Pratidin TV

Odisha's Digital News Platform

ନିଜ ଜୀବନ ସାଥି ବାଛିବାର ଅଧିକାର ସମସ୍ତଙ୍କର ଅଛି- ସୁପ୍ରିମ କୋର୍ଟ

ବିବାହ ଅଧିକାର ମୈାଳିକ ଅଧିକାର ନୁହେଁ । ଭାରତର ସମ୍ବିଧାନ ଅନୁସାରେ ଜଣେ ବ୍ୟକ୍ତିଙ୍କୁ ବିବାହ କରିବାର ସମ୍ପୁର୍ଣ୍ଣ ଅଧିକାର ରହିଛି । ଜଷ୍ଟିସ ସିଜେଆଇ କହିଛନ୍ତି ଯେ ଏହା ସତ୍ୟ ଯେ କେତେକ କ୍ଷେତ୍ରରେ ନିଜ ସାଥୀ ବାଛିବା ଅଧିକାର ଉପରେ ଆଇନଗତ ପ୍ରତିବନ୍ଧକ ରହିଛି । ଅନ୍ୟମାନଙ୍କ ପରି ସମଲିଙ୍ଗୀ ମାନଙ୍କୁସେମାନଙ୍କ ସାଥୀମାନଙ୍କ ସହିତ ରହିବାର ଅଧିକାର ମଧ୍ୟ ଅଛି । ଅବିବାହିତ ଦମ୍ପତିଙ୍କୁ ସନ୍ତାନ ଗ୍ରହଣ କରିବାକୁ ବାରଣ କରୁଥିବା ବ୍ୟବସ୍ଥା ଭୁଲ ଅଟେ । ଏହା ମଧ୍ୟ ସମଲିଙ୍ଗୀ ଦମ୍ପତିଙ୍କ ପ୍ରତି ଭେଦଭାବ ସୃଷ୍ଟି କରିଥାଏ । ସମଲିଙ୍ଗୀ ବିବାହକୁ ନେଇ ଏଭଳି ରାୟ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଜଷ୍ଟିସ ସିଜେଆଇ କହିଛନ୍ତି ଯେ ପ୍ରତ୍ୟେକ ବ୍ୟକ୍ତି ନିଜକୁ ଭାବରେ ପରିଚିତ କରିବାର ଅଧିକାର ଅଛି । ଆଉ ସମ୍ବିଧାନ ଅନୁଯାୟୀ ନାଗରିକଙ୍କ ମୈାଳିକ ଅଧିକାର ରକ୍ଷା କରିବା ଏହି କୋର୍ଟର ଦାୟିତ୍ୱ ବୋଲି ସବୋର୍ଚ୍ଚ ନ୍ୟାଳୟ କହିଛନ୍ତି ।ତେବେ ସମଲିଙ୍ଗୀ ବିବାହ ପାଇଁ ୨୦ରୁ ଉର୍ଦ୍ଧ ଆବେଦନ କାରୀ ସୁପ୍ରିମକୋର୍ଟରେ ସମଲିଙ୍ଗୀ ବିବାହର ଆଇନଗତ ମାନ୍ୟତା ଦାବି କରିଥିଲେ । ଗତ ମେ ୧୧ ରେ, ୧୦ ଦିନର ଶୁଣାଣି ପରେ କୋର୍ଟ ଏହାର ନିଷ୍ପତ୍ତି ସଂରକ୍ଷଣ କରିଥିଲେ । ଶୁଣାଣିରେ ଆବେଦନକାରୀମାନେ ସେମାନଙ୍କର ବିବାହକୁ ଆଇନଗତ ମାନ୍ୟତା ଦେବାକୁ କହିଥିଲେ । ଯେତେବେଳେ କି କେନ୍ଦ୍ର ସରକାର କହିଥିଲେ ଯେ ସମଲିଙ୍ଗୀ ଦମ୍ପତିଙ୍କୁ ବିବାହର ମାନ୍ୟତା ନ ଦେଇ କିଛି ଅଧିକାର ଦେବା ଉପରେ ବିଚାର କରିପାରନ୍ତି । ଗତକାଲି ସମଲିଙ୍ଗୀ ବିବାହ ଉପରେ ସୁପ୍ରିମ କୋର୍ଟ ରାୟ ସଂରକ୍ଷିତ ରଖିଥିବା ବେଳେ ଆଜି ସଂସଦର ଅଧିକାର ଅଧୀନରେ କୋର୍ଟ ପ୍ରବେଶ କରିବାକୁ ଚାହୁଁନାହାଁନ୍ତି ବୋଲି ସୁପ୍ରମ କୋର୍ଟ କହିଛି ।

Leave a Reply

Your email address will not be published. Required fields are marked *