Pratidin TV

Odisha's Digital News Platform

ଏଟିଏମ ଲୁଟ ଉଦ୍ୟମକୁ ପଣ୍ଡ କଲା ଧମା ପୋଲିସ, ଫେରାର ମାରିଲେ ଲୁଟେରା…

1 min read

ସମ୍ବଲପୁର: ରାତାରାତି ଧନୀ ହେବାର ଲକ୍ଷ୍ୟ ନେଇ ଏଟିଏମ୍ ଲୁଟ କରିବାକୁ ଯୋଜନା କରିଥିଲେ ଲୁଟେରା । ହେଲେ ଯୋଜନା ହେଲା ପଣ୍ଡ । ଆଉ ଲୁଟେରାଙ୍କ ରାତାରାତି ଧନୀ ହେବାର ସ୍ୱପ୍ନକୁ ଧୂଳିସାତ କରିଦେଲା ଧମା ପୋଲିସ । ଏଟିଏମ୍ ଲୁଟ କରିବା ବେଳେ ଘୋଡାଇଲା ପୋଲିସ । ଘଟଣା ସ୍ଥଳରୁ ଫେରାର ମାରିଲେ ଲୁଟେରା । ଏପରି କିଛି ଘଟଣା ଘଟି ଯାଇଛି ସମ୍ବଲପୁର ଜିଲ୍ଲା ଧମା ଥାନାର ସାହାସପୁର ଅଞ୍ଚଳରେ । ଧମା ପୁଲିସ ପକ୍ଷରୁ ମିଳିଥିବା ସୁଚନା ମୁତାବିକ ଧମା ଥାନା ଅନ୍ତର୍ଗତ ସାହାସପୁର ଛକ ନିକଟରେ ଥିବା ଏସବିଆଇର ଏଟିଏମ ଲୁଟ ଉଦ୍ୟମ କୁ ଧମା ପୋଲିସ ପଣ୍ଡ କରିଛି । ଗତକାଲି ରାତି ପ୍ରାୟ ୩. ୪୫ ରୁ ୩ ଟା ୫୦ ମିନିଟ ସମୟରେ ସାହାସପୁର ଛକ ନିକଟରେ ଥିବା ଏସବିଆଇର ଏଟିଏମକୁ ୨ ରୁ ୩ ଜଣ ଅଜଣା ଲୋକ ଗ୍ୟାସ କଟର ସାହାଯ୍ୟରେ କାଟି ଲୁଟ କରିବାକୁ ଉଦ୍ୟମ କରୁଥିଲେ । ହେଲେ ଏହି ସମୟରେ ଧମା ପୋଲିସର ପେଟ୍ରୋଲିଂ ଟିମ ସେଠାରେ ପହଞ୍ଚିବା ପରେ ଲୁଟେରା ମାନେ ଘଟଣା ସ୍ଥଳରୁ ଫେରାର ମାରିଥିଲେ । ତେବେ ଏହି ଘଟଣାରେ ଧମା ପୋଲିସ ପକ୍ଷରୁ ଆଜି ଧମା ଥାନାରେ ଏକ ମାମଲା ରୁଜୁ କରାଯାଇଛି । ଏଥିସହ ସାଇଣ୍ଟିଫିକ ଟିମ ସହ ଧମା ପୁଲିସ ଘଟଣା ସ୍ଥଳକୁ ଯାଇ ଅଧିକ ତଦନ୍ତ ଆରମ୍ଭ କରିଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।

Advertisement

Leave a Reply

Your email address will not be published. Required fields are marked *