉଁଥିପାଇଁ ଏବେ ମୁହାଁମୁହିଁ ହୋଇଛନ୍ତି ଶାସକ ବିରୋଧୀ | ବିରୋଧୀ ଦଳ ହେବା ପରେ ରାହୁଲ ଗାନ୍ଧୀ ପ୍ରଥମ ଥର ପାଇଁ ଲୋକସଭାରେ ଅଭିଭାଷଣ ରଖିଥିଲେ | ଏହି ସମୟରେ ସେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ | ନିଜ ଅଭିଭାଷଣ ସମୟରେ ରାହୁଲ ଗାନ୍ଧୀ ଭଗବାନ ମହାଦେବଙ୍କ ଫଟୋ ଦେଖାଇଥିଲେ | ଏହାପରେ ସଙ୍ଗେ ସଙ୍ଗେ ବାଚସ୍ପତି ଓମ ବିର୍ଲା ତାଙ୍କୁ ଅଟକାଇଥିଲେ ଏବଂ ଗୃହରେ ଶିବଙ୍କ ଫଟୋ ଦେଖିପାରିବେ ନାହିଁ ବୋଲି କହିଥିଲେ ବାଚସ୍ପତି | ଏହାପରେ ଉଠିଥିଲା ହଙ୍ଗାମା |

ଏହାର କିଛି ସମୟ ପରେ ସାଂସଦ ସମ୍ବିତ ପାତ୍ର ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମହିମା ଗାନ କରିଥିଲେ ଏବଂ ଗର୍ବ କରି କହିଥିଲେ ମୁଁ ଓଡିଶାର ପୁରୀରୁ ସାଂସଦ ହୋଇଛି | ଏଠାରେ ମୁଁ ଗର୍ବ କହିପାରୁଛି ଜୟ ଜଗନ୍ନାଥ | ଲୋକତନ୍ତ୍ରର ଜନ୍ମ ଜଗନ୍ନାଥ ଧାମରୁ ହୋଇଛି | କଳିଙ୍ଗ ରାଜା ଅଶୋକ ଙ୍କ ସମୟରେ ଜଗନ୍ନାଥ ମନ୍ଦିରରେ ଲୋକତନ୍ତ୍ର ସ୍ଥାପିତ ହୋଇଥିଲା। କଳିଙ୍ଗର ସବୁକିଛି ଭଗବାନ ଜଗନ୍ନାଥ। ଆମର ସର୍ବେସର୍ବା ନାରାୟଣ ସ୍ବୟଂ ହେଉଛି ପ୍ରଭୁ ଜଗନ୍ନାଥ। ତାଙ୍କର ପ୍ରତିନିଧି ଗଜପତି ମହାରାଜ। ଏ ଜଗତର ନାଥ ରତ୍ନସିଂହାସନରୁ ଓହ୍ଲାଇ ବର୍ଷରେ ଥରେ ଗରିବଙ୍କୁ ଦେଖିବାକୁ ଆସନ୍ତି, ଯେଉଁମାନେ ତାଙ୍କ ପାଖକୁ ଯାଇପାରନ୍ତି ନାହିଁ। ଏହା ହିଁ ହେଉଛି ଲୋକତନ୍ତ୍ର। ଯେତେବେଳେ ପ୍ରଭୁ ରଥାରୁଢ ହୁଅନ୍ତି, ସେତେବେଳେ ଗଜପତି ମହାରାଜ ନିଜ ହାତରେ ଝାଡୁ ଧରି ଜଗନ୍ନାଥଙ୍କ ଆଗରେ ସଫେଇ କରନ୍ତି। ସେଦିନ ସେ ସଫେଇ କର୍ମଚାରୀ ହୋଇଯାନ୍ତି। ଏହି କାରଣରୁ ଓଡ଼ିଶାରେ ଜାତିପ୍ରଥା ନାହିଁ। କାରଣ ଆମ ରାଜାଙ୍କୁ ଝାଡୁ ଧରିବାକୁ ପଡ଼ିଥାଏ। ଏହା ଲୋକତନ୍ତ୍ରର ମହିମା। ଜଗନ୍ନାଥଙ୍କ ସାମ୍ନାରେ ଲୋକତନ୍ତ୍ର ଚାଲିଥାଏ। ମୁଁ ଗର୍ବର ସହ ନିଜକୁ ଉତ୍କଳବାସୀ ବୋଲି କହୁଛି। ଯେଉଁ ପର୍ଯ୍ୟନ୍ତ ସନାତନ ଅଛି,ସେପର୍ଯ୍ୟନ୍ତ ଭାରତବର୍ଷରେ ଲୋକତନ୍ତ୍ର ରହିବ ବୋଲି ସେ କହିଛନ୍ତି। ସମ୍ବିତ ଭାଷଣ ଶୁଣି ବାକି ଏମ୍‌ପିମାନେ ଟେବୁଲ ବାଡେଇ ସ୍ବାଗତ କରିଥିଲେ।

Leave a Reply

Your email address will not be published. Required fields are marked *