Pratidin TV

Odisha's Digital News Platform

ଛୁରା ମାରିଲେ ସମୀର, ରଣେନ୍ଦ୍ରଙ୍କ ଚେତାବନୀ ନମାନି ନିମାପଡ଼ା ରେ ଶତ୍ରୁସହ ସନ୍ଧି କଲେ

1 min read

ସ୍ୱାର୍ଥ ସାରିବା ପରେ ଦଳରୁ ମୁହଁ ଫେରାଇ ବିଶ୍ୱାସଘାତକତାର ପରିଚୟ ଦେଲେ ସମୀର ରଞ୍ଜନ ଦାଶ | ଯେଉଁ ଦଳରେ ରହି ମାନ-ସମ୍ମାନ ପଦ ମର୍ଯ୍ୟାଦା ହାସଲ କଲେ ପରେ କିନ୍ତୁ ସ୍ୱାର୍ଥରେ ସାମାନ୍ୟ ଆଞ୍ଚ ଆସିବା ପରେ ବିଜେଡି ସ୍ପ୍ରିମଙ୍କ ଆସ୍ଥା, ଭଲପାଇବା ଓ ବିଶ୍ୱାସକୁ ପାଦରେ ଏଡାଇ ବିଜେପିରେ ସାମିଲ ହେଲେ ସମୀର | ବିଜେଡିରେ ଯୋଗଦେଇ ୩ ଥର ନିମାପଡାବାସୀଙ୍କ ଆସ୍ଥା ଓ ବିଶ୍ୱାସ ଜିତି ବିଧାୟକ ପଦରେ ମଧ୍ୟ ବସାଇଲେ |

କେବଳ ସେତିକି ନୁହେଁ ବିଜେଡିରେ ସମୀରଙ୍କ ଟିକେଟ କଟିବା ପରେ ମଧ୍ୟ ଦଳ ପକ୍ଷରୁ ସମୀରଙ୍କ ଉଚିତ ସମ୍ମାନ ଦିଆଯାଇଥିଲା | ଯେଉଁ କାରଣ ପାଇଁ ଢେଙ୍କାନାଳ ପର୍ଯ୍ୟପକ୍ଷକ ଦାୟିତ୍ୱ ଦିଆଯାଇଥିଲା ସମୀରଙ୍କୁ | କିନ୍ତୁ ଏହାପରେ ମଧ୍ୟ ସମୀର ମନରେ ଦୁର୍ବଳତା ଓ ଭାଷଣରେ ତୀର୍ଚ୍ଛା ଆଟାକ କରିଚାଲିଥଟିଲେ ଦଳକୁ | ଏହାପରେ ନିଜ ସ୍ତାନିତ୍ବ ସ୍ୱରରେ ସମୀରକୁ ତୀର୍ଚ୍ଛା ବାଣ ମାରିଥିଲେ ପୁରୀ ଜିଲ୍ଲା ବିଜେଡି ପର୍ଯ୍ୟପେକ୍ଷାକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ | ପରୋକ୍ଷରେ ଦେଇଥିଲେ ବଡ଼ ଚେତାବନୀ | ଆଉ କହିଥିଲେ ନିର୍ବାଚନରେ ପଛରୁ ଛୁରାଘାତ କଲେ ଛଡ଼ାଯିବ ନାହିଁ |ସମୀରଙ୍କୁ ଦଳ ଉପଯୁକ୍ତ ସମ୍ମାନ ଦେଇଛି | ତେଣୁ ସମୀର ଦଳରେ ରହି ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀଙ୍କ ହାତମୁଠା ଟାଣ କରିବା କଥା କହିଥିଲେ ରଣେନ୍ଦ୍ର ପ୍ରତାପ |

Advertisement

ତେବେ ଯଦି ବିଜେପି ସମୀରଙ୍କୁ ଟିକେଟ ନ ଦିଏ, ସମୀରଙ୍କ ପ୍ରଶଂସକ ଓ ଭୋଟରଙ୍କୁ ହାତେଇ ପାରନ୍ତି ବିଜେପିର ବିଧାନସଭା ପାର୍ଥୀ ପ୍ରଭାତୀ ପରିଡା | ଯାହା ତାଙ୍କୁ ଜିତିବାରେ ଅଧିକ ସହାୟକ ହେବ | ପ୍ରଭାତିଙ୍କ ପଛରେ ବଡ଼ ଯୋଦ୍ଧା ହୋଇ ଛିଡା ହେବେ ସମୀର | ଯାହା ସିଧା ସଳଖ ଟକ୍କର ଦେବେ ୨ ଦଳର ପାର୍ଥୀଙ୍କୁ |

Leave a Reply

Your email address will not be published. Required fields are marked *