Pratidin TV

Odisha's Digital News Platform

ସମୀର କଲେ ଅଭିଯୋଗ, ଜୋରଦାର ଜବାବ୍ ଦେଲେ ନବୀନ

1 min read

ପୁଣି ଥରେ ବିଜେପି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଡ଼ିଓକୁ ନେଇ ଉଠାଇଲା ପ୍ରଶ୍ନ | ସଭା ସମିତିରେ ଗୋଟିଏ ମିନିଟରେ ସ୍କ୍ରିପ୍ଟେଡ୍ ଲେଖା ପଢ଼ୁଥିବା ବେଳେ ଶର୍ଟ ଭିଡ଼ିଓରେ ବିନା ସ୍କ୍ରିପ୍ଟ ଦେଖି ପ୍ରାଞ୍ଜଳ ଭାବେ କହୁଛନ୍ତି | ତେବେ ଏହି ଭିଡ଼ିଓରେ ମୁଖ୍ୟମନ୍ତ୍ରୀ ନିଜେ କହୁଛନ୍ତି ନା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI ଉପରେ ପ୍ରଶ୍ନ ଉଠାଇଥିଲେ ବରିଷ୍ଠ ବିଜେପି ନେତା ସମୀର ମହାନ୍ତି |

ବିଜେପିର ପ୍ରଶ୍ନରେ ଉତ୍ତର ରଖିଲେ ନବୀନ | ସମୀର ମହାନ୍ତିଙ୍କୁ ଦେଲେ କଡା ଜବାବ | ସୋସିଆଲ ମିଡିଆରେ ଭିଡ଼ିଓ ଜାରି କରି ବିରୋଧୀ ଦଳଙ୍କ ମୁହଁ ବନ୍ଦ କଲେ ନବୀନ | ବିଜେପି AI ଅଭିଯୋଗରେ ଜବାବ ରଖିଲେ ନବୀନ | ଏବେ ଭାଇରାଲ ହେଉଛି ନବୀନ ଏବଂ ପାଣ୍ଡିଆନଙ୍କ ଭିଡ଼ିଓ | ଭିଡ଼ିଓରେ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରୁଥିବାର ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍ତର ଦେଉଥିବାର ଦେଖିବାକୁ ମିଳିଛି | ତେବେ ଭିଡ଼ିଓରେ ପାଣ୍ଡିଆନ ନବୀନଙ୍କୁ ପଚାରିଛନ୍ତି, ବିଜେପି କହୁଛି କି ଆପଣ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ବ୍ୟବହାର କରୁଛନ୍ତି | ତାହା ଉତ୍ତରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ, ଭଲ କଥା, ସେମାନେ ନିଜେ ଇଣ୍ଟେଲିଜେନ୍ସି ବ୍ୟବହାର କରନ୍ତୁ |

Advertisement

ସୂଚନା ଅନୁଯାୟୀ, ବରିଷ୍ଠ ବିଜେପି ନେତା ସମୀର ମହାନ୍ତି ମୁଖ୍ୟମନ୍ତ୍ରୀଙ୍କ ଭିଡ଼ିଓରେ ଉଠାଇଥିଲେ ପ୍ରଶ୍ନ | ସେ ଏକ ଜନାସଭାରେ ମୁଖ୍ୟମନ୍ତ୍ରୀଙ୍କ ଭିଡ଼ିଓକୁ ଟାର୍ଗେଟ କରି ପଚାରିଥିଲେ, ସଭା ସମିତିରେ ଗୋଟିଏ ମିନିଟରେ ସ୍କ୍ରିପ୍ଟେଡ୍ ଲେଖା ପଢ଼ୁଥିବା ବେଳେ ଶର୍ଟ ଭିଡ଼ିଓରେ ବିନା ସ୍କ୍ରିପ୍ଟ ଦେଖି ପ୍ରାଞ୍ଜଳ ଭାବେ କହୁଛନ୍ତି | ତେବେ ଏହି ଭିଡ଼ିଓରେ ମୁଖ୍ୟମନ୍ତ୍ରୀ ନିଜେ କହୁଛନ୍ତି ନା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI ଉପରେ ପ୍ରଶ୍ନ ଉଠାଇଥିଲେ | ସମୀର ଗଣମାଧ୍ୟମ ଆଗରେ କହିଥିଲେ, ଯଦି ଶର୍ଟ ଭିଡିଓରେ ନବୀନ ବାବୁ କହୁଥା’ନ୍ତେ, ତା’ହେଲେ ସଭା ସମିତିରେ ବି କୁହନ୍ତେ। କିନ୍ତୁ ସଭାରେ ଗୋଟିଏ ମିନିଟରେ ସ୍କ୍ରିପ୍ଟେଡ୍ ଲେଖା ପଢ଼ି ଦେଉଛନ୍ତି। ନବୀନ ବାବୁଙ୍କ ଶାରୀରିକ ଅସୁସ୍ଥତା ଯୋଗୁଁ ଏକଥା ସମ୍ଭବ ହୋଇ ପାରୁନି ବୋଲି କହିଥିଲେ ସମୀର ।

ସେ ଅହୁରି ମଧ୍ୟ କହିଥିଲେ ତାଙ୍କୁ ଯିଏ ରିମୋଟ୍ ଧରି ଚଳାଉଛନ୍ତି, ଏକଥା ସବୁ ଜାଣିଛନ୍ତି । ତେଣୁ ‘AI ମାଧ୍ୟମରେ ନବୀନ ବାବୁଙ୍କ ଶର୍ଟ ଭିଡିଓ କରାଯାଇ ସୋସିଆଲ ମିଡିଆରେ ଛଡ଼ା ଯାଉଛି। ମାତ୍ର ସତ କ’ଣ ଜାଣି ସାରିଲେଣି ରାଜ୍ୟବାସୀ ବୋଲି କହିଥିଲେ ସମୀର ମହାନ୍ତି।

ଏହାପୂର୍ବରୁ ମଧ୍ୟ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଭିଡ଼ିଓକୁ ନେଇ କରିଥିଲେ ପ୍ରଶ୍ନ | ଭିଡିଓର ସତ୍ୟତା ଉପରେ ପ୍ରଶ୍ନ ଉଠାଇ ବୈଜୟନ୍ତ କହିଥିଲେ – ତାମିଲ କଣ୍ଢେଇନଚାଳି ପୁଣି ଏକ ମିଛ ଭିଡିଓ ପ୍ରସ୍ତୁତ କରିଛନ୍ତି । ତେବେ ଏହାର ସତ୍ୟତା ମାନ୍ୟବର ମୁଖ୍ୟମନ୍ତ୍ରୀ ଜାଣିଛନ୍ତି କି ନାହିଁ ତାହା ସନ୍ଦେହ | ଏବଂ ଅପରାଜିତାଙ୍କୁ ଏହା ଡିପ୍ ଫେକ୍ ଭିଡ଼ିଓ କହି ଦବି ନ ଯିବାକୁ ପରାମର୍ଶ ଦେଇଥିଲେ ବୈଜୟନ୍ତ |

Leave a Reply

Your email address will not be published. Required fields are marked *