ଓଡିଆ ଯୁବତୀଙ୍କୁ ଲଭ୍ ଜିହାଦରେ ଫସାଇ ବନ୍ଧା ହେଲେ କାଶ୍ମୀର ଯୁବକ ସମୀର ।
1 min readରାଜଧାନୀରେ ଲଭ୍ ଜିହାଦ ଘଟଣା , ଜାଲ ବିଛାଇଥିଲା ପୋଲିସ ଫସିଗଲା ଅଭିଯୁକ୍ତ ସମୀର ମନସୁର । ନିଜକୁ ହିନ୍ଦୁ କହି ଭୁବନେଶ୍ୱର ଯୁବତୀଙ୍କ ସହ ପ୍ରେମ ସର୍ମ୍ପକ ଆରମ୍ଭ କରିଥିଲା କାଶ୍ମୀରରେ ରହୁଥିବା ସମୀର । ପ୍ରଥମେ ଫ୍ରି ଫାୟାରରୁ ଚିହ୍ନା ପରେ ବନ୍ଧୁତ୍ୱ ଆଉ ତା ପରେ ପ୍ରେମ ନିବେଦନ । ଯୁବତୀଙ୍କୁ ଅନେକ ସ୍ଥାନ ବୁଲାଇବାର ପ୍ରଲୋଭନ ଦେଖାଇବାକୁ କହି ନିଜ ପ୍ରେମ ଜାଲରେ ବାନ୍ଧିଥିଲା ସମୀର ।
ଭୁବନେଶ୍ୱରରୁ-କାଶ୍ମୀର ଏହି ଲଙ୍ଗ୍ ଡିଷ୍ଟାନ୍ସ ରିଲେସନଶିପ୍କୁ ଶେଷ କରି ସମୀର ପ୍ରେମିକାଙ୍କୁ ଦେଖାକରିବାକୁ କହିଥିଲେ । ଆଉ ଦୁହେଁ ୨୦୨୪ ମାର୍ଚ୍ଚ ମାସରେ ପୁରୀ ଯାଇ ହୋଟେଲରେ ରହିଥିଲେ । ସେଠାରେ ହିଁ ସମୀରର ଜଣେ ହିନ୍ଦୁ ନୁହଁ ବରଂ ମୁସଲମାନ ବୋଲି ଜାଣିବାକୁ ପାଇଥିଲେ ଯୁବତୀ । ଆଉ ସେହି କ୍ଷଣୀ ଖସିଯିବାକୁ ଚେଷ୍ଟା କରିଥିଲେ ମଧ୍ୟ ସମୀରଙ୍କ କବଳରୁ ଖସିପାରିନଥିଲେ । ଏହାର ଫାଇଦା ଉଠାଇ ସମୀର ଯୁବତୀଙ୍କ ସହ ଜୋରଜବରଦସ୍ତ ଶାରୀରିକ ସର୍ମ୍ପକ ରଖିଥିଲା ଆଉ ତାର ଭିଡିଓ ବନାଇଥିଲା । ପରେ ଯୁବତୀଙ୍କୁ ବିବାହ କରିବା ସହ ଧର୍ମ ବଦଳାଇବାକୁ ବାଧ୍ୟ କରିଥିଲା ଆଉ ଯୁବତୀ ଜଣଙ୍କ ରାଜି ନହେବାରୁ ସମୀର ସେହି ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ ଭାଇରାଲ କରିବାର ଧମକ୍ ଦେଇଥିଲା ।
ଆଉ ଏସବୁ କଥା ଯୁବତୀଙ୍କ ବାପା ଜାଣିବାରୁ ସମୀର ତାଙ୍କୁ ମଧ୍ୟ ବ୍ଲାକମେଲ କରି ଟଙ୍କା ଲୁଟିଥିଲା । ପରବର୍ତ୍ତୀ ସମୟରେ ଏସବୁ ବଢିବାରୁ ଯୁବତୀ ଏନେଇ ଭୁବନେଶ୍ୱର ମହିଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହାପରେ ତାଙ୍କୁ ଧରିବା ପାଇଁ ପୁଲିସ୍ ଜାଲ ବିଛାଇଥିଲା। ପୀଡ଼ିତା ବିବାହ ପାଇଁ ରାଜି ହେବା ସହ ସମୀରଙ୍କୁ ଓଡ଼ିଶା ଡାକିଥିଲେ। ଫଳରେ ସେ ଓଡ଼ିଶା ଆସିବାରୁ ଗତକାଲି ତାଙ୍କୁ ପୁଲିସ୍ ମାଡ଼ି ବସିଥିଲା ବୋଲି କହିଛନ୍ତି ଡିସିପି ପିନାକି ମିଶ୍ର ।
ଅନ୍ୟପଟେ ଅଭିଯୁକ୍ତଙ୍କ ବିରୋଧରେ ବଳିଷ୍ଠ ପ୍ରମାଣ ଯୋଗାଡ଼ କରିବାକୁ ପୁଲିସ୍ ତାଙ୍କର ଦୁଇଟି ମୋବାଇଲ, ଆଧାର କାର୍ଡ, ପ୍ୟାନ କାର୍ଡ ଆଦି ଜବତ କରିଛି। ମୋବାଇଲ ଦୁଇଟିକୁ ଫରେନସିକ୍ ଲ୍ୟାବକୁ ପଠାଯାଇଥିବା ବେଳେ ସେଠାରୁ ଠୋସ୍ ପ୍ରମାଣ ମିଳିପାରେ ବୋଲି କହିଛନ୍ତି ଡିସିପି।