Pratidin TV

Odisha's Digital News Platform

ସମଲିଙ୍ଗୀ ବିବାହକୁ ନେଇ ମଙ୍ଗଳବାର ନିଷ୍ପତ୍ତି ନେବେ ସୁପ୍ରିମ କୋର୍ଟ…

1 min read

ସମଲିଙ୍ଗୀ ବିବାହ ପ୍ରସଙ୍ଗକୁ ନେଇ ନିଷ୍ପତ୍ତି ନେବେ ସୁପ୍ରିମ କୋର୍ଟ । ଆଇନଗତ ମାନ୍ୟତା ଦାବିରେ ସୁପ୍ରିମକୋର୍ଟ ଆସନ୍ତାକାଲି ଏହାର ରାୟ ପ୍ରଦାନ କରିବେ । ଗତ ମେ ୧୧ ରେ ୧୦ ଦିନର ଶୁଣାଣି ପରେ କୋର୍ଟ ଏହାର ନିଷ୍ପତ୍ତି ସଂରକ୍ଷଣ କରିଥିଲେ । ଶୁଣାଣିରେ ଆବେଦନକାରୀମାନେ ସେମାନଙ୍କର ବିବାହକୁ ଆଇନଗତ ମାନ୍ୟତା ଦେବାକୁ କହିଥିଲେ । ଯେତେବେଳେ କି କେନ୍ଦ୍ର ସରକାର କହିଥିଲେ ଯେ ସମଲିଙ୍ଗୀ ଦମ୍ପତିଙ୍କୁ ବିବାହର ମାନ୍ୟତା ନ ଦେଇ କିଛି ଅଧିକାର ଦେବା ଉପରେ ବିଚାର କରିପାରନ୍ତି ।


ତେବେ ସମଲିଙ୍ଗୀ ବିବାହ ପାଇଁ ୨୦ରୁ ଉର୍ଦ୍ଧ ଆବେଦନ କାରୀ ସୁପ୍ରିମକୋର୍ଟରେ ସମଲିଙ୍ଗୀ ବିବାହର ଆଇନଗତ ମାନ୍ୟତା ଦାବି କରିଥିଲେ । ସେମାନଙ୍କ ମଧ୍ୟରେ ସମଲିଙ୍ଗୀ ଦମ୍ପତି ସୁପ୍ରିଓ ଚକ୍ରବର୍ତ୍ତୀ ଏବଂ ପାର୍ଥ ଫିରୋଜ ମେହୋତ୍ରା ଏବଂ ଉଦୟ ରାଜ ଆନନ୍ଦ ଏବଂ ଅନ୍ୟମାନେ ଅଛନ୍ତି । ସ୍ୱତନ୍ତ୍ର ବିବାହ ଆଇନରେ ଆନ୍ତଧର୍ମ ଏବଂ ଆନ୍ତ ଜାତି ବିବାହକୁ ସୁରକ୍ଷିତ କରାଯାଇଛି ବୋଲି ଆବେଦନରେ କୁହାଯାଇଛି । କିନ୍ତୁ ସମଲିଙ୍ଗୀ ଦମ୍ପତିଙ୍କୁ ଭେଦଭାବ କରାଯାଇଛି । ଆବେଦନକାରୀମାନେ ଯୁକ୍ତି କରିଛନ୍ତି ଯେ ସମଲିଙ୍ଗୀ ବିବାହକୁ ଦେଶରେ ସ୍ୱୀକୃତି ଦିଆଯିବା ଉଚିତ୍ । କାରଣ ସମଲିଙ୍ଗୀ ଦମ୍ପତି ମାନଙ୍କର ଭାରତରେ କୈାଣସି ଆଇନଗତ ଅଧିକାର ନାହିଁ । ଯେହେତୁ ସେମାନେ ଆଇନ ଦୃଷ୍ଟିରେ ସ୍ୱାମୀ-ସ୍ତ୍ରୀ ନୁହଁନ୍ତି, ତେଣୁ ସେମାନେ ଏକତ୍ର ବ୍ୟାଙ୍କ ଆକାଉଣ୍ଟ ଖୋଲିପାରିବେ ନାହିଁ, ନିଜ ସାଥୀଙ୍କୁ ସେମାନଙ୍କ PF କିମ୍ବା ପେନସନରେ ନାମାଙ୍କନ କରିପାରିବେ ନାହିଁ । ଯେତେବେଳେ ସେମାନଙ୍କର ବିବାହ ଆଇନଗତ ସ୍ୱୀକୃତି ପାଇବ ସେତେବେଳେ ଏହି ସମସ୍ୟାର ସମାଧାନ ହେବ ।ଆବେଦନକାରୀଙ୍କ ତରଫରୁ ଏହା ମଧ୍ୟ କୁହାଯାଇଛି ଯେ ବିଭିନ୍ନ ଧର୍ମ ଏବଂ ଜାତିର ଲୋକଙ୍କୁ ବିବାହ କରିବାକୁ ଅନୁମତି ଦେଇଥିବା ସ୍ୱତନ୍ତ୍ର ବିବାହ ଆଇନର ଧାରା କ୍ଟଲ ର ସରଳ ବ୍ୟାଖ୍ୟା ଦ୍ୱାରା ସମଗ୍ର ସମସ୍ୟାର ସମାଧାନ ହୋଇପାରିବ ।

Leave a Reply

Your email address will not be published. Required fields are marked *